ରାଜଧାନୀରେ ଘରେ ପଶିଲା ନର୍ଦ୍ଦମା ପାଣି

ଭୁବନେଶ୍ୱର, ୬ା୮(ବ୍ୟୁରୋ) : ଭୁବନେଶରରେ ଗତ ୨ଦିନ ହେବ ଲଗାଣ ବର୍ଷା ଯୋଗୁ ବହୁ ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଉଁଠି ରାସ୍ତାରେ ପାଣି ଜମି ରହିଛି ତ ଆଉ କେଉଁଠି ଘରେ ପାଣି ପଶିଛି। ବିଶେଷକରି ନୟାପଲ୍ଲୀ ବେହେରା ସାହି ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଡ୍ରେନ ଭୁଶୁଡି ପଡିବାରୁ ବର୍ଷା ଓ ଆବର୍ଜନା ପାଣି ନିଷ୍କାସିତ ହୋଇ ନ ପାରି ଲୋକଙ୍କ ଘରେ ପଶିଥିବାବେଳେ ଆଉ କେତେକ ଡ୍ରେନ୍‌ରେ ପଙ୍କ ଭର୍ତ୍ତି ହୋଇ ରହିଥିବାରୁ ଆବର୍ଜନା ପାଣି ରାସ୍ତାରେ ଚାଲୁଛି। ଡ୍ରେନ୍‌ ସଫେଇ ଦାୟିତ୍ୱରେ ଘରୋଇ ସଂସ୍ଥା ରାମ୍‌କୀ ଓ ବିଏମ୍‌ସି ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ରାଜଧାନୀବାସୀ ଏପରି ହଟହଟା ହେଉଛନ୍ତି। ଦୁଇଦିନର ବର୍ଷା ସବୁ ଅବହେଳାକୁ ପଦାରେ ପକାଇଦେଇଛି। ଇସ୍କନ ମନ୍ଦିର ନିକଟରେ ଜମା ହେଉଥିବା ପାଣି ୱାର୍ଡ ନଂ. ୩୭ ଅନ୍ତର୍ଗତ ବେହେରାସାହି ଦେଇ ଛୋଟ ଛୋଟ ଡ୍ରେନ୍‌ ମାଧ୍ୟମରେ ମୁଖ୍ୟ ଡ୍ରେନ୍‌କୁ ଯାଇଥାଏ। ମାତ୍ର ପୁରୁଣା ଡ୍ରେନ୍‌ର ଆବଶ୍ୟକ ମରାମତି ହେଉ ନାହିଁ କି ପଙ୍କ ଉଦ୍ଧାର କରାଯାଉ ନାହିଁ। ଫଳରେ ପୁରୁଣା ଡ୍ରେନର ୬୦ ଫୁଟରୁ ଊଦ୍ଧର୍‌ବ ଲମ୍ବର ପାଚେରି ଭାଙ୍ଗିଯାଇଛି। ଏପଟେ ନୂଆପଲ୍ଲୀର ପାଣି ନିଷ୍କାସନ ପାଇଁ ମୁଖ୍ୟ ଡ୍ରେନ କାମ କ୍ରିଷ୍ଣା ଟାୱାରଠାରୁ ଦମୟନ୍ତୀ ଆପାର୍ଟମେଣ୍ଟ ଯାଏ ଚାଲିଛି। ଉକ୍ତ କମାରେ ମନ୍ଥରତା ଓ ସଂଯୋଗ କରୁଥିବା ପୁରୁଣା ଡ୍ରେନରୁ ମାଟି କଢ଼ା ନ ଯିବା ଯୋଗୁ ପାଣି ବେହେରାସାହି ଛକରୁ ଆଗକୁ ନ ଯାଇ ଅଟାକଳ ଗଳି ଦେଇ ମଙ୍ଗଳା ମନ୍ଦିର ତଳିଆ ଅଞ୍ଚଳର ଘରଗୁଡ଼ିକରେ ପଶୁଛି। ଏନେଇ ବିଏମ୍‌ସି ଡ୍ରେନେଜ ବିଭାଗ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସଫେଇ ସଂସ୍ଥା ରାମ୍‌କୀକୁ ଦୋଷ ଦେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏପଟେ ରାମ୍‌କୀ ସଂସ୍ଥା ମନମୁଖି କାର୍ଯ୍ୟ କରୁଥିଲେ ବିଏମ୍‌ସି କିଛି ପଦକ୍ଷେପ ନେଉନି କାହିଁକି ବୋଲି ଅନ୍ୟଜଣେ ବାସିନ୍ଦା ଅର୍ଜୁନ ବେହେରା କହିଛନ୍ତି। ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଓ ରାସ୍ତା କାମ ଚାଲିଛି। ହେଲେ ବର୍ଷା ପାଣି ନିଷ୍କାସନ ପାଇଁ କେହି ଗୁରୁତ୍ୱ ଦେଉ ନ ଥିବାରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହୁଛି। ଶ୍ରୀୟା ଟକିଜ୍‌ ଛକ, ବମିଖାଲ ଆଦି କେତେକ ସ୍ଥାନରେ ଦୁଇଦିନ ହେବ ପାଣି ଜମି ରହିଛି। ବିଏମ୍‌ସି ଠିକା ସଂସ୍ଥା ଉପରେ ଦାୟିତ୍ୱ ଦେଇ ଚୁପ୍‌ ବସିଥିବାରୁ ଅଳ୍ପଟିକେ କାର୍ଯ୍ୟ ପାଇଁ ହଜାର ହଜାର ଲୋକେ ହୀନସ୍ତା ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?