ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ ଗଠନ ହେବ ବୋଲି ଜ୍ୟୋତିଷୀୟ ମତ ରହିଛି। ଏହି ଯୋଗକୁ ଜ୍ୟୋତିଷରେ ଚ୍ୟାଲେଞ୍ଜିଂ ବୋଲି ବିବେଚନା କରାଯାଏ।

ଜ୍ୟୋତିଷ ଅନୁସାରେ, ଷଡାଷ୍ଟକ ଯୋଗରେ ଦୁଇଟି ଗ୍ରହ ପରସ୍ପରଠାରୁ ଷଷ୍ଠ ଓ ଅଷ୍ଟମ ଭାବରେ ରହିଥାନ୍ତି। ଷଷ୍ଠ ଭାବକୁ ରୋଗ, ଋଣ, ଶତ୍ରୁ ଏବଂ ଚାପ ସହିତ ଯୋଡ଼ି ଦେଖାଯାଏ। ସେହିପରି ଅଷ୍ଟମ ଭାବ ବାଧା, ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ସଙ୍କଟର ପ୍ରତୀକ ବୋଲି ମନେ କରାଯାଏ। ବୁଧ ଓ ଶନିଙ୍କ ଏହି ସ୍ଥିତି ଯୋଗୁ ମାନସିକ ଚାପ ବଢ଼ିବା ସହ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଦେଖାଦେଇପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ତେବେ ଏହି ଯୋଗର ପ୍ରଭାବରେ କେଉଁ ରାଶିର ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ, ଆସନ୍ତୁ ଜାଣିବା…

ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଷଡାଷ୍ଟକ ଯୋଗର ପ୍ରତିକୂଳ ପ୍ରଭାବ ପଡ଼ିପାରେ। ଆର୍ଥିକ କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିପାରେ। ହଠାତ୍‌ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭଲ ଭାବେ ବିଚାର ନକରି ନିବେଶ କରିବାରୁ ଦୂରେଇ ରହନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଏହି ସମୟରେ କଥାବାର୍ତ୍ତା ଉପରେ ସଂଯମ ରଖିବା ଜରୁରୀ, ନଚେତ ଭଲ ହୋଇଥିବା କାମ ମଧ୍ୟ ବିଗିଡ଼ିପାରେ।

ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ସୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଚିନ୍ତାରେ ପକାଇପାରେ। ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। କୌଣସି କାମ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ବିବାଦ ଓ ମତଭେଦଠାରୁ ଦୂରେଇ ରହିବା ଭଲ। କାହାକୁ ବି ଆଖି ବନ୍ଦ କରି ବିଶ୍ୱାସ ନକରିବାକୁ ଜ୍ୟୋତିଷୀୟ ପରାମର୍ଶ ଦିଆଯାଏ। କାମରେ ସାମାନ୍ୟ ଅବହେଳା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ସମୟରେ ତ୍ୱଚା ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।

କନ୍ୟା ରାଶି ପାଇଁ ମଧ୍ୟ ଷଡାଷ୍ଟକ ଯୋଗ ପ୍ରତିକୂଳ ପ୍ରଭାବ ଆଣିପାରେ। ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହେବାର ଆଶଙ୍କା ରହିଛି। କୌଣସି କାମରେ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରହନ୍ତୁ, ନଚେତ କ୍ଷତି ହୋଇପାରେ। ମାନସିକ ଚାପ ମଧ୍ୟ ବଢ଼ିପାରେ। ଆର୍ଥିକ ଲେଣଦେଣ ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଯୋଗୁ ବଜେଟ ବିଗିଡ଼ିପାରେ।

ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହି ଯୋଗ ଚ୍ୟାଲେଞ୍ଜ ଆଣିପାରେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିବ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ନିବେଶ କରିବା ପୂର୍ବରୁ ସମସ୍ତ ଦିଗକୁ ଭଲ ଭାବେ ବିଚାର କରନ୍ତୁ। ଗାଡ଼ି ଚଳାଇବା ସମୟରେ ସତର୍କ ରହିବା ଆବଶ୍ୟକ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି। ନିକଟ ସମ୍ପର୍କୀୟ କିମ୍ବା ପରିଚିତଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?