Posted inଖେଳ

ଶାନ୍ତନୁଙ୍କ ଦ୍ୱିଶତକ, ପ୍ରୟାସଙ୍କ ଶତକ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା- ନାଗାଲାଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ର ରହିଛି। ଶୁକ୍ରବାର ଶେଷ ହୋଇଥିବା ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ଏଠାରେ ନାଗାଲାଣ୍ଡ ପ୍ରଥମ ଇନିଂସରେ ୪୩୩ ରନ କରିଥିବାବେଳେ ଓଡ଼ିଶା ୫୩୫/୮ରେ ଏହାର ଇନିଂସ ଘୋଷଣା କରିଥିଲା। ଶାନ୍ତନୁ ମିଶ୍ର ଦ୍ୱିଶତକ ହାସଲ କରି ଅପରାଜିତ ରହିଥିବାବେଳେ ପ୍ରୟାସ ସିଂ ଶତକ ହାସଲ କରିବା ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା। ଖେଳ ଶେଷ ହେବା ବେଳକୁ ନାଗାଲାଣ୍ଡ ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୧୨୦ ରନ କରିଥିଲା।
ସମ୍ମାନ ରଖିଲେ ଶାନ୍ତନୁ
କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିବା ଶାନ୍ତନୁ ଦ୍ୱିଶତକ ହାସଲ କରି ଓଡ଼ିଶାକୁ ପ୍ରଥମ ଇନିଂସ ଅଗ୍ରଣୀ ଦେବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ପ୍ରୟାସ। ଉଭୟ ୭ମ ଉଇକେଟରେ ୨୪୭ ବଲ୍‌ରୁ ୧୫୮ ରନର ଭାଗୀଦାରି ଗଢ଼ିଥିଲେ। ୪୦୫ ବଲ୍‌ର ସମ୍ମୁଖୀନ ହୋଇଥିବା ଶାନ୍ତନୁ ୨୧ ଚୌକା ସହାୟତାରେ ୨୦୦ ରନ ପୂରଣ କରିବା ପରେ ଓଡ଼ିଶା ଇନିଂସ ଘୋଷଣା କରିଥିଲା। ପ୍ରୟାସ ୧୪୧ ବଲ୍‌ରୁ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୪ ରନ କରିଥିଲେ। ପ୍ରୟାସଙ୍କ କ୍ୟାରିୟରର ମଧ୍ୟ ଏହାଥିଲା ପ୍ରଥମ ରଣଜୀ ଶତକ। ଦ୍ୱିତୀୟ ମ୍ୟାଚରେ ସେ ଶତକ ହାସଲ କରି ନିଜ ବ୍ୟାଟିଂ ଦକ୍ଷତାର ପ୍ରମାଣ ଦେଇଛନ୍ତି। ନାଗାଲାଣ୍ଡ ବୋଲରଙ୍କ ମଧ୍ୟରେ ଆକାଶ ସିଂ ୪ଟି ଓ ରଙ୍ଗସେନ ଜୋନାଥନ ୩ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୪୩୩। ଓଡ଼ିଶା ପ୍ରଥମ ଇନିଂସ: ୫୩୫/୮/ଘୋଷଣା (ଶାନ୍ତନୁ ମିଶ୍ର-୨୦୦*, ପ୍ରୟାସ ସିଂ-୧୦୪, ଅନୁରାଗ ଷଡ଼ଙ୍ଗୀ-୮୪, ଶୁଭ୍ରାଂଶୁ ସେନାପତି-୬୭, ଆକାଶ ସିଂ-୪/୭୩, ରଙ୍ଗସେନ ଜୋନାଥନ-୩/୧୩୩, ଇମଲିଓ୍ବାତି ଲେମଟୁର-୧/୧୧୮)। ନାଗାଲାଣ୍ଡ ଦ୍ୱିତୀୟ ଇନିଂସ: ୧୨୦/୧ (ଯୁଗନ୍ଧର ସିଂ-୫୩*, ଜୋଶୁଆ ଓଜୁକୁମ-୫୬, ଜୟନ୍ତ ବେହେରା-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫…

ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ…

ପରିବହନ ପ୍ରଦୂଷଣରୁ ପ୍ରତି ୬ ମିନିଟ୍‌ରେ ଜଣକ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୭: ସଡ଼କ ପରିବହନଜନିତ ପ୍ରଦୂଷଣ ଭାରତରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ୨୦୨୪ରେ ଗାଡ଼ିମୋଟରଜନିତ ପ୍ରଦୂଷଣ କାରଣରୁ ପ୍ରତି ୬ ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ…

‘ମହାପ୍ରଭୁ ଜଗନ୍ନାଥ’ ଆନିମେଶନ ଚଳଚ୍ଚିତ୍ର ରିଲିଜ୍‌କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: କେତେଜଣଙ୍କ ଆପତ୍ତି ପାଇଁ …

ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ…

ଭୁଶୁଡ଼ିଲା ପଥରଗଡ଼ ଡ୍ୟାମ୍‌ ହୁଡ଼ା: ୧ଶହ ଏକର ଚାଷ ଜମି ବାଲିଚର

ଲୋଇସିଂହା,୩0୦।୭(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବୁଧବାର ଦିନକ ଭିତରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାରେ ସର୍ବାଧିକ…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri