ହୃଦୟ ଜିତିଲେ ଧକ୍‌ ଧକ୍‌ ଗର୍ଲ ମାଧୁରୀ: ଅଭିନେତ୍ରୀଙ୍କ ଅସମୟରେ ଟିମ୍‌ ତରଫରୁ…

ବମ୍ବେ: ହୃଦୟ ଜିତିଲେ ଧକ୍‌ ଧକ୍‌ ଗର୍ଲ। ଅଭିନେତ୍ରୀ ଶଗୁଫ୍‌ତା ଅଲୀଙ୍କ ଅସମୟ ସମୟରେ ସହାୟତାର ହାତ ବଢ଼ାଇଛନ୍ତି ମାଧୁରୀ ଦିକ୍ଷୀତ। ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଦିଓ୍ବାନେର ସେଟ୍‌ରେ ପହଞ୍ଚିଥିଲେ ଶଗୁଫ୍‌ତା। ଏଠାରେ ତାଙ୍କୁ ପୁରା ଟିମ୍‌ ତରଫରୁ ମାଧୁରୀ ପାଞ୍ଚ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏହି ମୁହୁର୍ତ୍ତଟି ଅନେକଙ୍କୁ ଭାବବିହ୍ବଳ କରିଥିବା ଦେଖାଯାଇଛି।

ଡ୍ୟାନ୍ସ ଦିଓ୍ବାନେର ଆଗାମୀ ଏପିସୋଡ୍‌ରେ ଅଭିନେତ୍ରୀ ଶଗୁଫ୍‌ତା ପହଞ୍ଚିଛନ୍ତି। ସେଠାରେ ସେ ଦୀର୍ଘ ଚାରି ବର୍ଷ ଧରି କରି ଆସୁଥିବା ସଂଘର୍ଷ ବିଷୟରେ କହିଛନ୍ତି। ଅଭିନୟର ସୁଯୋଗ କମ୍‌ ହୋଇଯିବା କାରଣରୁ ଆୟ କମିଥିଲା। ଫଳରେ ସେ ନିଜର ଜମା ପୁଞ୍ଚି ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସବୁକିଛି ଠିକ୍‌ ହୋଇଯିବ ବୋଲି ଭାବିଥିଲେ। ହେଲେ ଓଲଟା ହୋଇଥିଲା। ଲକ୍‌ଡାଉନ ଯୋଗୁ ପରିସ୍ଥିତି ଅଧିକ ବିଗିଡ଼ିଥିଲା। ଏବେ ସେ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ବେଳେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସଗୁଫ୍‌ତା କହିଥିଲେ।

ଶଗୁଫ୍‌ତାଙ୍କ କଥା ଶୁଣି ଶୋ’ର ପ୍ରତିଯୋଗୀ, ଜଜ୍‌ମାନେ ଭାବବିହ୍ବଳ ହୋଇଯାଇଥିଲେ। ମାଧୁରୀ ଷ୍ଟେଜ୍‌ ଉପରକୁ ଆସି ଅଭିନେତ୍ରୀଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହାପରେ ସହାୟତା ରାଶି ପ୍ରଦାନ କରିଥିଲେ। ଶେଷରେ ଶଗୁଫ୍‌ତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ମହଙ୍ଗା ନେକଲେସ

ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ।...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri