Posted inଖେଳ

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ସେକ୍ସ, ପାର୍ଟି ମନା

ଟୋକିଓ,୪।୨: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡ଼ାବିତ୍‌ଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ଅଲିମ୍ପିକ୍ସ ଭିଲେଜରେ କ୍ରୀଡ଼ାବିତମାନେ ସେକ୍ସ, ପାର୍ଟି, ସପିଂ କରିପାରିବେ ନାହିଁ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ବୁଧବାର ଏନେଇ ସ୍ପଷ୍ଟ କରିଛି। ସୂଚନା ଯୋଗ୍ୟ, ଟୋକିଓରେ କରୋନା ମହାମାରୀ ଯୋଗୁ ସ୍ଥଗିତ ଥିବା ଅଲିମ୍ପିକ୍ସ ପୁଣି ଆୟୋଜିତ ହେଉଥିବାରୁ ସେଠାକୁ ଯାତ୍ରା କରୁଥିବା ସମସ୍ତ କ୍ରୀଡ଼ାବିତଙ୍କ ପାଇଁ ଏହି ଗାଇଡଲାଇନ୍‌ ଜାରି ହୋଇଛି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି କ୍ରୀଡ଼ାବିତମାନେ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିପାରିବେ ନାହିଁ । କୌଣସି ପ୍ରକାର ଆଲୋଚନା ବେଳେ ପ୍ରତ୍ୟେକ ଖେଳାଳି ୨ ମିଟର ଦୂରତାରେ ଛିଡ଼ା ହୋଇ ରହିବେ। ଏହା ବ୍ୟତୀତ ବିମାନବନ୍ଦରରେ ପହଞ୍ଚିବା ପରେ କୌଣସି କ୍ରୀଡ଼ାବିତ କିଣାକିଣି କରିପାରିବେ ନାହିଁ। ଏପରି କି ରେଷ୍ଟୋରାଣ୍ଟ, ବାର ଯିବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ଭାରତକୁ ୨୦୨୧ ଜୁନିୟର ହକି ବିଶ୍ୱକପ୍‌ ଆୟୋଜନ ଅଧିକାର

ଲାଉସାନେ, ୧୭।୨ (ପି.ଟି.)- ଆସନ୍ତା ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ଆୟୋଜିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ସୋମବାର ଏହା...

୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ୍‌,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଲାଗି ୩ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଅଧିନାୟକ ରୋହିତ ଶର୍ମା ଟସ୍‌...

ମହିଳା ଭାରତୀୟ ଦଳର ବିଜୟ ଅଭିଯାନ

ଡାମ୍ବୁଲା,୨୩।୬: ଡାମ୍ବୁଲାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୩୪ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ...

ହକି ଫିଲ୍ଡରୁ ହସ୍ପିଟାଲ ଓ୍ବାର୍ଡ…

ପର୍ଥ, ୩ା୪ (ଏପି)-ଚଳିତ ବର୍ଷ ଯଦି ଟୋକିଓ ଅଲିମ୍ପିକ୍ସ ହୋଇଥାନ୍ତା ତେବେ ସ୍ବର୍ଣ୍ଣ ପଦକ ଅଭିଯାନରେ ସାମିଲ ହୋଇଥାନ୍ତେ ଅଷ୍ଟ୍ରେଲିଆର ମହିଳା ଫିଲ୍ଡ ହକି ଗୋଲ୍‌କିପର...

ଡ୍ରାଭିଡ୍‌ଙ୍କ ସ୍ଥାନରେ କୋଟାକ, ମହାମ୍ବ୍ରେ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ସୌରାଷ୍ଟ୍ର ଅଧିନାୟକ ସିତାଂଶୁ କୋଟାକ ଓ ପୂର୍ବତନ ଭାରତୀୟ ସିମର ପାରସ ମହାମ୍ବ୍ରେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନ ନେଇଛନ୍ତି।...

ପୁନେକୁ ଶୀର୍ଷକୁ ନେଲେ ସାଧବୀ

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୫ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ୭...

କେବଳ ବୁମ୍‌ରା ନୁହେଁ, ପୂର୍ବରୁ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ଏହିସବୁ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମ୍‌ରା ନିକଟରେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ଗୋଆରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ...

Advertisement
Archives

Model This Week