ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍‌ଙ୍କ ସମାଲୋଚନା…

ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ ମଧ୍ୟରେ ଇମ୍ରାନଙ୍କ ଘର ବାହାରେ ଧସ୍ତାଧସ୍ତିରେ ଦଶହଜାର ପାଖାପାଖି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏଥି ସହିତ ଇମ୍ରାନ ଖାନ ଏ ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମକୁ ପ୍ରଥମ ଥର ପୋଲିସ ଏଭଳି ଟାର୍ଗେଟ କରିଥିଲା। ଇମ୍ରାନ ତାଙ୍କ ସମ୍ଭାବ୍ୟ ଗିରଫ ପୂର୍ବରୁ କହିଛନ୍ତି ଯେ ସରକାର ଏହି ପଦକ୍ଷେପ ନେଇଥିବାର କୌଣସି କାରଣ ନାହିଁ। ମୋର ଜାମିନ ୧୮ ତାରିଖ ଥିଲା। ସେମାନେ ଜାଣିଥିଲେ ସୁରକ୍ଷା କାରଣରୁ ମୁଁ ଜାମିନ ଶୁଣାଣି ପାଇଁ ଆସୁ ନାହିଁ।

ଇସଲାମାବାଦ କୋର୍ଟରେ ଅନେକ ଥର ଆକ୍ରମଣ କରାଯାଇଛି। ଯେଉଁଥିରେ ବିଚାରପତିମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇମ୍ରାନ କହିଛନ୍ତି ଯେ ସେମାନେ ପୁନର୍ବାର ପ୍ରସ୍ତୁତ ହେଉଛନ୍ତି, ମୁଁ ଜାଣେ। ମୁଁ ଲାହୋର ହାଇକୋର୍ଟରେ ଏକ ପ୍ରତିଶ୍ରୁତି ଦେଇଛି ଯେ ମୁଁ ୧୮ ତାରିଖ ଦିନ କୋର୍ଟରେ ଉପସ୍ଥିତ ରହିବି। କିନ୍ତୁ ଏହାକୁ ଗ୍ରହଣ କରାଯାଇ ନ ଥିଲା।

ସେ କହିଛନ୍ତି, ଏପରି କାହିଁକି ଘଟୁଛି ତାହା ସମସ୍ତେ ଜାଣନ୍ତି, ଏହା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର। ନୱାଜ ସରିଫଙ୍କୁ କଡ଼ା ସମାଲୋଚନା କରି ଇମ୍ରାନ କହିଛନ୍ତି ଯେ ନୱାଜଙ୍କୁ ନିଶ୍ଚିତ କରାଯାଇଛି ଯେ ମୋତେ ଏବଂ ମୋ ଦଳ ଉପରେ ଆକ୍ରମଣ କରାଯିବ ଏବଂ ମୋତେ ଜେଲରେ ରଖାଯିବ। ପୋଲିସ ମୋତେ ଗିରଫ କରି ଜେଲକୁ ପଠାଇବା ପାଇଁ ଆସିଛି। ଯଦି ମୋ ସହିତ କିଛି ଘଟେ, କିମ୍ବା ଜେଲକୁ ପଠାଯାଏ, କିମ୍ବା ସେମାନେ ମୋତେ ହତ୍ୟା କରନ୍ତି, ତେବେ ଦେଶର ଜନସାଧାରଣଙ୍କୁ ଏହା ପ୍ରମାଣ କରିବାକୁ ପଡ଼ିବ ଏବଂ ଇମ୍ରାନଙ୍କ ବିନା ମଧ୍ୟ ଏହି ଦେଶ ସଂଘର୍ଷ ଜାରି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?