ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ସୁରକ୍ଷିତ

ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ ଦଳର ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ ଦଳ କାମ୍ପାଲାର ହଲିଡେ ଏକ୍ସପ୍ରେସ୍‌ ହୋଟେଲରେ ରହୁଛନ୍ତି। ହୋଟେଲଠାରୁ ୧୦୦ ମିଟର ଦୂରରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା। ସେତେବେଳେ କେତେକ ଭାରତୀୟ ଖେଳାଳି ଷ୍ଟାଡିୟମ୍‌କୁ ମ୍ୟାଚ୍‌ ଖେଳିବାକୁ ଯାଇଥିଲେ। ଅନ୍ୟ ଖେଳାଳିମାନେ ହୋଟେଲରେ ଥିଲେ ମଧ୍ୟ କାହାର କ୍ଷତି ହୋଇନାହିଁ। ନିରାପତ୍ତା ଦାୟିତ୍ୱରେ ଥିବା ଅଧିକାରୀମାନେ ସୁରକ୍ଷିତ ଭାବେ ବସ୍‌ରେ ଖେଳାଳିଙ୍କୁ ହୋଟେଲରୁ ଷ୍ଟାଡିୟମକୁ ନେବାରେ ସହାୟତା କରୁଛନ୍ତି। ଭାରତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ, ଦୀପ୍‌ ରଞ୍ଜନ ବିଶୋଇ ଓ ଜି .ଦିଲେଶ୍ୱର ରାଓ। ଏମାନଙ୍କର କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି। ”ଆମେ ସୁରକ୍ଷିତ ଅଛୁ, ଚିନ୍ତା କରିବାର କିଛି ନାହିଁ। ଆମେ ବିଶେଷ କିଛି ଅନୁଭବ କରିପାରିନାହୁଁ। କିଛି ସମୟ ପାଇଁ ହଇଚଇ ସୃଷ୍ଟି ହୋଇଥିଲେ ହେଁ ଆମେ ସମସ୍ତେ ସୁରକ୍ଷିତ ଅଛୁ। ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେଉଛି“ ବୋଲି ଓଡ଼ିଶାର ପ୍ରଥମ ଖେଳାଳି ଭାବେ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଥିବା ପ୍ରମୋଦ ପ୍ରକାଶ କରିଛନ୍ତି। ପ୍ରମୋଦଙ୍କ ଇଭେଣ୍ଟ ବୁଧବାର ଆରମ୍ଭ ହେବ।
ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଡିଆ ପକ୍ଷରୁ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଖେଳାଳି ସୁରକ୍ଷିତ ଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri