Posted inଖେଳ

ଭାରତୀୟ ମହିଳା ହକି ଦଳର ପରାଜୟ

ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ। ଦୁଇଦିନ ପୂର୍ବେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଦେଶଠାରୁ ୨-୩ ଗୋଲରେ ହାରିଯାଇଥିଲା। ଶୁକ୍ରବାର ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ସିଲ୍‌ଭିନା ଡି’ଏଲିଆ (୨ୟ ମିନିଟ) ଏବଂ ଅଗଷ୍ଟିନା ଅଲବର୍ଟାରିଓ (୫୪ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳ ଗୋଟିଏ ହେଲେ ଗୋଲ ଦେବାକୁ ସମର୍ଥ ହୋଇ ନ ଥିଲା। ପ୍ରଥମ କ୍ୱାର୍ଟର ଖେଳ ଆରମ୍ଭରେ ଆର୍ଜେଣ୍ଟିନାର ଫରଓ୍ବାର୍ଡ ଭାରତର ଡିଫେନ୍ସରେ ପ୍ରବେଶ କରି ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ। ଖେଳର ଦ୍ୱିତୀୟ ମିନିଟ୍‌ରେ ସିଲ୍‌ଭିନା ଏକ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତରିତ କରିବାରେ ସଫଳ ହୋଇଥିଲେ। ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି, ପ୍ରଥମ ଦୁଇ କ୍ୱାର୍ଟରରେ ଆମେ ସର୍କଲ ଭିତରେ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ହେଁ କାର୍ଯ୍ୟକାରୀ କରିପାରି ନ ଥିଲୁ। ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ କୌଣସି ଦଳ ଗୋଲ ସ୍କୋର କରିବାରେ ସଫଳ ରହି ନ ଥିଲେ। ଚତୁର୍ଥ କ୍ୱାର୍ଟର ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଅଭିଜ୍ଞ ଆର୍ଜେଣ୍ଟିନା ଦଳ ୫୪ତମ ମିନିଟ୍‌ରେ ଅଗଷ୍ଟିନାଙ୍କ ସହାୟତାରେ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମ୍ୟାଚକୁ ୨-୦ରେ ଜିତି ନେଇଥିଲା। ଦୁଇ ଦଳ ମଧ୍ୟରେ ତୃତୀୟ ମ୍ୟାଚ ଶନିବାର ଖେଳାଯିବ। ମାରିଜନେ କହିଛନ୍ତି, ଆର୍ଜେଣ୍ଟିନା ଭଳି ଏକ ଟପ୍‌ କ୍ଲାସ ଦଳ ବିପକ୍ଷରେ ସାମାନ୍ୟ ତ୍ରୁଟି ମ୍ୟାଚରେ ବଡ଼ ଫରକ ଆଣିଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

CEG: କମନ ଓ୍ବେଲଥ ଚାମ୍ପିୟନଙ୍କୁ ଭେଟି ବଡ଼ କଥା କହିଲେ ମୋଦି, ‘ଲାଗୁଥିଲା ଯେମିତି ପ୍ରତି ବୁନ୍ଦା ଲୁହରୁ ଝରୁଥିଲା ସ୍ବର୍ଣ୍ଣ ପଦକ’

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ। ସେ ରବିବାର ଖେଳାଳିମାନଙ୍କୁ ଭେଟିଥିଲେ ଏବଂ ଇନଷ୍ଟାଗ୍ରାମରେ ଆଲୋଚନାର ଏକ ଭିଡିଓ ଶେୟାର କରିଥିଲେ। ସେ ଖେଳାଳିମାନଙ୍କୁ…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri