‘ପଠାନ୍‌’ ସଫଳତା ପରେ ସାମ୍ନାକୁ ଆସିଲା ଶାହରୁଖଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ, ୩୦।୧: ବଲିଉଡ୍‌ ଶାହାରୁଖ ଖାନ୍‌ଙ୍କ ହାଇ ବଜେଟ୍‌ ଅଭିନୀତ ଫିଲ୍ମ ତଥା ହିନ୍ଦୀ ଫିଲ୍ମ ‘ପଠାନ୍‌’ର ଦିନକୁ ଦିନ ସଫଳତାର ପାହାଚ ଚଢ଼ିବାରେ ଲାଗିଛି। ପଠାନ୍‌ ରିଲିଜ୍‌ ପରେ ପ୍ରଥମ ଥର ଶାହରୁଖ ସାମ୍ନାକୁ ଆସିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସୋମବାର ପଠାନ୍‌ ଟିମ୍‌ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଓ୍ବାଲର୍‌ଡଓ୍ବାଇଡ୍‌ ଫିଲ୍ମର ସକ୍‌ସେସ୍‌ ପାଇଁ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଗଣିତ ସିନେପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱରେ ଯେତେବେଳେ ମାହାମାରୀ କରୋନା ପାଇଁ କଟକଣା ଲାଗୁ ହୋଇଥିଲା, ସେ ସମୟରେ ଫିଲ୍ମଟି ଶୁଟ୍‌ କରାଯାଇଥିବା ସେ କହିଛନ୍ତି। ତେବେ ଶୁଟିଂ ପାଇଁ ପ୍ରତ୍ୟେକ ଲୋକଙ୍କ ସହାନୁଭୂତି ଥିବା ସେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଫିଲ୍ମରେ ରୋମାନ୍ସକୁ ନେଇ ଉଭୟ ଶାହରୁଖ ଓ ଦୀପିକା ମନବଳାଉ ନ ଥିବା ବେଳେ ‘ପଠାନ୍‌’ରେ ଶାହରୁଖ କେବଳ ଦୀପିକାଙ୍କ ହାତକୁ ଚୁମ୍ବନ କରିଥିବା କହିଛନ୍ତି। କୋଭିଡ୍‌ ସମୟରେ ଶାହରୁଖ ୬ମାସ କାମ କରି ନ ଥିବା ବେଳେ ପରିବାର ଓ ବନ୍ଧୁଙ୍କ ସହ ଅଧିକ ସମୟ କାଟିଥିବା ସେ ପ୍ରକାଶ କରିଛନ୍ତି। ଏହାଛଡ଼ା କିଛି ନୂଆ ଖାଦ୍ୟ କିପରି ପ୍ରସ୍ତୁତ କରିବା ତାକୁ ଶିଖିବା ସହ ନୂଆ ବ୍ୟବସାୟ ଆରମ୍ଭ କରିବା ନେଇ ବହୁ ଯୋଜନା ସେ ସମୟରେ ଶାହରୁଖ୍‌ ପ୍ରସ୍ତୁତ କରିଥିବା କହିଛନ୍ତି। ପଠାନ୍‌କୁ ଶାନ୍ତି ପୂର୍ବକ ରିଲିଜ୍‌ କରିବାକୁ ଦେବା ଲାଗି ଅନେକଙ୍କ ସହଯୋଗ ନିଆଯାଇଥିବା ବେଳେ ୬ଦିନ ଧରି ସଫଳତାର ସହ ଫିଲ୍ମଟି ହଲ୍‌ରେ ଜାରି ରହିଛି। ଏଥିସହ ଦର୍ଶକଙ୍କ ଖୁବ୍‌ ଭଲପାଇବା ମଧ୍ୟ ମିଳିଛି। ତେବେ ପଠାନ୍‌ ଫିଲ୍ମରେ ଜନ୍‌ ଆବ୍ରାହମ୍‌ କରିଥିବା ଜିମି ଚରିତ୍ର କିଙ୍ଗ୍‌ ଖାନ୍‌ଙ୍କୁ ପସନ୍ଦ ଆସିଥିବା ସେ କହିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଆଗାମୀ ଦିନରେ ପଠାନ୍‌-୨ ନିର୍ମାଣ କରିବା ଲାଗି ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷେ ପଠାନ୍‌କୁ ଦର୍ଶକଙ୍କ ମିଳିଥିବା ରେସ୍‌ପନ୍ସ ପାଇଁ ଦୀପିକା ଓ ଜନ୍‌ ଆବ୍ରାହମ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?