ପାହାଡ଼ ଚଢ଼ିଲେ ପହଞ୍ଚ

ବଇଣ୍ଡା, ୧୭ା୧୦: ହାତରେ ଅଛି ମୋବାଇଲ। ହେଲେ ଜରୁରୀ ବେଳେ କରିହେଉନି କଲ୍‌। ବିପର୍ଯ୍ୟୟ ପୂର୍ବରୁ ସରକାର ପଠାଉଥିବା ସତର୍କ ସୂଚନା ବି ପହଞ୍ଚୁନି ଲୋକଙ୍କ ନିକଟରେ। ସୋସିଆଲ ମିଡିଆ ତ ଦୂରର କଥା, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାଶନ ସାମଗ୍ରୀ ଆଣିବାକୁ ପ୍ରଥମେ ଚଢ଼ିବାକୁ ପଡ଼ୁଛି ପାହାଡ଼। କାରଣ ପାହାଡ଼ ଉପରେ ହିଁ ପହଞ୍ଚ ହେଉଛି ନେଟ୍‌ଓ୍ବର୍କ। ଆଉ ସେଠାରେ ଆଧାର ଲିଙ୍କ୍‌ କରିବା ପରେ ଯାଇ ମିଳୁଛି ଚାଉଳ ଗଣ୍ଡେ। ଆଜିର ଡିଜିଟାଲ ଯୁଗରେ ଏପରି ପଛରେ ପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୪୨ ଗଁା। ଦୀର୍ଘବର୍ଷ ହେଲା ଅଭିଯୋଗ ହେଉଥିଲେ ବି ଉପଖଣ୍ଡର ୭ ପଞ୍ଚାୟତରେ ଥିବା ଏହି ଗଁାଗୁଡ଼ିକର ସମସ୍ୟା ସମାଧାନ କରିପାରିନାହାନ୍ତି ସରକାର।
ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକର ୩ ପଞ୍ଚାୟତ ଜାମ୍ବୁନାଳି, ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତରେ ଥିବା ୧୭ଟି ଗ୍ରାମ ମୋବାଇଲ ସେବାରୁ ବଞ୍ଚିତ ରହିଛି। କୌଣସି କମ୍ପାନୀର ନେଟ୍‌ୱର୍କ ଏଠାରେ ଆସୁନାହିଁ। ଫଳରେ ସେବା ପାଇବାକୁ ଅନେକ ସମୟରେ ଲୋକଙ୍କୁ ପାହାଡ଼, ଗଛ ଉପରେ ଚଢ଼ିବାକୁ ପଡୁଛି। ହଣ୍ଡପା ପଞ୍ଚାୟତର ଖୋଲାରେଗେଡ଼ା, ବାଲିଆମ୍ବ, ନୂଆଁ ବାଲିଖମଣ, କଣ୍ଟେଇକୋଳିଆ ପଞ୍ଚାୟତର ଅଁଳାବେରେଣି, ବାଲିଖମଣ, ହିଞ୍ଜିରିଡା, ଗୁଣ୍ଡୁରିଝରଣ, ରାଜନପାଳ, ଲକ୍ଷ୍ମୀପ୍ରିୟାପୁର, ବାଲିଆମ୍ବ ଏବଂ ଜାମ୍ବୁନାଳି ପଞ୍ଚାୟତର ମଧପୁର, ଗୋଳାସର, ବାଦିବାହଳ, ଅଶ୍ରୁବାହଳ, ନାଗାଝରଣ, ଖଣ୍ଡବର, ଜାମ୍ବୁନାଳି ଆଦି ଗ୍ରାମବାସୀ ଦୀର୍ଘବର୍ଷ ଏହି ଏହି ସମସ୍ୟା ଦେଇ ଗତି କରୁଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକର ସାପଘରା, କନ୍ତପଡା, ମଇମୁରା ଓ ଆମ୍ବସରମୁଣ୍ଡା ପଞ୍ଚାୟତର ୨୨ଟି ଗ୍ରାମରେ ମୋବାଇଲ ସେବା ନାହିଁ। ସାପଘରା ପଞ୍ଚାୟତର ଲକ୍ଷ୍ମୀପୁର, ଆମ୍ବନାଳୀ, ରାଇନାଳି, ହେମାମୁରା, ବତ୍ରାଖୋଳ, ସାଲୁଣି, କନ୍ତପଡା ପଞ୍ଚାୟତର ସୋମନାଥପୁର, ଗୋଲେଖପୁର, କେଞ୍ଚୁଆନାଳି, ରଇଡ଼ା, ଜାମୁକଣି, ମଇମୁରା ପଞ୍ଚାୟତର କଂସାବ, କୋରାବ, ମଇମୁରା, କୁତୁଲିସିଙ୍ଗା, ଧୋଡାଖୋଳ, ଗୋପପୁର, ରାମପୁର, ଝାଟିକିବାହାଳ, ଘଣାଯୋଡି, ଲବିଙ୍ଗ, ପିତାବଳୀବାହାଳ, ତରଣ୍ଡା, ବିପ୍ରଡିହ, ଆମ୍ବସରମୁଣ୍ଡା ପଞ୍ଚାୟତର ପୋଡାପଦର, ଆଡେଶ୍ୱର, ଗିରିଦା ଗ୍ରାମରେ ନେଟ୍‌ଓ୍ବର୍କ ଆସୁନାହିଁ। ଫଳରେ ଏହି ଅଞ୍ଚଳବାସୀ କୌଣସି ସରକାରୀ ଯୋଜନା ସମ୍ପର୍କରେ ସୂଚନା ପାଇପାରୁ ନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଏହି ଗ୍ରାମଗୁଡିକ ଥିବାବେଳେ ଅନେକ ଶ୍ରମିକ ଅଛନ୍ତି। ସେମାନେ ଜବ୍‌କାର୍ଡରେ କାମ କରିଥିବା ବେଳେ ମଜୁରି ଟଙ୍କା ଆକାଉଣ୍ଟକୁ ଆସିଲା କି ନାହିଁ ତାହା ମେସେଜ ମାଧ୍ୟମରେ ଜାଣିପାରୁନାହାନ୍ତି। ଏଥିସହ ରାଶନ ସାମଗ୍ରୀ ଆଣିବାକୁ ହେଲେ ଲିଙ୍କ ନ ଥିବା ଯୋଗୁ ହିତାଧିକାରୀମାନେ ଡିଲରଙ୍କ ସହ ପାହାଡ ଉପରକୁ ଯାଇ ଯେଉଁଠି ଲିଙ୍କ ଆସୁଛି ସେଠାରେ ଆଧାର ଲିଙ୍କ କରିବା ପରେ ଚାଉଳ, ଗହମ ଆଣୁଛନ୍ତି। ଘରପୋଡ଼ି ବେଳେ ଅଗ୍ନିଶମ ବିଭାଗ ଓ ଗୁରୁତରଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିପାରୁ ନାହାନ୍ତି। ୫୫ ନମ୍ବର ଜାତୀୟ ରାଜପଥରୁ ୧୫ କି.ମି. ଦୂରରେ ଗ୍ରାମଗୁଡିକ ଥିଲେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯାଉନାହଁି। ଜାମ୍ବୁନାଳିଠାରେ ଏକ ମୋବାଇଲ ଟାୱାର ନିର୍ମାଣ କରି ସେବା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ୧୨ ମେ ୨୦୧୭, ୨୫ ଜୁନ ୨୦୧୯ , ୨ ଜାନୁୟାରୀ ୨୦୨୨ ଓ ମଇମୁରା ଗ୍ରାମବାସୀ ୫ ମେ ୨୦୨୨ରେ ଦାବିପତ୍ର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି କେନ୍ଦ୍ର ଟେଲିକମ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି।

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri