ପାହାଡ଼ ଚଢ଼ିଲେ ପହଞ୍ଚ

ବଇଣ୍ଡା, ୧୭ା୧୦: ହାତରେ ଅଛି ମୋବାଇଲ। ହେଲେ ଜରୁରୀ ବେଳେ କରିହେଉନି କଲ୍‌। ବିପର୍ଯ୍ୟୟ ପୂର୍ବରୁ ସରକାର ପଠାଉଥିବା ସତର୍କ ସୂଚନା ବି ପହଞ୍ଚୁନି ଲୋକଙ୍କ ନିକଟରେ। ସୋସିଆଲ ମିଡିଆ ତ ଦୂରର କଥା, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାଶନ ସାମଗ୍ରୀ ଆଣିବାକୁ ପ୍ରଥମେ ଚଢ଼ିବାକୁ ପଡ଼ୁଛି ପାହାଡ଼। କାରଣ ପାହାଡ଼ ଉପରେ ହିଁ ପହଞ୍ଚ ହେଉଛି ନେଟ୍‌ଓ୍ବର୍କ। ଆଉ ସେଠାରେ ଆଧାର ଲିଙ୍କ୍‌ କରିବା ପରେ ଯାଇ ମିଳୁଛି ଚାଉଳ ଗଣ୍ଡେ। ଆଜିର ଡିଜିଟାଲ ଯୁଗରେ ଏପରି ପଛରେ ପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୪୨ ଗଁା। ଦୀର୍ଘବର୍ଷ ହେଲା ଅଭିଯୋଗ ହେଉଥିଲେ ବି ଉପଖଣ୍ଡର ୭ ପଞ୍ଚାୟତରେ ଥିବା ଏହି ଗଁାଗୁଡ଼ିକର ସମସ୍ୟା ସମାଧାନ କରିପାରିନାହାନ୍ତି ସରକାର।
ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକର ୩ ପଞ୍ଚାୟତ ଜାମ୍ବୁନାଳି, ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତରେ ଥିବା ୧୭ଟି ଗ୍ରାମ ମୋବାଇଲ ସେବାରୁ ବଞ୍ଚିତ ରହିଛି। କୌଣସି କମ୍ପାନୀର ନେଟ୍‌ୱର୍କ ଏଠାରେ ଆସୁନାହିଁ। ଫଳରେ ସେବା ପାଇବାକୁ ଅନେକ ସମୟରେ ଲୋକଙ୍କୁ ପାହାଡ଼, ଗଛ ଉପରେ ଚଢ଼ିବାକୁ ପଡୁଛି। ହଣ୍ଡପା ପଞ୍ଚାୟତର ଖୋଲାରେଗେଡ଼ା, ବାଲିଆମ୍ବ, ନୂଆଁ ବାଲିଖମଣ, କଣ୍ଟେଇକୋଳିଆ ପଞ୍ଚାୟତର ଅଁଳାବେରେଣି, ବାଲିଖମଣ, ହିଞ୍ଜିରିଡା, ଗୁଣ୍ଡୁରିଝରଣ, ରାଜନପାଳ, ଲକ୍ଷ୍ମୀପ୍ରିୟାପୁର, ବାଲିଆମ୍ବ ଏବଂ ଜାମ୍ବୁନାଳି ପଞ୍ଚାୟତର ମଧପୁର, ଗୋଳାସର, ବାଦିବାହଳ, ଅଶ୍ରୁବାହଳ, ନାଗାଝରଣ, ଖଣ୍ଡବର, ଜାମ୍ବୁନାଳି ଆଦି ଗ୍ରାମବାସୀ ଦୀର୍ଘବର୍ଷ ଏହି ଏହି ସମସ୍ୟା ଦେଇ ଗତି କରୁଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକର ସାପଘରା, କନ୍ତପଡା, ମଇମୁରା ଓ ଆମ୍ବସରମୁଣ୍ଡା ପଞ୍ଚାୟତର ୨୨ଟି ଗ୍ରାମରେ ମୋବାଇଲ ସେବା ନାହିଁ। ସାପଘରା ପଞ୍ଚାୟତର ଲକ୍ଷ୍ମୀପୁର, ଆମ୍ବନାଳୀ, ରାଇନାଳି, ହେମାମୁରା, ବତ୍ରାଖୋଳ, ସାଲୁଣି, କନ୍ତପଡା ପଞ୍ଚାୟତର ସୋମନାଥପୁର, ଗୋଲେଖପୁର, କେଞ୍ଚୁଆନାଳି, ରଇଡ଼ା, ଜାମୁକଣି, ମଇମୁରା ପଞ୍ଚାୟତର କଂସାବ, କୋରାବ, ମଇମୁରା, କୁତୁଲିସିଙ୍ଗା, ଧୋଡାଖୋଳ, ଗୋପପୁର, ରାମପୁର, ଝାଟିକିବାହାଳ, ଘଣାଯୋଡି, ଲବିଙ୍ଗ, ପିତାବଳୀବାହାଳ, ତରଣ୍ଡା, ବିପ୍ରଡିହ, ଆମ୍ବସରମୁଣ୍ଡା ପଞ୍ଚାୟତର ପୋଡାପଦର, ଆଡେଶ୍ୱର, ଗିରିଦା ଗ୍ରାମରେ ନେଟ୍‌ଓ୍ବର୍କ ଆସୁନାହିଁ। ଫଳରେ ଏହି ଅଞ୍ଚଳବାସୀ କୌଣସି ସରକାରୀ ଯୋଜନା ସମ୍ପର୍କରେ ସୂଚନା ପାଇପାରୁ ନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଏହି ଗ୍ରାମଗୁଡିକ ଥିବାବେଳେ ଅନେକ ଶ୍ରମିକ ଅଛନ୍ତି। ସେମାନେ ଜବ୍‌କାର୍ଡରେ କାମ କରିଥିବା ବେଳେ ମଜୁରି ଟଙ୍କା ଆକାଉଣ୍ଟକୁ ଆସିଲା କି ନାହିଁ ତାହା ମେସେଜ ମାଧ୍ୟମରେ ଜାଣିପାରୁନାହାନ୍ତି। ଏଥିସହ ରାଶନ ସାମଗ୍ରୀ ଆଣିବାକୁ ହେଲେ ଲିଙ୍କ ନ ଥିବା ଯୋଗୁ ହିତାଧିକାରୀମାନେ ଡିଲରଙ୍କ ସହ ପାହାଡ ଉପରକୁ ଯାଇ ଯେଉଁଠି ଲିଙ୍କ ଆସୁଛି ସେଠାରେ ଆଧାର ଲିଙ୍କ କରିବା ପରେ ଚାଉଳ, ଗହମ ଆଣୁଛନ୍ତି। ଘରପୋଡ଼ି ବେଳେ ଅଗ୍ନିଶମ ବିଭାଗ ଓ ଗୁରୁତରଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିପାରୁ ନାହାନ୍ତି। ୫୫ ନମ୍ବର ଜାତୀୟ ରାଜପଥରୁ ୧୫ କି.ମି. ଦୂରରେ ଗ୍ରାମଗୁଡିକ ଥିଲେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯାଉନାହଁି। ଜାମ୍ବୁନାଳିଠାରେ ଏକ ମୋବାଇଲ ଟାୱାର ନିର୍ମାଣ କରି ସେବା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ୧୨ ମେ ୨୦୧୭, ୨୫ ଜୁନ ୨୦୧୯ , ୨ ଜାନୁୟାରୀ ୨୦୨୨ ଓ ମଇମୁରା ଗ୍ରାମବାସୀ ୫ ମେ ୨୦୨୨ରେ ଦାବିପତ୍ର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି କେନ୍ଦ୍ର ଟେଲିକମ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି।

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?