ଭାରତରେ ସେମିକଣ୍ଡକ୍ଟର

ଇଂ. ମାୟାଧର ସ୍ବାଇଁ

 

ଆଧୁନିକ ଇଲେକ୍‌ଟ୍ରୋନିକ୍ସ ଯୁଗରେ ସେମିକଣ୍ଡକ୍ଟର ବା ଅର୍ଦ୍ଧ ପରିବାହୀ ଅତି ଆବଶ୍ୟକ ପଦାର୍ଥ। ସିଲିକନ୍‌, ଜର୍ମାନିୟମ, ଗାଲିୟମ ଆର୍ସେନାଇଡ ହେଉଛି ସେମିକଣ୍ଡକ୍ଟର ପଦାର୍ଥ। ଏହା ଟ୍ରାଞ୍ଜଷ୍ଟର, ଡାୟୋଡ୍‌ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ ବା ଚିପ୍‌ରେ ବ୍ୟବହୃତ ହୁଏ। କମ୍ପ୍ୟୁଟର, ସ୍ମାର୍ଟଫୋନ୍‌, ଯାନବାହନ, ଡାକ୍ତରୀ ଯନ୍ତ୍ରପାତି, ସୌର ବ୍ୟାଟେଲ, ଏଲ୍‌ଇଡି ବତି, ସେନ୍‌ସର, ଟେଲିଭିଜନ ଆଦିରେ ଚିପ୍‌ର ବ୍ୟବହାର ହେଉଛି ସର୍ବାଧିକ। ଏମ୍‌ଆର୍‌ଆଇ, ହୃଦ୍‌ଯନ୍ତ୍ର ପେସ୍‌ମେକର, ଇନ୍‌ସୁଲିନ ପମ୍ପ ଓ ଡିଜିଟାଲ ତାପମାନ ଯନ୍ତ୍ର ଆଦି ଡାକ୍ତରୀ ଯନ୍ତ୍ରପାତିରେ ଚିପ୍‌ ବ୍ୟବହୃତ ହେଉଛି। ବୈମାନିକ ଓ ପ୍ରତିରକ୍ଷା ସେନ୍‌ସର, ରାଡାର ଯୋଗାଯୋଗ ପଦ୍ଧତି ଆଦିରେ ଚିପ୍‌ ହେଉଛି ମୁଖ୍ୟ। କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ କୃତ୍ରିମ ବୌଦ୍ଧିକତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ଲୋକପ୍ରିୟତା ଆଜି ସେମିକଣ୍ଡକ୍ଟର ଉପରେ ନିର୍ଭର କରୁଛି। ମୋଟ ଉପରେ ଆଧୁନିକ ସଭ୍ୟତାର ପ୍ରାୟ ସମସ୍ତ କ୍ଷେତ୍ରରେ ସେମିକଣ୍ଡକ୍ଟର ଓ ଚିପ୍‌ର ବ୍ୟବହାର ଅଛି।
ସମସ୍ତ ଦେଶରେ ସେମିକଣ୍ଡକ୍ଟରର ଚାହିଦା ବୃଦ୍ଧି ପାଇଛି। ପୃଥିବୀର ଅର୍ଥନୀତିରେ ଏହାର ବଡ଼ ଅବଦାନ ଅଛି। ଲକ୍ଷ ଲକ୍ଷ କୁଶଳୀ କାରିଗର ଏଥିରେ କାର୍ଯ୍ୟ କରୁଛନ୍ତି। ଫର୍ଚୁନ ବିଜ୍‌ନେସ୍‌ ଇନ୍‌ସାଇଟ୍‌ର ଆକଳନ ଅନୁଯାୟୀ ପୃଥିବୀରେ ସେମିକଣ୍ଡକ୍ଟର ବଜାର ୨୦୨୨ରେ ୫୭୩.୪୪ ବିଲିୟନ ଡଲାରରୁ ୨୦୨୯ରେ ୧୩୮୦.୭୯ ବିଲିୟନ ଡଲାରକୁ ବୃଦ୍ଧିପାଇବ। ୧୯୬୫ରେ ଆମେରିକୀୟ ବୈଜ୍ଞାନିକ ତଥା ଇଣ୍ଟେଲ କମ୍ପାନୀର ସହପ୍ରତିଷ୍ଠାତା ଗୋର୍ଡୋନ ମୁରେ ପ୍ରକାଶ କରିଥିଲେ ଯେ ଗୋଟିଏ ମାଇକ୍ରୋପ୍ରୋସେସରରେ ଟ୍ରାଞ୍ଜିଷ୍ଟର ସଂଖ୍ୟା ପ୍ରତି ୨ ବର୍ଷରେ ୨ଗଣ ହେଉଛି। ଏହା ମୁରେଙ୍କ ନିୟମ ଭାବେ ଜଣା। କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟାର ଦ୍ରୁତ ପ୍ରଗତିରୁ ଏହି ନିୟମ ଏବେ ମଧ୍ୟ ପ୍ରଯୁଜ୍ୟ ବୋଲି ଲକ୍ଷ୍ୟ କରାଯାଇଛି।
ସେମିକଣ୍ଡକ୍ଟର ଉତ୍ପାଦନ କାରଖାନାରେ ସିଲିକନ୍‌ ଭଳି ମୌଳିକ ପଦାର୍ଥରେ ଅପଦ୍ରବ ମିଶାଇ ସେମିକଣ୍ଡକ୍ଟରରେ ପରିଣତ କରାଯାଏ। ଏଠାରେ ସିଲିକନ୍‌ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ ବା ଚିପ୍‌ ପ୍ରସ୍ତୁତ କରାଯାଏ। ଏହି କାରଖାନା ସ୍ଥାପନ ପାଇଁ ଅନେକ ପୁଞ୍ଜି ଆବଶ୍ୟକ ହୋଇଥାଏ। ଏଥିପାଇଁ ନିର୍ଭରଶୀଳ ଜଳ ଓ ବିଦ୍ୟୁତ୍‌ ଯୋଗାଣ ଏକାନ୍ତ ଆବଶ୍ୟକ। ସେମିକଣ୍ଡକ୍ଟର କାରଖାନା ସଂଖ୍ୟାରେ ଜାପାନ ଆଗରେ ଅଛି। ଏହାର ଏହି ଧରଣର ୧୦୭ କାରଖାନା ଥିବାବେଳେ ଏହା ପଛରେ ତାଇଓ୍ବାନ ୭୭, ଯୁକ୍ତରାଷ୍ଟ୍ର ଆମେରିକା ୭୬, ଚାଇନା ୭୦ ଓ ଜର୍ମାନୀ ୨୦ ଅଛନ୍ତି। ପୃଥିବୀରେ ଅନେକ ଦେଶ ସେମିକଣ୍ଡକ୍ଟର ପାଇଁ ଚାଇନା ଉପରେ ନିର୍ଭର କରିଥାଆନ୍ତି। ୨୦୨୨ରେ ସେମିକଣ୍ଡକ୍ଟର ବଜାରରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାଧାନ୍ୟ ଥିଲା। ଏହାର ବଜାର ଅଂଶ ୪୬ ପ୍ରତିଶତ ଥିବାବେଳେ ଦକ୍ଷିଣ କୋରିଆର ୨୧ ପ୍ରତିଶତ ଏବଂ ଜାପାନ ଓ ୟୁରୋପୀୟ ସଂଘର ପ୍ରତ୍ୟେକ ୯ ପ୍ରତିଶତ ଅଂଶ ଥିଲା। ଆମେରିକାର କମ୍ପାନୀଗୁଡ଼ିକ ଚାଇନାର ଅର୍ଦ୍ଧେକ ସେମିକଣ୍ଡକ୍ଟର ବଜାରକୁ ନିୟନ୍ତ୍ରଣ କରୁଛନ୍ତି। ଭାରତ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ସଂଘ ପ୍ରକାଶ କରିଛି ଯେ, ୨୦୧୯ରେ ଭାରତରେ ୨୧ ବିଲିୟନ ଡଲାରର ସେମିକଣ୍ଡକ୍ଟର ବ୍ୟବହୃତ ହୋଇଥିଲା ଏବଂ ଏହା ବାର୍ଷିକ ୧୫ ପ୍ରତିଶତରେ ବୃଦ୍ଧି ପାଉଛି। ଭାରତରେ ସେମିକଣ୍ଡକ୍ଟର କାରଖାନା ନାହିଁ ଏବଂ ଏଥିପାଇଁ ଆମେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ସେମିକଣ୍ଡକ୍ଟରର ଗୁରୁତ୍ୱ ଏବଂ ଏହାର ଆମଦାନୀରେ ଅସୁବିଧା ହେଉଥିବାରୁ ଦେଶରେ ଏହି କାରଖାନା ସ୍ଥାପନ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଇଲେକ୍‌ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧୀନରେ ‘ଭାରତ ସେମିକଣ୍ଡକ୍ଟର ମିଶନ’ ଗଠନ କରାଯାଇଛି। ଆସନ୍ତା ୧୦ବର୍ଷ ମଧ୍ୟରେ ଭାରତକୁ ‘ସେମିକଣ୍ଡକ୍ଟର ଉତ୍ପାଦନର କେନ୍ଦ୍ରସ୍ଥଳ’ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ମାନବ ସମ୍ବଳ ପାଇଁ ଦେଶର ୧୦୬ ବିଶ୍ୱବିଦ୍ୟାଳୟରେ ଏହା ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଅନେକ ବିଦେଶୀ କମ୍ପାନୀ ଭାରତରେ ଏହି କାରଖାନା ସ୍ଥାପନ ନିମିତ୍ତ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଦେଶରେ କୁଶଳୀ କାରିଗରଙ୍କ ଅଭାବ ନାହିଁ। ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦେଲେ ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ ନିଶ୍ଚିତ ଭାବେ ଅଗ୍ରଣୀ ଲାଭ କରିବ ଓ ସ୍ବାବଲମ୍ବୀ ହୋଇପାରିବ।
ମୋ- ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri