Advertisement

ସ୍ବର୍ଣ୍ଣ ପଦକ ଜିତିଲେ ଶାହାରୁଖଙ୍କ ପୁଅ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାଁଙ୍କ ସାନପୁଅ ଅବରାମ ସ୍କୁଲରେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁଅର ଏହି ବିଜୟରେ ଶାହାରୁଖ ମଧ୍ୟ ବହୁ ଖୁସି ଥିଲେ ଏବଂ ସେ ନିଜେ ମଞ୍ଚରେ ଅବରାମଙ୍କୁ ଚୁମ୍ବନ ଦେଇଥିଲେ। ଏହି ପ୍ରତିଯୋଗିତାର ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି।
ନିକଟରେ ଶାହାରୁଖ ତାଙ୍କ ପରିବାର ସହ ଟାଏକୋଣ୍ଡୋ ଟ୍ରେନିଂ ଏକାଡେମୀରେ ପହଞ୍ଚିଥିଲେ। ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ ଏବଂ ସୈଫ ଅଲି ଖାଁଙ୍କ ଭଳି ବଲିଉଡ ତାରକା ମଧ୍ୟ ସେଠାରେ ନଜର ଆସିଥିଲେ। ଅବରାମଙ୍କ ବ୍ୟତୀତ ତୈମୁର ଏବଂ କରିସ୍ମାଙ୍କ ପୁଅ କିଆନ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଶାହାରୁଖଙ୍କ ପୁଅ ଭଲ ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।
ଅବରାମଙ୍କୁ ତାଙ୍କ ପିତା ଶାହାରୁଖଙ୍କ ହାତରେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଅବରାମଙ୍କ ପୂର୍ବରୁ ତାଙ୍କ ଭାଇ ଆର୍ଯ୍ୟନ ଏବଂ ଭଉଣୀ ସୁହାନା ମଧ୍ୟ ଟାଏକୋଣ୍ଡୋରେ ଟ୍ରେନିଂ ନେଇଛନ୍ତି।
ଶାହାରୁଖ ଖୁବ୍‌ ଶୀଘ୍ର ବଡ଼ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ମଧ୍ୟ ତାଙ୍କ ସହ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଦିନରୁ ବିଗ୍‌ ବି’ଙ୍କ ସହ କାମ କରିବାକୁ ସ୍ବପ୍ନ ଦେଖିଥିଲେ ଏକତା

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦନା ଏବଂ ନୀନା ଗୁପ୍ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ବାଏ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମକୁ...

ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ...

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

ଟିଜର ରିଲିଜ୍‌ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

ମୁମ୍ବାଇ: ସାଉଥ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାମିଲ ଅଭିନେତା ବିକ୍ରମ ଶୁକ୍ରବାର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି...

ବିବାହିତ ହୋଇ ନ ଥିଲେ ମାଧୁରୀଙ୍କୁ ନିଶ୍ଚୟ ହୃଦୟ ଦେଇଥାନ୍ତି; ଏପରି କହି ଗୋବିନ୍ଦା…

ବମ୍ବେ: ଆଜି ବି କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତିି ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତ। ପ୍ରଶଂସକମାନେ ତାଙ୍କୁ ‘ଡ୍ୟାନ୍ସିଂ ଡିଭା’, ‘ଧକ୍‌ ଧକ୍‌ ଗର୍ଲ’...

ଭାଇ, ଭଉଣୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଏହି ଅଭିନେତା

ଅଭିନେତା ମୁକେଶ ଖାନ୍ନାଙ୍କ ପାଇଁ ୨୦୨୧ ଦୁଃଖଦର ବର୍ଷ ହୋଇଛି। ଏକ ମାସ ମଧ୍ୟରେ ସେ ଉଭୟ ଭାଇଭଉଣୀଙ୍କୁ ହରାଇଛନ୍ତି। ବଡ ଭଉଣୀ କମଲ କପୁର...

ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀ ବିରାଟ କୋହଲିଙ୍କ ସହ ୟୁଏଇରେ ଅଛନ୍ତି। ବିରାଟ ଏବେ ଆଇପିଏଲ୍‌ ବ୍ୟସ୍ତ ଥିବାବେଳେ ଅନୁଷ୍କା ଷ୍ଟାଡିୟରେ ଉପସସ୍ଥିତ...

ବିଜ୍ଞାନକୁ ଛାଡ଼ିି ରହିବା ମୋ ପାଇଁ କଷ୍ଟଦାୟକ

ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ଭାରତ ମହାକାଶ ବିଜ୍ଞାନରେ ଆଗୁଆ ରାଷ୍ଟ୍ରମାନଙ୍କର ସମକକ୍ଷ ହୋଇପାରିଛି। ବିଶ୍ୱରେ ଆଣିିଛି ଏକ ନୂଆ ପରିଚୟ। ଭାରତର ମହାକାଶ...

Advertisement
Archives

Model This Week