Posted inଜାତୀୟ

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି ପ୍ରସଙ୍ଗରୁ ହଟିଯିବାକୁ ଆହୱାନ ଦେଇଛନ୍ତି। ଏପରିକି ସେ ଆପ୍ରୁଭର (ସରକାରୀ ପକ୍ଷର ସାକ୍ଷୀ) ହୋଇଯିବାକୁ କହିବା ସହ ଭୁଲ କରିଥିଲେ ମଧ୍ୟ ତାଙ୍କୁ କ୍ଷମା କରାଯାଇପାରେ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ଜ୍ଞାନେଶ କୁମାରଙ୍କ ପାଖକୁ ମୋର ବାର୍ତ୍ତା ଯାଉଛି। ସେ ମଧ୍ୟ ପ୍ରେସ କନଫରେନ୍ସ ଦେଖୁଛନ୍ତି। ମୁଁ ତାଙ୍କୁ କହିବାକୁ ଚାହୁଁଛି, ଆପଣ ଆପ୍ରୁଭର ହୋଇଯାଆନ୍ତୁ। ଆପଣ ଭୁଲ କରିଛନ୍ତି, ଇସ୍ତଫା ଦେଇ ପଦରୁ ହଟିଯାଆନ୍ତୁ। ହୁଏତ ଏହାପରେ ଆମେ ଆପଣଙ୍କୁ କ୍ଷମା କରିଦେଇପାରୁ।

ସେ ଆହୁରି କହିଛନ୍ତି ଯେ ତାଙ୍କ ମତରେ ଜ୍ଞାନେଶ କୁମାର ମୁଖ୍ୟ ଅପରାଧୀ ନୁହନ୍ତି। ତାଙ୍କ ଉପରେ ଚାପ ଥାଇପାରେ। ତେଣୁ ସେ ଆଗକୁ ଆସି ସତ କହିବା ଉଚିତ। ରାହୁଲ କହିଛନ୍ତି, ଆମେ ଲୋକଙ୍କୁ କ୍ଷମା କରୁ। ଆମେ କ୍ରୂର ନୁହେଁ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଭୋଟ ଚୋରି ବିରୋଧରେ ଗତ ୪-୫ ଦିନ ଧରି ଜନଆନ୍ଦୋଳନ ଦେଖିବାକୁ ମିଳୁଛି। କିନ୍ତୁ ଏହା ବିରୋଧରେ ପ୍ରତିରୋଧ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଗତ ୧୦ରୁ ୧୨ ବର୍ଷ ଧରି ଏହି ପ୍ରତିରୋଧ ଜାରି ରହିଥିବା ବେଳେ ଏବେ ତାହା ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି।

ଦିଲ୍ଲୀରେ ବିରୋଧ ପ୍ରଦର୍ଶନକୁ ଅନୁମତି ନ ମିଳିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଭାଜପା ଓ ଆର୍‌ଏସଏସ ସହ ଜଡ଼ିତ କିଛି ଲୋକ ମହିଳାଙ୍କୁ ମାଡ଼ ମାରୁଥିବା ବେଳେ ପୋଲିସ ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଅନ୍ୟପଟେ ଦେଶଭକ୍ତ ଯୁବକମାନଙ୍କୁ ମାଡ଼ ମାରିବାକୁ ପୋଲିସକୁ କୁହାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ରାହୁଲ କହିଛନ୍ତି ଯେ ବିରୋଧୀ ଦଳକୁ ଦିଲ୍ଲୀରେ ପ୍ରତିବାଦ କରିବାକୁ ଅନୁମତି ଦିଆଯାଇନଥିଲା। ପୋଲିସ ତାଙ୍କୁ ନିଜ ଘରେ ପ୍ରତିବାଦ କରିବାକୁ କହିଥିଲା। ଏହାପରେ ଅନ୍ୟ କୌଣସି ସ୍ଥାନ ଦେବାକୁ ସେ ଅନୁରୋଧ କରିଥିଲେ ମଧ୍ୟ ଅନୁମତି ମିଳିନଥିଲା। ପରେ ଜନ୍ତରମନ୍ତର ଯିବାକୁ ଉଦ୍ୟମ କରିବା ସମୟରେ ମଧ୍ୟ ସେମାନଙ୍କୁ ଅଟକାଯାଇଥିଲା ଏବଂ ମାଡ଼ ମରାଯାଇଥିବା ସେ ଦାବି କରିଛନ୍ତି। ଏହାପରେ ବିରୋଧୀ ଦଳର ନେତାମାନେ ରାଜଘାଟରେ ଏକାଠି ହୋଇଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଆନ୍ଦୋଳନ କେବଳ ୪-୫ ଦିନର ଘଟଣା ନୁହେଁ। ବର୍ଷ ବର୍ଷ ଧରି ଚାଲିଥିବା ପ୍ରତିରୋଧ ଏବେ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ ପାଉଛି। ଆଗକୁ ମଧ୍ୟ ଏହି ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?