ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଛକ ନିକଟ ବଡୁ ସାହିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ଶଶାଙ୍କ ଶେଖର ଶତପଥୀ (୨୨)। ଗୁରୁବାର ଭୋର ପ୍ରାୟ ୫ଟା ବେଳେ ଫ୍ୟାନ୍‌ ଲାଗିଥିବା ପାଇପ୍‌ରେ ଗାମୁଛା ଦ୍ୱାରା ଶଶାଙ୍କ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଭାଇ କ୍ଷୀରୋଦ ଶତପଥୀଙ୍କ ରିପୋର୍ଟ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୮/୨୦୨୪) ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ପୋଲିସ ଶଶାଙ୍କଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, ଶଶାଙ୍କ ଅନ୍‌ଲାଇନ୍‌ ଗେମ୍‌ରେ ସଂଶ୍ଳିଷ୍ଟ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଶଶାଙ୍କ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ପଛର ସ୍ପଷ୍ଟ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି।
ଶଶାଙ୍କ ସେବାୟତ ପରିବାରର ହୋଇଥିବାବେଳେ ସେ ଲିଙ୍ଗରାଜ ମନ୍ଦିରରେ ପୂଜା କାର୍ଯ୍ୟ କରୁଥିଲେ। ତେବେ ସେ ବିଭିନ୍ନ ସମୟରେ ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିଲେ। ଏପରିକି ଗେମ୍‌ରେ ନିବେଶ ପାଇଁ ବିଭିନ୍ନ ଲୋକଙ୍କଠାରୁ ସେ ଟଙ୍କା ମଧ୍ୟ ନେଇଥିଲେ। ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଶଶାଙ୍କ ଗେମ୍‌ ଖେଳୁଥିଲେ। ଖୁଡ଼ୀ ବାରଣ କରିବାରୁ ସେ ତାଙ୍କ ରୁମ୍‌ରେ ଯାଇ ଶୋଇଥିଲେ। ସକାଳେ ପରିବାର ଲୋକ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ। ପୋଲିସ ଘଟଣା ସଂକ୍ରାନ୍ତରେ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ଶଶାଙ୍କଙ୍କ ମୋବାଇଲ ଜବତ କରି ଅଧିକ ଖୋଳତାଡ଼ କରୁଛି। ଏଥିସହ ଅଧିକ ତଥ୍ୟ ପାଇଁ ଶଶାଙ୍କଙ୍କ ମୋବାଇଲ ନମ୍ବରରୁ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ମଧ୍ୟ ମଗାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?