ସିରିଜ ଦୁର୍ଘଟଣା: ଜଣେ ମୃତ, ୧୧ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଶୁଆକାଟି ଓଏମସି ଛକରେ ଏନ୍‌ଏଚ୍‌ ୪୯ରେ ସୋମବାର ଏକ ସିରିଜ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ରୁ ଊଦ୍ଧର୍‌ବ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବୁଲେଟ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ କେନ୍ଦୁଝରରୁ କାଞ୍ଜିପାଣି ଆଡ଼କୁ ଯାଉଥିବା ଅମ୍ବା ବସ୍‌ ପଛରେ ଏକ ଟ୍ରକ ଧକ୍କା ଦେବାରୁ ୧୧ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଆଉ ଏକ ମିନି ପିକଅପ୍‌ ବସ୍‌ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍‌ ପଛରେ ପିଟି ହୋଇଯିବାରୁ ରାସ୍ତା କଡ଼ ଡ୍ରେନ୍‌ ଭିତରକୁ ପଶିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲା। ଲୁହ ପଥର ଲୋଡିଂ ପାଇଁ କିଛି ଦିନ ହେଲା ଏନ୍‌ଏଚ୍‌ ୪୯ରେ ଅଞ୍ଜରଠାରୁ ଶୁଆକାଟି ପର୍ଯ୍ୟନ୍ତ ରାସ୍ତାରେ ଟ୍ରକ ଛିଡ଼ା ହୋଇ ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। କେତେକ ଟ୍ରକ ଚାଳକ ଡିଭାଇଡର ଡେଇଁ ଗୋଟିଏ ପାଖରୁ ଅନ୍ୟ ପାଖକୁ ଗାଡ଼ି ଡେଇଁ ଲାଇନ ଆଗକୁ ଯାଉ ଥିବା ଏବଂ କେତେକ ଲାଇନ ଭାଙ୍ଗି ଆଗକୁ ଯାଇ ଲାଇନରେ ଛିଡ଼ା ହେବାକୁ ଉଦ୍ୟମ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ପାର୍କିଂ ବ୍ୟବସ୍ଥା ନ ଥିବାରୁ ଶହ ଶହ ସଂଖ୍ୟାରେ ଗାଡ଼ି ରାସ୍ତା ଉପରେ ଠିଆ ହେଇଥିବାରୁ ସାଧାରଣ ଲୋକ ଓ ଯାତ୍ରୀମାନେ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ପୋଲିସ ନିୟନ୍ତ୍ରଣ କରିପାରୁନାହିଁ। ଏଣୁ ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?