ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କୋରାପୁଟ ଏମପି ସପ୍ତଗିରି ଉଲାକା । ଏହାର ପରିଣାମ ସ୍ବରୂପ ଆଦିବାସୀ ଆମ୍ବ ଚାଷୀମାନେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ରାୟଗଡ଼ା ଜିଲାର କାଶୀପୁର ବ୍ଲକର ଆମ୍ବ ଚାଷ କରୁଥିବା ଆଦିବାସୀ ଚାଷୀମାନେ ବିକ୍ରୟ ପାଇଁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ସମ୍ପର୍କିତ ପ୍ରସଙ୍ଗ ଲୋକସଭାରେ ପ୍ରଶ୍ନ ମାଧ୍ୟମରେ ଉଠାଇଥିଲେ ଏମ୍‌ପି ସପ୍ତଗିରି ଉଲାକା। ଶୀତଳ ଭଣ୍ଡାର ଅଭାବ, ସରକାରୀ କ୍ରୟ ବ୍ୟବସ୍ଥା ନଥିବା, ସୁଲଭ କୃଷି ସାମଗ୍ରୀ ଏବଂ ପ୍ରକ୍ରିୟାକରଣ ସୁବିଧାର ସମ୍ପୂର୍ଣ୍ଣ ଅଭାବକୁ ଉଲେଖ କରିଥିଲେ ନିଜ ପ୍ରଶ୍ନରେ । ପ୍ରତିବର୍ଷ ଆମ୍ବ ଋତୁରେ ଏହି ସମସ୍ତ ଅଭାବ ହଜାର ହଜାର ଆଦିବାସୀ ଚାଷୀଙ୍କୁ ଅସୁବିଧାରେ ପକାଇ ଅଳ୍ପ ଦରରେ ଆମ୍ବ ବିକ୍ରି କରିବାକୁ ବାଧ୍ୟ କରୁଛି ବୋଲି ଏମ୍‌ପି ଅଭିଯୋଗ କରିଛନ୍ତି।

ଏହାର ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଜଣାଇଛି ଯେ, ଓ ସରକାରଙ୍କ ପକ୍ଷରୁ ଆମ୍ବ ବିକ୍ରୟ ଅସୁବିଧା ସମ୍ପର୍କରେ କୌଣସି ଆନୁଷ୍ଠାନିକ ରିପୋର୍ଟ ମିଳିନାହିଁ। ତଥାପି ରାଜ୍ୟ ସରକାର କାଶୀପୁର ବ୍ଲକରେ ଆମ୍ବ ଚାଷୀମାନେ ସମ୍ମୁଖୀନ ହେଉଥିବା ଗୁରୁତର ଲଜିଷ୍ଟିକ ଓ ଋତୁକାଳୀନ ସମସ୍ୟା ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଥିବା ଉଲେଖ କରିଛି କେନ୍ଦ୍ର କୃଷି ବିଭାଗ । ତେବେ କୃଷି ବିଭାଗର ଏହି ଉତର ଏକ ସ୍ଥାୟୀ ଶାସନଗତ ବ୍ୟବଧାନକୁ ପ୍ରକାଶ କରେ ବୋଲି ସାଂସଦ କହିଛନ୍ତି। ଯେଉଁଠାରେ ଚାଷୀମାନଙ୍କ ଯନ୍ତ୍ରଣା ନୀତିଗତ ଭାବରେ ସ୍ବୀକୃତିପ୍ରାପ୍ତ କିନ୍ତୁ ପ୍ରକ୍ରିୟାଗତ ଅବହେଳା ଯୋଗୁଁ ବାସ୍ତବ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରୁନି ବୋଲି କହିଛନ୍ତି ଏମପି ଉଲାକା । ତେଣୁ ବିକେନ୍ଦ୍ରୀକୃତ ଆମ୍ବ ପ୍ରକ୍ରିୟାକରଣ ୟୁନିଟ ଏବଂ ନିଶ୍ଚିତ ମୂଲ୍ୟ-ସମର୍ଥନ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ଏମ୍‌ପି ସପ୍ତଗିରି ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?