Posted inଖେଳ

ସେରେନା, ନାଡାଲ, ହାଲେପ ବିଜୟୀ

ଆଡିଲେଡ୍‌, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍‌ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ନାଓମି ଓସାକାଙ୍କୁ ସେରେନା ୬-୨, ୨-୬, ୧୦-୭ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରତିଯୋଗିତାରେ ଖେଳିବା ପୂର୍ବରୁ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ତାଙ୍କ ଝିଅକୁ ସ୍ଥାନୀୟ ଏକ ଚିଡ଼ିଆଖାନା ବୁଲାଇ ଦେଖାଇଥିଲେ। ଏହା ତାଙ୍କ ପାଇଁ ଟନିକ୍‌ ଭଳି କାର୍ଯ୍ୟ କରିଥିଲା ବୋଲି ସେରେନା କହିଛନ୍ତି। ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ରାଫାଲ ନାଡାଲ ୟୁ.ଏସ. ଓପନ ଚାମ୍ପିୟନ ଡୋମିନିକ୍‌ ଥିମ୍‌ଙ୍କୁ ୭-୫, ୬-୪ ସେଟରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍‌ ୩-୬, ୬-୧, ୧୦-୮ରେ ନମ୍ବର ଓ୍ବାନ ଖେଳାଳି ଆଶଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। କରୋନା ଭାଇରସ ଜନିତ ଗମନାଗମନ କଟକଣା ଯୋଗୁ ୧୧ ମାସ ବ୍ୟବଧାନରେ ବାର୍ଟିଙ୍କର ଏହାଥିଲା ପ୍ରଥମ ମ୍ୟାଚ। ଗତବର୍ଷ ବିଳମ୍ବରେ ହୋଇଥିବା ଫ୍ରେଞ୍ଚ୍‌ ଓପନ୍‌ରେ ସେ ତାଙ୍କ ୨୦୧୯ ଟାଇଟଲ ବଜାୟ ରଖିବାକୁ ଚାହିଁ ନ ଥିଲେ। ଶୁକ୍ରବାର ପ୍ରାରମ୍ଭରେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚ୍‌ ଇଟାଲୀର ପ୍ରତିଭାସମ୍ପନ୍ନ ଜାନିକ ସିନରଙ୍କ ସହିତ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଜୋକୋଭିଚ୍‌ଙ୍କ ଡାହାଣ ହାତରେ ସମସ୍ୟା ଦେଖାଦେବାରୁ ନାଡାଲଙ୍କ କ୍ୱାରାଣ୍ଟାଇନ୍‌ ପ୍ରାକ୍ଟିସ ପାର୍ଟନର ସିନରଙ୍କୁ ଫିଲିପ୍‌ କ୍ରାଜିନୋଭିଚ୍‌ଙ୍କ ସହ ଖେଳିବାକୁ ହୋଇଥିଲା। କିନ୍ତୁ ୮ଥର ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଦ୍ୱିତୀୟ ସେଟ୍‌ ଖେଳ ପୂର୍ବରୁ କୋର୍ଟରେ ପହଞ୍ଚତ୍ୟାଇଥିଲେ। ଦର୍ଶକ ତାଙ୍କୁ ଉତ୍ସାହିତ କରିଥିଲେ। କ୍ରାଜିନୋଭିଚ୍‌ ସେତେବେଳକୁ ପ୍ରଥମ ସେଟ୍‌ ୬-୩ରେ ଜିତିସାରିଥିଲେ। ଜୋକୋଭିଚ୍‌ ଦ୍ୱିତୀୟ ସେଟ୍‌ ସମାନ ସ୍କୋରରେ ଜିତିଥିଲେ। ଫଳରେ ଏହି ମ୍ୟାଚରେ ସର୍ବୀୟ ଟ୍ୟାଗ୍‌ ଟିମ୍‌କୁ ବିଜୟୀ ଘୋଷଣା କରାଯାଇଥିଲା। ମେଲବୋର୍ନରେ ଖେଳାଯାଉଥିବା ଆଡିଲେଡ୍‌ ଟୁର୍ନାମେଣ୍ଟ ହେଉଛି ଏକମାତ୍ର ଅଷ୍ଟ୍ରେଲିଆନ ଓପନ୍‌ ଟ୍ୟୁନ୍‌ ଅପ୍‌ ଟୁର୍ନାମେଣ୍ଟ। ଏଟିପି କପ୍‌ ଓ ୩ ଡବ୍ଲ୍ୟୁଟିଏ ଇଭେଣ୍ଟ ସମେତ ଅନ୍ୟଗୁଡ଼ିକ ରବିବାରଠାରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆନ ଓପନ୍‌ ଫେବୃୟାରୀ ୮ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ପ୍ରିମିୟର ଲିଗର ସର୍ବାଧିକ ବେସ ପ୍ରାଇସ୍‌ ୫୦ ଲକ୍ଷରେ ୨୪ ଖେଳାଳି, ହରମାନପ୍ରୀତ-ସ୍ମୃତି ସାମିଲ…

ନୂଆଦିଲ୍ଲୀ,୮।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ...

ମନୋହରଙ୍କ ସ୍ଥାନରେ ଗାଙ୍ଗୁଲି ଉପଯୁକ୍ତ

ଜୋହାନ୍ସବର୍ଗ, ୨୨ା୫ (ପି.ଟି.)-ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବାବେଳେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)...

ରାଗିଗଲେ ଆରସିବି କ୍ରିକେଟର୍‌: କହିଲେ, ଏସବୁ କରିହେବନି ବରଦାସ୍ତ

ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି...

‘ବିଳମ୍ବରେ ହେଉ ପଛେ ଫେରିଲେ’

ମୁମ୍ବାଇ,୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀଙ୍କୁ...

ଶୁଟିଂରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୨୫।୯ : ଏସିଆନ ଗେମ୍ସ ୨୦୨୩ ରେ ଶୁଟିଂ ଦଳ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ଗେମ୍ସର ଆରମ୍ଭ ପରେ ଦ୍ୱିତୀୟ...

ଡ୍ରାଭିଡ୍‌ଙ୍କ ପଦବୀ ପାଇଁ ବିଜ୍ଞାପନ ଦେଲା ବିସିସିଆଇ

ମୁମ୍ବାଇ, ୧୦।୮: ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌...

ଅଧିନାୟକ ଭାବେ କୋହଲି ହାସଲ କଲେ ଏହି ‘ବିରାଟ’ ରେକର୍ଡ

ବର୍ମିଂହାମ, ୧।୭: ଚଳିତ ଆଇସିସି ବିଶ୍ୱକପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ‘ବିରାଟ’ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ ବିଶ୍ୱକପରେ ଲଗାତାର ପାଞ୍ଚଟି...

ଶ୍ରୀସନ୍ତଙ୍କ ନୂଆ ଇନିଂସ: ଏହି ଟିମ୍‌ର କୋଚ୍‌ ଭାବେ ହେଲେ ନିଯୁକ୍ତ

ଥିରୁବନନ୍ତପୁରମ୍‌,୨୬।୮: ଦୁଇଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ୩୯ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର୍‌ ଏସ୍‌. ଶ୍ରୀସନ୍ତ କ୍ରିକେଟରୁ ବିଦାୟ ନେବା ପରେ...

Advertisement
Archives

Model This Week