ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଛକ ନିକଟ ବଡୁ ସାହିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ଶଶାଙ୍କ ଶେଖର ଶତପଥୀ (୨୨)। ଗୁରୁବାର ଭୋର ପ୍ରାୟ ୫ଟା ବେଳେ ଫ୍ୟାନ୍‌ ଲାଗିଥିବା ପାଇପ୍‌ରେ ଗାମୁଛା ଦ୍ୱାରା ଶଶାଙ୍କ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଭାଇ କ୍ଷୀରୋଦ ଶତପଥୀଙ୍କ ରିପୋର୍ଟ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୮/୨୦୨୪) ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ପୋଲିସ ଶଶାଙ୍କଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, ଶଶାଙ୍କ ଅନ୍‌ଲାଇନ୍‌ ଗେମ୍‌ରେ ସଂଶ୍ଳିଷ୍ଟ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଶଶାଙ୍କ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ପଛର ସ୍ପଷ୍ଟ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି।
ଶଶାଙ୍କ ସେବାୟତ ପରିବାରର ହୋଇଥିବାବେଳେ ସେ ଲିଙ୍ଗରାଜ ମନ୍ଦିରରେ ପୂଜା କାର୍ଯ୍ୟ କରୁଥିଲେ। ତେବେ ସେ ବିଭିନ୍ନ ସମୟରେ ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିଲେ। ଏପରିକି ଗେମ୍‌ରେ ନିବେଶ ପାଇଁ ବିଭିନ୍ନ ଲୋକଙ୍କଠାରୁ ସେ ଟଙ୍କା ମଧ୍ୟ ନେଇଥିଲେ। ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଶଶାଙ୍କ ଗେମ୍‌ ଖେଳୁଥିଲେ। ଖୁଡ଼ୀ ବାରଣ କରିବାରୁ ସେ ତାଙ୍କ ରୁମ୍‌ରେ ଯାଇ ଶୋଇଥିଲେ। ସକାଳେ ପରିବାର ଲୋକ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ। ପୋଲିସ ଘଟଣା ସଂକ୍ରାନ୍ତରେ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ଶଶାଙ୍କଙ୍କ ମୋବାଇଲ ଜବତ କରି ଅଧିକ ଖୋଳତାଡ଼ କରୁଛି। ଏଥିସହ ଅଧିକ ତଥ୍ୟ ପାଇଁ ଶଶାଙ୍କଙ୍କ ମୋବାଇଲ ନମ୍ବରରୁ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ମଧ୍ୟ ମଗାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ୱର,୧୮।୧: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦର...

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ନବ ଦାସଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳ ହତ୍ୟାକାରୀ ନା…

ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି।...

୨ୟ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ଚଢାଉ

ଭୁବନେଶ୍ୱର,୧୮।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ପୀଡ଼ିତାଙ୍କ ସହ ଥିବା ଯୁବକଜଣଙ୍କ କିଏ?

ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri