Posted inଫୁରସତ

୧୦୦ ରୋଗୀଙ୍କୁ ବିଷ ଇଞ୍ଜେକ୍‌ସନ ଦେଇ ମାରିଛନ୍ତି ଏହି ନର୍ସ, କାରଣ ଜାଣିଲେ…

ସାଧାରଣତଃ ହସ୍ପିଟାଲରେ ଥିବା ନର୍ସମାନେ ରୋଗୀଙ୍କ ସେବା କରିଥାନ୍ତି। ରୋଗୀ କିପରି ସୁସ୍ଥ ହେବେ ନିଜ ଜୀବନକୁ ବାଜି ଲଗାଇ ରାତିଦିନ ଏକକରି ରୋଗୀଙ୍କ ସେବାରେ ଲାଗିଥାନ୍ତି। ମାତ୍ର ନର୍ସ ଯେ ରୋଗୀଙ୍କ ମୃତ୍ୟୁର କାରଣ ପାଲଟନ୍ତି ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଗୋଟିଏ କି ଦୁଇଟି ରୋଗୀ ନୁହନ୍ତି ଶହଶହ ରୋଗୀଙ୍କୁ ହସ୍ପିଟାଲରେ ବିଷୟ ଇଞ୍ଜେକ୍‌ସନ ଦେଇ ମାରିଛନ୍ତି ଜଣେ ନର୍ସ।
କାହାଣୀରେ ସିରିୟଲ କିଲର କଥା ଅନେକ ଶୁଣିଥିବେ। ମାତ୍ର ଏହି ସିରିୟଲ କିଲର ନର୍ସଙ୍କ କଥା ଶୁଣିଲେ ହୃଦୟରେ ନିଆଁ ଲାଗିଯିବ। ଏହି ଘଟଣା ଜର୍ମାନୀର। ନିଲ୍‌ସ ହୋଏଗ୍ଲ ନାମକ ଜଣେ ପୁରୁଷ ନର୍ସ ୧୦୦ ରୋଗୀଙ୍କୁ ମାରିଛନ୍ତି। ଏବେ ନିଲ୍‌ସ ଆଜୀବନ ଜେଲ୍‌ଦଣ୍ଡ ଭୋଗୁଛନ୍ତି।

୧୯୯୯ରୁ ୨୦୦୫ ମଧ୍ୟରେ ଜର୍ମାନୀର ଦୁଇ ସହରରେ ନିଲ୍‌ସଙ୍କ ଉପରେ ୧୦୦ ରୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହସ୍ପିଟାଲ ମଧ୍ୟରେ ବିଷ ଇଞ୍ଜେକ୍‌ସନ ଦେଇ ସେ ରୋଗୀଙ୍କୁ ମାରିଥାନ୍ତି। ଏହା ଯେମିତି ତାଙ୍କ ନିଶାରେ ପରିଣତ ହୋଇଥିଲା। ପ୍ରତିଦିନ ରୋଗୀଙ୍କ ନିକଟକୁ ସେବା କରିବାକୁ ଆସି ସେ ବିଷ ଇଞ୍ଜେକ୍‌ସନ ଦେଇଥାନ୍ତି। ୨୦୦୫ରେ ଯେତେବେଳେ ଜର୍ମାନୀର ଡେଲମେନହୋର୍ଷ୍ଟରେ ଜଣେ ରୋଗୀଙ୍କୁ ବିଷ ଇଞ୍ଜେକ୍‌ସନ ଦେଉଥିଲେ ସେତେବେଳେ ତାଙ୍କୁ ଧରା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରାମଦାୟକ ‘ଡଗ୍‌ ବେଡ୍‌’

କିଛି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ହୋଇଥାଏ। ଏବେ ମଣିଷମାନଙ୍କ ପାଇଁ ଏକ ବେଡ୍‌ ତିଆରି ହୋଇଛି। ଯାହାର...

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି...

ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

କଳା ଓ ସ୍ଥାପତ୍ୟର ଅଦ୍ଭୁତ ମିଶ୍ରଣ

ନିଜ ସ୍ବପ୍ନର ଘରକୁ ସୁନ୍ଦରକରି ତୋଳିବାକୁ ସମସ୍ତେ ଚାହାନ୍ତି। ତେଣୁ ବିଭିନ୍ନ ସ୍ଥପତିଙ୍କ ସାହାଯ୍ୟ ବି ନିଅନ୍ତି। ତେବେ ଏମିତି ଜଣେ ସ୍ଥପତି ଅଛନ୍ତି, ଯେ...

କୁଟାକାଠି ଯୋଗାଡ କରି ଏମିତି ବସା ନିର୍ମାଣ କଲା ପକ୍ଷୀ: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ପଶୁ ଏବଂ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ତିଆରି କରିବାକୁ ବହୁ ସଂଘର୍ଷ କରିବାକୁ ପଡେ। ପକ୍ଷୀମାନେ ସେମାନଙ୍କର ଅଣ୍ଡା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା...

୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌

ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର...

ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା...

କରୋନା ରୋଗୀଙ୍କୁ ଆମ୍ବୁଲାନ୍ସରେ ୭ କିମି ନେବା ପାଇଁ ଚାର୍ଜ କରାଗଲା ୮ ହଜାର

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଖବରମାନ ଶୁଣିବାକୁ ମିଳୁଛି। କେତେବେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁ ନାହିଁ ତ ଆଉ କେତେବେଳେ ଆମ୍ବୁଲାନ୍ସ। ଏବେ...

Advertisement
Archives

Model This Week