Posted inଜାତୀୟ

ଆଜିଠୁ ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଅଧିବେଶନ

ନୂଆଦିଲ୍ଲୀ,୧୯ା୯: ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ମଙ୍ଗଳବାର ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଆରମ୍ଭ ହେବ। ନୂଆ ଚାମ୍ବରରେ ସଂଗଠିତ ବିଶୃଙ୍ଖଳା ଏବଂ ପ୍ଲାକାର୍ଡ ଦେଖାଇବାରୁ ଦୂରେଇ ରହିବାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି। ନବନିର୍ମିତ ସଂସଦ ଭବନର ଉଚ୍ଚ ସଦନରେ ରାଜ୍ୟ ସଭା ଅଧିବେଶନ ଅପରାହ୍ନ ୨ଟା ୧୫ରେ ଆରମ୍ଭ ହେବାକୁ ଥିବାବେଳେ ନିମ୍ନ ସଦନରେ ଅପରାହ୍ନ ୧ଟା ୧୫ରେ ଲୋକ ସଭା ଅଧିବେଶନ ଆରମ୍ଭ ହେବ। ସୋମବାର ଉଭୟ ଗୃହର ସଦସ୍ୟମାନେ ପୁରୁଣା ସଂସଦ ଭବନକୁ ବିଦାୟ ଜଣାଇବା ଅବସରରେ ୭୫ ବର୍ଷର ସଂସଦୀୟ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଅଧିବେଶନ ଶେଷ କରିବା ପୂର୍ବରୁ ବାଚସ୍ପତି ବିର୍ଲା କହିଥିଲେ, ଐତିହାସିକ ତଥା ମର୍ଯ୍ୟାଦାଜନକ ଚାମ୍ବରରେ ଶେଷ ଦିନରେ ଗଠନମୂଳକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଓ ସବୁ ଦଳର ନେତା ଦେଶର ଗଣତାନ୍ତ୍ରିକ ଯାତ୍ରା ଓ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସେମାନଙ୍କ ମତାମତ ଓ ଅଭିଜ୍ଞତା କହିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଐତିହାସିକ ଏବଂ ଅଭୁଲା ମୁହୂର୍ତ୍ତ। ଆମେ ନୂଆ ଭବନରେ ପ୍ରବେଶ କରିବାକୁ ଯାଉଥିଲାବେଳେ ପୁରୁଣା ବିଲ୍ଡିଂର ସ୍ମୃତି ଆମ ହୃଦୟରେ ସବୁବେଳେ ରହିବ ବୋଲି ବିର୍ଲା କହିଥିଲେ। ନୂଆ ଭବନରେ ଆମେ ଆମର ସଂସଦୀୟ ଗଣତନ୍ତ୍ରର ଯାତ୍ରା ଆରମ୍ଭ କରିବା। ସେଠାରେ ଆମେ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିବା ନେଇ ବାଚସ୍ପତି ଆଶାବ୍ୟକ୍ତ କରିଥିଲେ। ସେଥିପାଇଁ ସଦସ୍ୟମାନେ କେତେକ ପୁରୁଣା କାର୍ଯ୍ୟ ଯଥା ପ୍ଲାକାର୍ଡ ଦେଖାଇବା, ସଂଗଠିତ ଭାବେ ଗୃହ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ଦୂରେଇ ରହି ସର୍ବୋଚ୍ଚ ଗଣତାନ୍ତ୍ରିକ ପରମ୍ପରା ସ୍ଥାପନ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ। ରାଜ୍ୟ ସଭା ଅଧିବେଶନ ନୂଆ ବିଲ୍ଡିଂରେ ଅପରାହ୍ନ ୨ଟା ୧୫ରେ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri