Posted inଖେଳ

ପାକିସ୍ତାନ ଦଳରେ ଯୁବ ବ୍ୟାଟ୍ସମ୍ୟାନ ଶାଫିକ୍‌

କରାଚୀ, ୨୦ା୧୦ (ପି.ଟି.)- ଆସନ୍ତା ମାସରେ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ପାକିସ୍ତାନ ୨୨ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ କରିଛି। ଏଥିରେ ସର୍ଫରାଜ ଅହମ୍ମଦ, ଶୋଏବ ମଲିକ ଏବଂ ମହମ୍ମଦ ଅମିରଙ୍କ ଭଳି ସିନିୟର ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ ଅବ୍‌ଦୁଲ୍ଲା ଶାଫିକ୍‌ଙ୍କୁ ସାମିଲ କରାଯାଇଛି। ୨୦ ବର୍ଷୀୟ ଶାଫିକ୍‌ ନିକଟରେ ଶେଷ ହୋଇଥିବା ନ୍ୟାଶନାଲ ଟି୨୦ କପ୍‌ରେ ସେଣ୍ଟ୍ରାଲ ପଞ୍ଜାବ ଦଳ ତରଫରୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ନ୍ୟାଶନାଲ ଟି୨୦ କପ୍‌ରେ ସିଆଲକୋଟର ଏହି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ୭ମ ସଫଳ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ। ସେ ମୋଟ ୩୫୮ ରନ ସଂଗ୍ରହ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୩୩ରୁ ଅଧିକ ରହିଥିଲା। ଟି୨୦ ପଦାର୍ପଣରେ ସେ ଏକ ଶତକ ହାସଲ କରିଥିଲେ। ଫଳରେ ଉଭୟ ପ୍ରଥମ ଶ୍ରେଣୀ ଏବଂ ଟି୨୦ ପଦାର୍ପଣରେ ଶତକ ଅର୍ଜନ କରିବାରେ ସେ ଇତିହାସରେ ଦ୍ୱିତୀୟ ଖେଳାଳି ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋପ୍ପାନା-କୋପିଲ ଯୋଡ଼ି ବିଜୟୀ

ପ୍ୟାରିସ, ୨୯ା୫ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରୋମାନିଆନ ପାର୍ଟନର ମାରିଅସ୍‌ କୋପିଲ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ...

ରୋହିତ-ଡ୍ରାଭିଡ୍‌ଙ୍କ ଯୁଗର ପ୍ରଥମ ମ୍ୟାଚ୍‌

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ...

କୋହଲିଙ୍କୁ ଆଉଟ୍‌ କରିବାକୁ ଯୋଜନା କ’ଣ? ଇଂଲଣ୍ଡ କ୍ରିକେଟର ଦେଲେ ଏଭଳି ଜବାବ

ଚେନ୍ନାଇ, ୩୧।୧: ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଅତିଥି ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ...

ଦଳକୁ ଫେରିଲେ ୪୧ ବର୍ଷୀୟ ଖେଳାଳି

ଆମଷ୍ଟରଡାମ,୧୨।୯: ୪୧ ବର୍ଷ ବୟସରେ ନେଦରଲାଣ୍ଡ୍ସର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଆନ ଟେନ ଡୋଚେଟ୍‌। ଏହି ଅଭିଜ୍ଞ ଅଲରାଉଣ୍ଡରଙ୍କୁ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି...

କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍‌

ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍‌ ପବୁଦୁ...

ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ

ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ...

ଅଭିନୟରେ ପାଦ ଦେବେ କି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ଚାଲିଛି। ଉକ୍ତ ଚଳଚ୍ଚିତ୍ରରେ କୋହଲି ନିଜ ଭୂମିକାରେ...

ଦକ୍ଷିଣ ଆଫ୍ରିକା-ବୋର୍ଡ ଏକାଦଶ ଦ୍ୱିତୀୟ ଓ୍ବାର୍ମଅପ୍‌: ପେସର, ସୁଶ୍ରୀଙ୍କ ଉପରେ ନଜର

ସୁରଟ, ୨୨।୯- ଦକ୍ଷିଣ ଆଫ୍ରିକା ଓ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଦ୍ୱିତୀୟ ମହିଳା ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ରବିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ...

Advertisement
Archives

Model This Week