ବିଛଣାରେ ୭ବର୍ଷର ଝିଅ ଶର୍ମିଷ୍ଠା

ପାଟଣା, ୨୩।୫(ସ୍ବ. ପ୍ର.): ଯେଉଁ ବୟସ ବୟସରେ ସାଙ୍ଗ ସାଥୀଙ୍କ ମେଳରେ ଖେଳକୁଦ କରି ସମୟ ଅତିବାହିତ କରିବା କଥା। ସେହି ବୟସରେ ଜଣେ ୭ବର୍ଷର ନାବାଳିକା ଲିଭର ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସେ ହେଲେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ତେଣ୍ଡରା ଗ୍ରାମର ଶର୍ମିଷ୍ଠା ପ୍ରିୟଦର୍ଶିନୀ ମହାନ୍ତ। ତେଣ୍ଡେରା ଗ୍ରାମର ମୋତିଲାଲ ମହାନ୍ତ ଓ ସଞ୍ଜୁଲତାଙ୍କ ଏକମାତ୍ର ଝିଅ ଶର୍ମିଷ୍ଠା।
ସେ ଜନ୍ମରୁ ସୁସ୍ଥ ଥିଲେ। ମାତ୍ର ୩ ବର୍ଷ ବୟସରେ ତାଙ୍କୁ ଜ୍ୱର ହେବାରୁ ପରିବାର ଲୋକେ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ସେତେବେଳ ଡାକ୍ତର କହିଲେ ଝିଅର ହାର୍ଟରେ ଏକ ହୋଲ ଅଛି। ଏହାପରେ ମା’ ବାପା ତାଙ୍କୁ ନେଇ ଛତିଶଗଡ଼ରେ ଓପନ ହାର୍ଟ ସର୍ଜରୀ କରିଥିଲେ। କିଛି ମାସ ଭଲ ହୋଇଯାଇଥିଲେ। ପୁଣି ବର୍ଷେ ପରେ ତାଙ୍କ ଦେହ ସାରା କୁଣ୍ଡାଇ ହେବାରୁ ପୁଣି ଡାକ୍ତରଙ୍କୁ ଦେଖାଇବାରୁ ଝିଅ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଝିଅ ଭଲ ହେବା ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟ ଦରକାର ବୋଲି ଜାଣିବାପରେ ଅଭାବି ମା’ବାପାଙ୍କ ମୁଣ୍ଡ ଉପରେ ବୋଝ ପଡିଥିଲା।ଏଭଳି ବ୍ୟୟ ବହୁଳ ଅପରେସନ ଦିଲ୍ଲୀର ଏମ୍ସ ହସ୍ପିଟାଲରେ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହାପୂର୍ବରୁ ଝିଅର ଚିକିତ୍ସା ପାଇଁ ମୋତିଲାଲ ଗୋରୁଗାଈ ସବୁ ବିକ୍ରି କରିସାରି ସର୍ବଶାନ୍ତ ହୋଇଥିବାରୁ ତାଙ୍କ ପାଖରେ ଆଉ ଅର୍ଥ ନାହିଁ। ଝିଅର ଚିକିତ୍ସା ପାଇଁ ସରକାର ସହାୟତା କରିବାକୁ ମୋତିଲାଲ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?