Posted inଭଦ୍ରକ

କଲେଜ କର୍ମଚାରୀଙ୍କ ମଧ୍ୟରେ ଫାଟ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବରପଦା ସ୍ଥିତ ଇଞ୍ଜିନିୟରିଂ କଲେଜରେ ପରିଚାଳନାଗତ ତ୍ରୁଟି ଓ କର୍ମଚାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପଟେ କେତେକ କର୍ମଚାରୀ ୧୭ ମାସର ବକେୟା ଦରମା ପାଇଁ ଗତ ଏପ୍ରିଲ ମାସ ୨୫ ତାରିଖ ଠାରୁ ୨୬ ଦିନ ଧରି ଗ୍ରୀଷ୍ମ ପ୍ରବାହରେ କଲେଜ ଫାଟକ ଆଗରେ ଧାରଣାରେ ବସିଥିବା ବେଳେ ୭୦ ଭାଗ କର୍ମଚାରୀ ଏହା ବେଆଇନ ଏବଂ କଲେଜ ବନ୍ଦ କରିବାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏହି ଧାରଣାକୁ ବିରୋଧ କରି ସଂଖ୍ୟାଧିକ କର୍ମଚାରୀ ଗତ ଗୁରୁବାର ଭଦ୍ରକର ଏକ ହୋଟେଲରେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ ଏହି ପ୍ରସଙ୍ଗ କୋର୍ଟରେ ବିଚାରାଧିନ ଥିବା ବେଳେ କେତେକ କର୍ମଚାରୀ ଧାରଣା ଦେବା ବେଆଇନ ଅଟେ।
କଲେଜ ଅଧ୍ୟକ୍ଷ ଡ. ମୋହନ ପଣ୍ଡା କହିଛନ୍ତି ପ୍ରତି ମାସ ୭ ତାରିଖ ସୁଦ୍ଧା ଦରମା ଦେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ କିଛି ମାସ ହେବ ଆର୍ଥିକ ସଙ୍କଟ କାରଣରୁ ଷ୍ଟାଫ ମାନଙ୍କୁ ଦରମା ଦିଆଯାଇ ନ ଥିବା ସମ୍ପର୍କରେ ହାଇକୋର୍ଟକୁ କଲେଜ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ସେପ୍ଟେମ୍ବର ୬ ତାରିଖରେ ହାଇକୋର୍ଟ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ଥିବା ବେଳେ ମାତ୍ର ୪୦ ଜଣ କର୍ମଚାରୀ କୋର୍ଟ ରାୟକୁ ଅପେକ୍ଷା ନ କରି ଦରମା ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି। ଏହିପରି କର୍ମଚାରୀମାନେ ଗେଟ ସମ୍ମୁଖରେ ଧାରଣା ଦେଲେ ଆଡମିଶନ ପାଇଁ କେହି ପିଲା ଆସିବେ ନାହିଁ। ଯାହା ଫଳରେ କଲେଜର ଆର୍ଥିକ କ୍ଷତି ହେବ ବୋଲି କହିଛନ୍ତି। ଏସବୁ ଘଟଣାରୁ କର୍ମଚାରୀ ମାନେ ଦୁଇଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପର ପ୍ରତି ଆକ୍ଷେପ ଓ ଦୋଷାରୋପ କରିବା ଇଞ୍ଜିନିୟରିଂ କଲେଜର କର୍ମଚାରୀ ମାନଙ୍କ ମଧ୍ୟରେ ଫାଟ ଓ ପରିଚାଳନାଗତ ତ୍ରୁଟି ଜଳଜଳ ହୋଇ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?