ଡାକ୍ତର ସାଜିଲେ ସିରିୟଲ୍‌ କିଲର

ନୂଆଦିଲ୍ଲୀ,୧।୮: ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ଏକ ରୂପର ଆଖ୍ୟା ଦେଇଥାନ୍ତି। କାରଣ ଡାକ୍ତରମାନେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ନୂଆ ଜୀବନ ଦେବାର ଅଧିକାରୀ ମଧ୍ୟ ହୋଇଥାନ୍ତି। ବେଳେବେଳେ ଅନ୍ୟକୁ ବଞ୍ଚାଇବାକୁ ଯାଇ ସେମାନଙ୍କୁ ନିଜ ଜୀବନର ବାଜି ମଧ୍ୟ ଲଗାଇବାକୁ ପଡ଼ିଥାଏ। ହେଲେ ଦିଲ୍ଲୀର ଜଣେ ଡାକ୍ତରଙ୍କ କାରାନାମା ବିଷୟରେ ଜାଣିଲେ ଲୋମଟାଙ୍କୁରି ଉଠିବ। କାରଣ ଉକ୍ତ ଡାକ୍ତର ଭଗବାନ ବଦଳରେ ଲୋକଙ୍କ ପାଇଁ ସାଜିଛନ୍ତି ଏକ ସଇତାନ। ସୂଚନାଯୋଗ୍ୟ, ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଟ୍ରକ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ସମେତ ୧୦୦ରୁ ଅଧିକ ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ପୋଲିସ ଜୁଲାଇ ୨୮ରେ ଗିରଫ କରିଛି। ଗିରଫ ଡାକ୍ତର ଜଣଙ୍କ ହେଉଛନ୍ତି ୬୨ବର୍ଷୀୟ ଦେବେନ୍ଦ୍ର ଶର୍ମା। ନିଜ ଅପରାଧକୁ ଲୁଚାଇବା ପାଇଁ ଡାକ୍ତର ଦେବେନ୍ଦ୍ର ୧୦୦ଜଣଙ୍କୁ ହତ୍ୟା କରି କୁମ୍ଭୀରକୁ ଖାଇବାକୁ ଦେଇଥିବା ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ସେ ଡାକ୍ତରରୁ ସିରିୟଲ୍‌ କିଲର ସାଜିଲେ ତାହା ଏବେ ସାମ୍ନାକୁ ଆସିଛି।

ସୂଚନା ମୁତାବକ ୧୯୮୪ରେ ଦେବେନ୍ଦ୍ର ରାଜସ୍ଥାନରେ ଏକ କ୍ଲିନିକ ଖୋଲିଥିଲେ। ୧୯୯୪ରେ ଗ୍ୟାସ ଏଜେନ୍ସି ଡିଲରସିପ ଯୋଜନାରେ ସେ ୧୧ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ଏହି କମ୍ପାନୀଠାରୁ ଦେବେନ୍ଦ୍ର ଠକେଇର ଶୀକାର ହୋଇଥିଲେ। କାରଣ ଉକ୍ତ କମ୍ପାନି ରାତାରାତି ଲୋକଙ୍କ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା। ତେବେ ଏତେ ଟଙ୍କା ହରାଇବା ପରେ ଦେବେନ୍ଦ୍ରଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା। ଏହାପରେ ସେ ନିଜର ନକଲି ଗ୍ୟାସ ଏଜେନ୍ସି, କିଡନୀ ଟ୍ରନ୍ସପ୍ଲାଣ୍ଟ ର଼୍ୟାକେଟ କରିବା ଆରମ୍ଭ କରିଦେଇଥିଲେ। ଏଥିପାଇଁ ସେ ଟ୍ରକ ଚାଳକଙ୍କୁ ହତ୍ୟା କରି ଉତ୍ତରପ୍ରଦେଶ କାସରଗଞ୍ଜର ହଜାରା ନଦୀରେ ଫୋପାଡ଼ିଦେଇଥିାନ୍ତି। କାରଣ ସେଠାରେ ବହୁ ସଂଖ୍ୟାରେ କୁମ୍ଭୀର ରହିଥାନ୍ତି। ଆତିପର୍ଯ୍ୟନ୍ତ ଦେବେନ୍ଦ୍ର ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଫିଙ୍ଗି ଦେଇଥିବା ନେଇ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି ବୋଲି ତଦନ୍ତକାରୀ ଅଧିକାରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?