Posted inଜାତୀୟ

‘ଭୀଷଣ ପାଣିପାଗ’ ସଙ୍କଟ ବଢ଼ିବ: ଡବ୍ଲ୍ୟୁଏମ୍‌ଓର ଚେତାବନୀ ଜାରି

ନୂଆଦିଲ୍ଲୀ,୪ା୭(ପି.ଟି.)ପ୍ରଶାନ୍ତ ମହସାଗର ଉପରିଭାଗରେ ସୃଷ୍ଟ ଏଲ୍‌ ନିନୋ ସ୍ଥିତି ଆଗାମୀ ମାସରେ ଦ୍ରୁତ ବେଗରେ ଶକ୍ତିଶାଳୀ ହେବା ଆଶଙ୍କା କରାଯାଉଛି। ଫଳରେ ଏହା ବିଶ୍ୱର ବିଭିନ୍ନ ଭାଗରେ ଗ୍ରୀଷ୍ମ ଲହର ସୃଷ୍ଟି କରିବା ସହ ଅନାବୃଷ୍ଟି, ଅତ୍ୟଧିକ ବୃଷ୍ଟି ଏବଂ ଅନ୍ୟାନ୍ୟ ଭୀଷଣ ପାଗଜନିତ ବିପଦ ବଢ଼ାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏଲ୍‌ ନିନୋ ଦ୍ରୁତ ଗତିରେ ଶକ୍ତିଶାଳୀ ହୋଇଯିବ ବୋଲି ଡବ୍ଲ୍ୟୁଏମ୍‌ଓ ପକ୍ଷରୁ ଜାରି ମାସିକ ଜଳବାୟୁ ସୂଚନାରୁ ଜଣାପଡ଼ିଛି।
ଏଲ୍‌ ନିନୋ ସଦର୍ନ ଅସ୍କିଲେଶନ (ଇଏନ୍‌ଏସ୍‌ଓ)ର ୩ ପର୍ଯ୍ୟାୟ ମଧ୍ୟରୁ ଏଲ୍‌ ନିନୋ ଅନ୍ୟତମ। ଏହା ଏକ ଜଳବାୟୁ ପରିବର୍ତ୍ତନ, ଯେଉଁଥିରେ ପ୍ରଶାନ୍ତ ମହାସାଗରର କେନ୍ଦ୍ର ଓ ପୂର୍ବ ଭାଗରେ ସମୁଦ୍ର ଉପରିଭାଗର ଜଳ ସାଧାରଣ ଅପେକ୍ଷା ଅଧିକ ଗରମ ହୋଇଥାଏ। ଫଳରେ ଏହା ବାୟୁମଣ୍ଡଳରେ ପରିବର୍ତ୍ତନ ଆଣିଥାଏ। ଏଲ୍‌ ନିନୋ ପୃଥିବୀ ଉପରେ ଉତ୍ତପ୍ତ ପ୍ରଭାବ ପକାଉଥିବାବେଳେ ଏହାର ବିପରୀତରେ ଲା ନିନା ଶୀତଳ ପ୍ରଭାବ ପକାଇଥାଏ। ଇଏନ୍‌ଏସ୍‌ଓର ଅନ୍ୟ ଏକ ନିରପେକ୍ଷ ପ୍ରଭାବ ମଧ୍ୟ ରହିଛି।
ଏଲ୍‌ ନିନୋ ଅବସ୍ଥା ଏବେ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ମାସରେ ଏହା ଦ୍ରୁତ ବେଗରେ ଅତ୍ୟନ୍ତ ଶକ୍ତିଶାଳୀ ହେବାକୁ ଯାଉଥିବା ଡବ୍ଲ୍ୟୁଏମ୍‌ଓ ମହିାସଚିବ ସେଲେଷ୍ଟ ସାଉଲୋ କହିଛନ୍ତି। ଡବ୍ଲ୍ୟୁଏମ୍‌ଓର ପୂର୍ବାନୁମାନ ଅନୁଯାୟୀ ଏହା ଭୀଷଣ ପାଣିପାଗଜନିତ ବିପଦ ବଢ଼ାଇବ। ଏହାଦ୍ୱାରା କେତେକ ଅଞ୍ଚଳରେ ଅନାବୃଷ୍ଟି ହେବାକୁ ଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ବନ୍ୟା ଆସିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବ। ସେହିପରି ବହୁତ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଲାଗିରହିବ।
ଏଲ୍‌ ନିନୋ ସ୍ଥିତି ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଗତ ମାସ ୧୨ ତାରିଖରେ ଘୋଷଣା କରିଥିଲା। ମୌସୁମୀ ଋତୁରେ ଏହା ଅଧିକ ସକ୍ରିୟ ହେବ ବୋଲି କୁହାଯାଇଥିଲା। ଏଲ୍‌ ନିନୋ ଯୋଗୁ ଭାରତରେ କମ୍‌ ବର୍ଷା ହୋଇଥାଏ, ଯେଉଁ କାରଣରୁ ଜୁନ୍‌ ମାସରେ ବୃଷ୍ଟିପାତ ପ୍ରାୟ ୪୦ ପ୍ରତିଶତ କମ୍‌ ରହିଥିଲା। କେନ୍ଦ୍ରୀୟ ଭାରତରେ ବୃଷ୍ଟିପାତ ପରିମାଣ ୫୦.୪ ପ୍ରତିଶତ କମ୍‌ ରହିଥିଲା। ଜୁଲାଇରେ ହାରାହାରି ବୃଷ୍ଟିପାତ ସ୍ବାଭାବିକଠାରୁ କମ୍‌ ରହିବ ବୋଲି ଗତ ୩ ତାରିଖରେ ଆଇଏମ୍‌ଡି ପୂର୍ବାନୁମାନ କରିଥିଲା। ଜୁଲାଇ ମାସରେ ହାରାହାରି ୨୮୦.୪ ମିଲିମିଟର ବର୍ଷା ହେଉଥିବାବେଳେ ଏଥର ତାହାର ୯୪ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ କହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?