ଛତ୍ରପତି ଶିବାଜୀ ମହାରାଜ ଭୂମିକାରେ ନଜର ଆସିବେ ଶାହିଦ

ମୁମ୍ବାଇ: ଶାହିଦ କପୁରଙ୍କୁ ହିନ୍ଦୀ ସିନେମାର ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ବିବେଚନା କରାଯାଏ, ଯିଏ କି ବର୍ଷ ବର୍ଷ ଧରି ବିଭିନ୍ନ ଶୈଳିରେ ଅଭିନୟ କରି ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି। ଏହି ଅଭିନେତା ବର୍ତ୍ତମାନ ରୋଶନ ଆଣ୍ଡ୍ର୍ୟୁସଙ୍କ ସହ ‘ଦେବା’ର ସୁଟିଂ କରୁଥିବାବେଳେ ଆସନ୍ତା କିଛି ବର୍ଷ ପାଇଁ ସେ ଏକ ବଡ଼ ଲାଇନ ଅପ ତିଆରି କରିବାକୁ ଆଲୋଚନା କରୁଛନ୍ତି। ଶାହିଦ କପୁର ଅଭନେ ଶ୍ରୀମନ୍ନାରାୟଣ ଫେମ ସଚିନ ରବିଙ୍କ ନିର୍ଦ୍ଦେଶିତ ଏକ ବଡ ବଜେଟ ଚଳଚ୍ଚିତ୍ର ପାଇଁ ଜ୍ୟାକି ଏବଂ ବାଶୁ ଭାଗନାନୀଙ୍କ ସହ ଚୁକ୍ତି କରିସାରିଛନ୍ତି। ବର୍ତ୍ତମାନ ମଧ୍ୟ ପ୍ରକାଶ ପାଇଛି ଯେ ଶାହିଦ କପୁର ଏକ ବଡ଼ ଧରଣର ଐତିହାସିକ ମୁଭି ପାଇଁ କଥା ହେଉଛନ୍ତି।
ଘନିଷ୍ଠ ସୂତ୍ର ଅନୁଯାୟୀ ଛତିପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏକ ଐତିହାସିକ ଚଳଚ୍ଚିତ୍ର ପାଇଁ ଶାହିଦ ‘ଓଏମଜି ୨’ ନିର୍ଦ୍ଦେଶକ ଅମିତ ରାୟଙ୍କ ସହ ଆଲୋଚନା କରୁଛନ୍ତି। ଏହି ଫିଲ୍ମର ନିର୍ମାଣ ଭାକାଉ ଫିଲ୍ମର ଭିପୁଲ ଡି ଶାହା, ଅଶ୍ୱିନ ଭର୍ଦେ ଏବଂ ରାଜେଶ ବାହଲ ପ୍ରସ୍ତୁତ କରିବେ। ଶିବାଜୀ ଅମିତଙ୍କ ଆବେଗ ପ୍ରୋଜେକ୍ଟ, ଏବଂ ଯେତେବେଳେ ସେ ଅଶ୍ୱିନଙ୍କ ନିକଟରେ ଏହି ଧାରଣା ଦେଇଥିଲେ, ସେତେବେଳେ ସେ ଏହାର ଦୃଷ୍ଟିକୋଣ ଏବଂ ଲେଖା ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଯୋଡି କୌଣସି ସମୟ ନଷ୍ଟ କରି ନ ଥିଲେ ଏବଂ ସଙ୍ଗେ ସଙ୍ଗେ ଶାହିଦ କପୁରଙ୍କ ଉପରେ ଧ୍ୟାନ ଦେଇଥିଲେ କାରଣ ସେମାନଙ୍କ ଅନୁଯାୟୀ ସେ ମୁଖ୍ୟ ଭୂମିକା ପାଇଁ ଉପଯୁକ୍ତ ଥିଲେ। ଫିଲ୍ମଟି ଅମିତ ରାୟଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ। ଅଧିକନ୍ତୁ, ଓଏମଜି ସହିତ ସେମାନଙ୍କର ପୂର୍ବ ସହଯୋଗକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାଣ ବିଷୟରେ ଅଶ୍ୱିନୀ ଏବଂ ଅମିତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅଭିନେତା ମଧ୍ୟ ଏହି ଧାରଣାକୁ ନେଇ ଉତ୍ସାହିତ ଥିଲେ ଏବଂ ଉତ୍ସାହରେ ଯୋଗ ଦେଇଥିଲେ। କହାଯାଉଛି ଏହା ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବ କାରଣ ଏହା ବଡ ପରଦାରେ ଭାରତର ସାହସୀ ଯୋଦ୍ଧାଙ୍କ ଉତ୍ସବ ପାଳନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ...

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ...

୩ ଘଣ୍ଟା ଧରି ସଲମାନଙ୍କ ବୟାନ ରେକର୍ଡ କଲା ପୋଲିସ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨ ମାସ ତଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଅଭିଯୁକ୍ତ...

ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

ମୁମ୍ବାଇ: ୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର...

ଏଥର ପ୍ରେକ୍ଷାଳୟରେ ଓଲିଉଡ୍‌ ରାଜ୍‌:ପାବାର୍‌, କୁହୁଡ଼ି ଓ ଚନ୍ଦ୍ରବଂଶୀ ଲଢ଼େଇ

ରଜ ସମୟରେ ପିଠା, ମିଠା ଖାଇବା ସହ ସିନେମା ଦେଖିବାର ମଜା ଟିକେ ନିଆରା। ଏହି ସମୟରେ ପ୍ରାୟତଃ ବଡ଼ ବଡ଼ ଷ୍ଟାର୍‌ଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଦି ଟ୍ରାଏଲରେ କାଜୋଲଙ୍କ କୋ-ଆକ୍ଟ୍ରେସ ନୁର ମାଲବିକା ଦାସ ଆତ୍ମହତ୍ୟା କରିଛନ୍ତି, ତାଙ୍କ ମୃତଦେହ ମୁମ୍ବାଇର ଫ୍ଲାଟରେ ମିଳିଥିଲା। ତାଙ୍କ ମୃତଦେହ ଜୁନ ୬ର...

ଚଳିତ ମାସରେ ବିବାହ କରିବେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକା ଜହିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri