Posted inଜାତୀୟ

ଚାଷୀଙ୍କ ଘରେ ଖାଇଲେ ଶାହା

କୋଲକାତା, ୨୦।୧୨: ପଶ୍ଚିମବଙ୍ଗକୁ ଦୁଇଦିନିଆ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ପୂର୍ବ ମେଦିନପୁରର ବଲିଜୁରୀ ଗ୍ରାମରେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କ ସହ ଭାଜପା ନେତା କୈଳାସ ବିଜୟଭର୍ଗୀୟ, ଦିଲୀପ ଘୋଷ ଏବଂ ଅନ୍ୟ ନେତାମାନେ ମଧ୍ୟ ମଧ୍ୟାହ୍ନଭୋଜନରେ ସାମିଲ ହୋଇଥିଲେ। ବିବାଦୀୟ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜୋର୍‌ ଧରିଥିବାବେଳେ ଚାଷୀମାନଙ୍କ ନିକଟତର ହେବା ଲାଗି ଭାଜପା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଚାଷୀଙ୍କ ଘରେ ଭୋଜନ କରିବା ଏହାର ଏକ ଅଂଶବିଶେଷ। ଭାଜପା ନେତାମାନଙ୍କୁ ଭୋଜନରେ ଆପ୍ୟାୟିତ କରିଥିବା ସନାତନ ସିଂ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବାକୁ ଦାବି କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ: ବିଶ୍ୱର ୧୫ରୁ ଅଧିକ ଦେଶରେ ଏବେ ମାରାତ୍ମକ ‘ଓମିକ୍ରନ’ ଭାରିଏଣ୍ଟ ବ୍ୟାପି ଗଲାଣି। ବିଭିନ୍ନ ଦେଶରୁ ବିମାନ ଭାରତକୁ ଆସୁଛି। ଡିସେମ୍ବର ୧୫ରୁ ମଧ୍ୟ...

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ

ନୂଆଦିଲ୍ଲୀ,୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଗୁରୁବାର ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ...

ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ: ଷ୍ଟାଲିନ୍‌

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସ୍ବାଗତ କରିଛନ୍ତି। ଡିଏମ୍‌କେ ମୁଖ୍ୟ...

ଭାରତରେ ୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ନେସ୍‌ଲେ

ନୂଆଦିଲ୍ଲୀ,୨୫।୯: ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱର ଜଣାଶୁଣା ଖାଦ୍ୟ ତଥା ପାନୀୟ କମ୍ପାନୀ ନେସ୍‌ଲେ ଏସ୍‌ଏ ଆସନ୍ତା ସାଢେ ୩ ବର୍ଷ...

ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ

ନୂଆଦିଲ୍ଲୀ,୧।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅଷ୍ଟ୍ରେଲିଆ ସ୍ବୀକୃତି ପ୍ରଦାନ କରିଛି। ଏହି ଟିକା ନେଇଥିବା ଲୋକେ ଅଷ୍ଟ୍ରେଲିଆ ଯାଇପାରିବେ। ଅଷ୍ଟ୍ରେଲିଆରେ ପଞ୍ଜୀକୃତ ହୋଇ...

ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବିଫଳ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧।୧୨: ଭାରତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଏକ ଷଡ଼ଯନ୍ତ୍ର ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ସୋପୋରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।...

ପବ୍‌ଜୀ ଖେଳାଳିଙ୍କ ପ୍ରେମରେ ସ୍ବାମୀଙ୍କୁ ଛାଡ଼ି ବିହାର ପହଞ୍ଚିଲେ ମହିଳା

ମହାରାଜଗଞ୍ଜ,୧୭।୩: ଆଜିକାଲିର ସମୟରେ ସମୟ ଅତିବାହିତ କରିବାର ମାଧ୍ୟମ ପାଲଟିଛି ଅନ୍‌ଲାଇନ୍‌ ଗେମ୍‌। ହେଲେ ଏହାର ଅନେକ କୁପ୍ରଭାବ ପଡ଼ୁଥିବା ନଜର ଆସୁଛି। କେହି ଠକାମୀର...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week