Posted inଜାତୀୟ

ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର…

ମୁମ୍ବାଇ,୧୭।୧୦ : ବମ୍ବେ ହାଇକୋର୍ଟ ସୋମବାର ସାମାଜିକ କାର୍ଯ୍ୟକର୍ତ୍ତା ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଲଗାର ପରିଷଦର ମାଓବାଦୀ ଲିଙ୍କ ମାମଲାରେ ଏନଆଇଏ ପକ୍ଷରୁ ତାଙ୍କ ବିରୋଧରେ ଦାଖଲ କରାଯାଇଥିବା ମାମଲା ଠିକ ଥିବା ଜଣାପଡିଛି।

ନିଷିଦ୍ଧ ସିପିଆଇ (ମାଓବାଦୀ) ର କାର୍ଯ୍ୟକଳାପକୁ ସହରାଞ୍ଚଳରେ ବିସ୍ତାର କରିବାରେ ଜଗତାପ ସମ୍ପୃକ୍ତ ବୋଲି ଏନଆଇଏ ଅଭିଯୋଗ କରିଛି। ୩୧ ଡିସେମ୍ବର ୨୦୧୭ ରେ ପୁଣେରେ ଏଲଗାର ପରିଷଦ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସରକାରଙ୍କୁ ବିରୋଧ କରିବା ଏବଂ ଘୃଣା ପ୍ରସାର କରିବା । ପରିଷଦ ସମ୍ମିଳନୀ ପାଇଁ ଦଳିତଙ୍କୁ ଉସୁକାଇବା ତଥା ସଂଗଠିତ କରିଥିବା ଅଭିଯୋଗରେ ଜ୍ୟୋତିଙ୍କ ବିରୋଧରେ ହୋଇଛି।

ବମ୍ବେ ହାଇକୋର୍ଟର ଦୁଇ ଜଣିଆ ବେଞ୍ଚର ଜଷ୍ଟିସ ଏସ ଗଡକରୀ ଏବଂ ଏମ.ଏନ ଯାଦବ ୩୪ ବର୍ଷିୟ ଜ୍ୟୋତି ଜଗତାପଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଫେବୃଆରୀ ୨୦୨୨ରେ, ଜଗତାପ ତାଙ୍କ ଜାମିନ ନାମଞ୍ଜୁର ନେଇ ସ୍ବତନ୍ତ୍ର ଏନଆଇଏ କୋର୍ଟଙ୍କର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଛନ୍ତି ଯେ ଆମ ମତରେ ଏନଆଇଏ ପ୍ରିମା ଫେସୀ ମାମଲା ଠିକ ଥିବା ଜଣାପଡିଛି। ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି ।

ଜ୍ୟୋତି ଜଗତାପଙ୍କୁ ସେପ୍ଟେମ୍ବର ୨୦୨୦ ରେ ଏଲଗାର ପରିଷଦ ପୁଣେ ସମ୍ମିଳନୀରେ ଉତ୍ତେଜନାମୂଳକ ସ୍ଲୋଗାନ ଅଭିଯୋଗରେ ଗିରଫ କରାଯାଇଥିଲା। ଏହା ପରେ ସେ ମୁମ୍ବାଇର ବାଇକୁଲ୍ଲା ମହିଳା ଜେଲରେ ରହିଥିଲେ। ଏନଆଇଏ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୩୧ ଡିସେମ୍ବର ୨୦୧୭ ରେ ଏଲଗର ପରିଷଦ ସମ୍ମିଳନୀରେ ଉତ୍ତେଜନାମୂଳକ ଭାଷଣ ଦିଆଯାଇଥିଲା। ଏହା ପରେ ୧ଜାନୁଆରୀ ୨୦୧୮ରେ ମହାରାଷ୍ଟ୍ରର ପୁଣେ ଜିଲାର କୋରେଗାଓଁ-ଭୀମାରେ ହିଂସା ଘଟିଥିଲା। ପୁଣେ ପୋଲିସ ପ୍ରାଥମିକ ଅନୁସନ୍ଧାନରେ ଦାବି କରିଥିଲା ଯେ ଏହି ସମ୍ମିଳନୀକୁ ମାଓବାଦୀମାନେ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?