ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ କୋରାପୁଟର ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ

କୋରାପୁଟ, ୨୦।୪: (ସ୍ବ.ପ୍ର.) ଭାରତର ରାଜଧାନୀ ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ କୋରାପୁଟର ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ ହୋୟାଲ। ଜିଲାର କେତେ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗତ କିଛି ମାସ ତଳେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ବତ୍ତର୍ର୍ମାନ ଏ ସମ୍ପର୍କିତ ଏକ ପରୀକ୍ଷା ଦିଲ୍ଲୀଠାରେ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଶାନ୍ତନୁ। ଏଥିପାଇଁ ସେ ବୁଧବାର ସେ ଦିଲ୍ଲୀ ଯାତ୍ରା କରିଛନ୍ତି। ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ନିଜକୁ ବ୍ୟକ୍ତ କରିବାର ସମ୍ଭାବନା ରଖିଥିବା ଶାନ୍ତନୁଙ୍କ ଦୃଢ ମନୋବଳ ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଛି। ଦୃଷ୍ଟିବାଧିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରଙ୍କ କାର୍ଯ୍ୟଶୈଳୀ ଜିଲା ପାଇଁ ଗର୍ବ ଆଣି ଦେଇଛି। ଭାରତର ବିଭିନ୍ନ ରାଜ୍ୟରୁ ଦିଲ୍ଲୀ ଆସିଥିବା ଦୃଷ୍ଟିଶକ୍ତିବାଧିତ ଛାତ୍ର ଦିଲ୍ଲୀରେ ହାତଧୁଆର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବେ ବୋଲି ସେଭ୍‌ ଦି ଚିଲ୍‌ଡ୍ରେନ ସଙ୍ଗଠନର ପ୍ରକଳ୍ପ ସଂଯୋଜକ ବିଦ୍ୟାଧର ମେହେର ସୂଚନା ଦେଇଛନ୍ତି। କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ସ୍ବାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବାର ଏକ ପ୍ରମୁଖ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ମାସ ତଳେ ସେଭ୍‌ ଦି ଚିଲଡ୍ରେନ ସଙ୍ଗଠନ ପକ୍ଷରୁ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଲାଗି ଏକ ଅଭିଯାନ ଆରମ୍ଭ ହୋଇଥିଲା ା ଏହି ଅଭିଯାନରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବାରେ ଶାନ୍ତନୁ ସଫଳ ହୋଇଥିଲେ। ସଂସ୍ଥା ପକ୍ଷରୁ ତାଙ୍କୁ ଏକ ପ୍ରମୁଖ ଚାଇଲଡ୍‌ ଏଡୁକେଟର ଭାବେ ଚୟନ କରାଯାଇଥିଲା। ପରେ ଶାନ୍ତନୁ ହାତଧୁଆର ୧୦ଟି ସୋପାନ ସମ୍ପର୍କରେ ଅଧିକ ଜ୍ଞାନ ଆହରୋଣ କରି ତାକୁ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ନିକଟରେ ସେଭ୍‌ ଦି’ ଚିଲଡ୍ରେନର ବରିଷ୍ଠ କର୍ମକର୍ତ୍ତା ଏହି ବିଦ୍ୟାଳୟ ପରିଦର୍ଶରେ ଆସି ଶାନ୍ତନୁଙ୍କ ପାରିଦର୍ଶିତା ଓ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ଦିଲ୍ଲୀରେ ଏକ ନୂତନ ଅନୁଭୂତି ଲାଭ କରିବା ସହ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଦୃଷ୍ଟିବାଧିତ ପିଲାଙ୍କ ସହ ମିଶି କୋରାପୁଟର କଥାକୁ ସେଠାରେ କହିବାର ସୁଯୋଗ ମିଳିବ ବୋଲି ଶାନ୍ତନୁ କହିଛନ୍ତି। ଶାନ୍ତନୁଙ୍କୁ ଦୃଷ୍ଟିବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri