ଆରମ୍ଭ ହୋଇପାରିଲାନି ତଦନ୍ତ

ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଛେଳି ଚରାଉଥିବା ପିଲା ୧୭ତାରିଖରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବା, ଭଦ୍ରକରୁ କଟକ ମେଡିକାଲରେ ୩ଦିନ ଧରି ଚିକିତ୍ସିତ ହେବା ପରେ ଶେଷରେ ୨୦ତାରିଖରେ ଆଖିବୁଜିଲେ। ୧୩ବର୍ଷ ବୟସର ଏହି ପିଲାର ମୃତଦେହ ମେଡିକାଲରୁ ଗାଏବ ହୋଇଥିବା ସତ୍ତ୍ୱେ କାହାରି ପାଖରେ ସୂଚନା ନାହିଁ। ଏଭଳିକି ଚାଇଲ୍ଟଲାଇନ ପକ୍ଷରୁ ଲିଖିତ ଅଭିଯୋଗ ଦିଆଯିବାର ୨ଦିନ ବିତିଯାଇଥିଲେ ହେଁ ତଦନ୍ତ ଆରମ୍ଭ ହୋଇ ନ ପାରିବା ପୋଲିସର ସ୍ଥାଣୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେହିଭଳି ନାବାଳିକାଙ୍କୁ ଘରେ ରଖି ଶ୍ରମିକ ଭାବେ ଗୋତି ଖଟାଇଥିବା ମାଲିକ ଗିରଫ ହେବା ଦୂରେ ଥାଉ ପଚରାଉଚୁରା କରିବାକୁ ମଧ୍ୟ ପୋଲିସ ପାଖରେ ସମୟ ନାହିଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ମୃତ ନାବାଳକ ଆମତ୍ାକୁ ନ୍ୟାୟ ଦେବାକୁ ଦାବି ହୋଇଛି। କୁପାରୀ ଅଞ୍ଚଳର ଜଣେ ବ୍ୟକ୍ତି କେନ୍ଦୁଝର ଜିଲାର ରାଇଘାଟି ଅଞ୍ଚଳରୁ ୨ଜଣ ଆଦିବାସୀ ନାବାଳକଙ୍କୁ ଘରେ ରଖି ଛେଳି ଚରାଇବା ସହିତ ଅନ୍ୟାନ୍ୟ ଘରୋଇ କାମରେ ନିୟୋଜିତ କରିଥିଲେ ା ୧୭ତାରିଖ ଦିନ ଗୋଟିଏ ପିଲା ଘର ବାହାରେ କୌଣସି କାର୍ଯ୍ୟ କରୁଥିବା ବେଳେ କରେଣ୍ଟ ଲାଗି ଗୁରୁତର ହୋଇପଡିଥିଲେ। ମାଲିକ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଇ କୁଆଡେ ନିଖୋଜ ହୋଇଯାଇଥିଲେ ା ପରେ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ା ୨୦ତାରିଖରେ ସେ ପିଲାଟି ଆଖି ବୁଜିଥିଲା ା ତା’ପରଠାରୁ ମୃତଦେହ କୁଆଡେ ଗଲା ଆଉ କାହାରି ପାଖରେ ସୂଚନା ନାହିଁ ା ଅନ୍ୟ ନାବାଳକଙ୍କୁ ଖଇରା ଚାଇଲ୍ଡଲାଇନ ଜରିଆରେ ଖଇରା ଥାନାକୁ ଅଣାଯାଇଛି ା ଏ ସମ୍ପର୍କରେ ଖଇରା ଚାଇଲ୍ଡଲାଇନ ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କୁ ଯୋଗାଯୋଗ କରିବାରେ ସେ କଟକ ଚାଇଲ୍ଡଲାଇନକୁ ଜଣାଇ ଚିକିତ୍ସା କରାଇବାର ବନ୍ଦୋବସ୍ତ କରାଇଥିଲେ। ମୃତ୍ୟୁ ପରେ ମୃତଦେହ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିବା କଥା ଶୁଣୁଥିଲେ ହେଁ ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି ା ତଦନ୍ତ ପାଇଁ ସେ ଖଇରା ଥାନାରେ ଲିଖିତ ଅଭିଯୋଗ କରି ସାରିଥିବା କହିଛନ୍ତି ା କେସ୍‌ ଦାୟିତ୍ୱ ବୁଝୁଥିବା ଖଇରା ଥାନା ଏସ୍‌ଆଇ ରମେଶ ସେଠୀଙ୍କୁ ଯୋଗାଯୋଗ କରିବାରେ ସମୟ ଅଭାବରୁ ସେ ତଦନ୍ତ କାର୍ଯ୍ୟ ଆରମ୍ଭ କରି ପାରି ନ ଥିବା କହିଛନ୍ତି ା ଏହି ମୃତ୍ୟୁକୁ ନେଇ ବଡଧରଣର ଡିଲ୍‌ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri