ଖାଦ୍ୟ ଓ ଉପବାସ

ପ୍ରତିବର୍ଷ ଗ୍ରୀଷ୍ମ ପରେ ବର୍ଷାଋତୁ ଆସେ। ଏହି ଋତୁର ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର। ଉକ୍ତ ମାସରେ ପ୍ରଭୁ ଶିବ ପୂଜନରେ ପୁଣ୍ୟ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏଣୁ ଅନେକେ ଶ୍ରାବଣରେ ଉପବାସ କରିଥାନ୍ତି। ଯେଉଁ ଲୋକମାନେ ମଦ୍ୟପାନ କରନ୍ତି ଓ ଏଥିପ୍ରତି ଅତି ଆସକ୍ତ ସେମାନେ ମଧ୍ୟ ମାସେ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରୁହନ୍ତି।
କେତେଜଣ ପୁରୁଷ ଦାଢ଼ି ନିଶ କାଟନ୍ତି ନାହିଁ। ଶ୍ରାବଣର ଏହି ସମୟ ଖ୍ରୀଷ୍ଟିଆନମାନଙ୍କ ଲେଣ୍ଟ(୪୦ ଦିନ ଖାଦ୍ୟ ପାନୀୟରେ ସଂଯମ ରକ୍ଷାକରି ପାଳନ କରାଯାଉଥିବା ବ୍ରତ) ଏବଂ ମୁସଲମାନଙ୍କ ରମ୍‌ଜାନ ସହ ସମାନ। ଏହା ହେଉଛି ଏକ ପରିଷ୍କାର ଏବଂ ଆଧ୍ୟାତ୍ମିକ ଶୁଦ୍ଧତାର ସମୟ। ତେବେ ଉପବାସ ପରମ୍ପରା ଆମ ସଂସ୍କୃତିରେ ରହିଆସିଛି। ଏହାକୁ ବୁଝାଇବା ପାଇଁ ବହୁ ସମୟରେ ଯୁକ୍ତିଯୁକ୍ତ ଉତ୍ତର ଦିଆଯାଇଥାଏ। କୁହାଯାଏ, ଉପବାସ କଲେ ଏହା ଏହା ଶରୀରର ବିଷାକ୍ତ ତତ୍ତ୍ୱ ସୃଷ୍ଟିକାରୀ ପ୍ରଣାଳୀକୁ ପରିଷ୍କାରକରେ, ପାଚନ କ୍ରିୟାକୁ ବିଶ୍ରାମ ଦିଏ। ରୋଗ ବୃଦ୍ଧିକାରୀ ବର୍ଷାଋତୁରେ ଶରୀରରେ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସାହାଯ୍ୟକରେ। ଧର୍ମୀୟ କ୍ରିୟା ବା ରୀତିନୀତିକୁ ଯୁକ୍ତିଯୁକ୍ତ କରିବାର ଏହି କାର୍ଯ୍ୟ ଊନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ଯେତେବେଳେ ସବୁ ବିଷୟକୁ ବିଜ୍ଞାନ ମାଧ୍ୟମରେ ବ୍ୟାଖ୍ୟା କରାଯାଇପାରି ନ ଥିଲା ଏବଂ ସେଗୁଡ଼ିକୁ ନିକୃଷ୍ଟ ଦୃଷ୍ଟିରେ ଦେଖାଗଲା। ଦେଖିବାକୁ ଗଲେ ଆମ ସର୍ଜନାମତ୍କ କଳ୍ପନାକୁ ଗଢୁଥିବା ବିଚାରଧାରା ମଧ୍ୟରେ ସଂଯୋଗ ସ୍ଥାପନ କରିବା ପାଇଁ ବିଭିନ୍ନ ସଂସ୍କୃତି ଦ୍ୱାରା ରୀତିନୀତିଗୁଡ଼ିକୁ ବ୍ୟବହାର କରାଯାଇଆସିଛି ଏବଂ ଏସବୁ ଆମ ଭାବାବେଗକୁ ପ୍ରଭାବିତ କରିଆସିଛି।
ବିଭିନ୍ନ ପର୍ବପର୍ବାଣି ଓ ରୀତିନୀତିକୁ ଜଣେ ଖାଦ୍ୟ ଦୃଷ୍ଟିକୋଣରୁ ଦେଖିପାରନ୍ତି। ଆମ ସଂସ୍କୃତିରେ ମଧ୍ୟ ଏଭଳି ଅନେକ ପର୍ବପର୍ବାଣି ରହିଛି ଯାହା ଖାଦ୍ୟ ସହ ଜଡ଼ିତ। ସେଥିମଧ୍ୟରୁ ଆନ୍ନାକୋଟା ଓ ଦିଓ୍ବାଲି ଅନ୍ୟତମ। ଏହି ପର୍ବଗୁଡ଼ିକରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଏବଂ ବ୍ୟଞ୍ଜନଗୁଡ଼ିକର ସ୍ବାଦ ଉପଭୋଗ କରିବା ଲାଗି ସାମୂହିକ ଭୋଜି ଆୟୋଜନ କରାଯାଇଥାଏ। ଏହା ବ୍ୟତୀତ ସ୍ବତନ୍ତ୍ର ଉତ୍ସବଗୁଡ଼ିକରେ ନିର୍ଦ୍ଦିଷ୍ଟ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ବତନ୍ତ୍ର ଖାଦ୍ୟ ରୋଷେଇ କରାଯାଏ। ଏଗୁଡ଼ିକ ବାସ୍ତବରେ ଆନନ୍ଦ ଉପଭୋଗ ବା ଭୋଗର ପର୍ବପର୍ବାଣି। ଏହାବାଦ୍‌ ଏମିତିକା ଆଉ କିଛି ପର୍ବପର୍ବାଣି ପାଳନ କରାଯାଏ, ଯେଉଁ ସମୟରେ ଖାଦ୍ୟ ଆଦୌ ରନ୍ଧାଯାଏ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଘରେ ଚୁଲି ଜଳେ ନାହିଁ। ପରିବାରରେ ସମସ୍ତେ ଉପବାସ କରନ୍ତି କିମ୍ବା ସେହି ପର୍ବ ପାଇଁ ଉଦ୍ଦିଷ୍ଟ କିଛି ନିର୍ଦ୍ଦିଷ୍ଟ ଫଳ ଖାଇଥାନ୍ତି। ଏଣୁ ଏଗୁଡ଼ିକ ହେଉଛି ସଂଯମର ପର୍ବ। ହିନ୍ଦୁମାନଙ୍କ ଶ୍ରାବଣ, ଖ୍ରୀଷ୍ଟିଆନମାନଙ୍କ ଲେଣ୍ଟ ବା ବ୍ରତ ଏବଂ ମୁସଲମାନଙ୍କ ରମ୍‌ଜାନ ଏହି ବର୍ଗର ପର୍ବପର୍ବାଣି।
ସ୍ମାର୍ତ୍ତ ପରମ୍ପରା ଆସକ୍ତବାଦକୁ ଅଗ୍ରାହ୍ୟ କରେ। ଏଥିରେ ଗଣେଶ, ଶିବ, ଶକ୍ତି , ବିଷ୍ଣୁ ଓ ସୂର୍ଯ୍ୟକୁ ଗୃହସ୍ଥ ସମାନ ଭାବେ ଉପାସନା କରିଥାଏ। ସ୍ମାର୍ତ୍ତ ପରମ୍ପରାର ବିଷ୍ଣୁ ଉପାସନା ମଧ୍ୟ ପାରମ୍ପରିକ ଭାବେ ସଂଯମର ପର୍ବପର୍ବାଣି ସହ ଜଡ଼ିତ। ଗୃହସ୍ଥ ଏହାକୁ ମଧ୍ୟ ପାଳନ କରିଥାନ୍ତି। ଏହି ପର୍ବ ଅବସରରେ ବିଭିନ୍ନ ବିଷ୍ଣୁ ମନ୍ଦିରରେ ଦେବତାଙ୍କୁ ବିପୁଳ ପରିମାଣରେ ଖାଦ୍ୟ ପ୍ରସାଦ ରୂପେ ଅର୍ପଣ କରାଯାଏ। ମହାଯୋଗୀ ଶିବ ଭୋଗ ଏବଂ ସଂଯମ ପ୍ରତି ଉଦାସୀନ। ଦେବୀଙ୍କ ପର୍ବପର୍ବାଣିରେ ବଳିର ରୀତିନୀତି ପ୍ରଚଳିତ। ଏଥିରେ ଜିଅନ୍ତା ପ୍ରାଣୀଙ୍କ ବଳିଠାରୁ ଆରମ୍ଭକରି ଜଣେ ନିଜର ଭୋଜନକୁ ସମର୍ପଣ କରିବା ଯାଏ ନିହିତ ରହିଥାଏ। ବଳିକୁ ଅସ୍ବୀକାର କରିବା ଦ୍ୱାରା ପ୍ରକୃତି ଆମକୁ ଉପହାର ଭାବେ ଦେଇଥିବା ସମସ୍ତ ଉଦାରତା ଜଣଙ୍କ ସ୍ମରଣକୁ ଆସିଯାଏ। ଅନ୍ୟପକ୍ଷରେ ଧର୍ମୀୟ କ୍ରିୟାକୁ ଅସ୍ବୀକାର କରିବା ଦ୍ୱାରା ଜଣେ ଜୀବନରେ ଯାହା କିଛି ପାଇଥାଏ ସେସବୁ ପ୍ରତି କୃତଜ୍ଞ ରହିଥାଏ।
ହିଂସା ସହ ଖାଦ୍ୟର ନିବିଡ଼ ସମ୍ପର୍କ ରହିଛି। ଏହା ଆମିଷ ଖାଦ୍ୟ କ୍ଷେତ୍ରରେ ପୂରା ସ୍ପଷ୍ଟ ହୋଇଥାଏ, କିନ୍ତୁ ନିରାମିଷ ଖାଦ୍ୟରେ ତାହା ପ୍ରକାଶ ପାଇ ନ ଥାଏ। ପ୍ରତ୍ୟେକଟି କ୍ଷେତ ହେଉ ବା ଫଳ ବଗିଚା କିମ୍ବା ସାଧାରଣ ବଗିଚା, ଏଗୁଡ଼ିକୁ କୌଣସି ଏକ ଜଙ୍ଗଲ ନଷ୍ଟ ପରେ କରାଯାଉଛି। ଏପରିକି ଏଥିପାଇଁ ଏକ ପରିସଂସ୍ଥାକୁ କ୍ଷତି ଘଟାଯାଉଛି। ଜୀବନକୁ ବଞ୍ଚାଇ ରଖିବା ଲାଗି ଜୀବନ ଯାଉଛି। ଗୋଟିଏ ସିଂହ ଖାଇବାକୁ ହେଲେ ଗୋଟିଏ ହରିଣକୁ ମାରିବାକୁ ପଡ଼ିବ। ଗୋଟିଏ ହରିଣର ଖାଦ୍ୟ ପାଇଁ ଘାସ ମରିବାକୁ ହେବ। ଏଣୁ ଏଥିରୁ ବୁଝାପଡ଼େ ଯେ, ଖାଦ୍ୟ ସହ ହିଂସା ଜଡ଼ିତ ରହିଛି। ଅନ୍ୟପକ୍ଷରେ ଉପବାସ ଅହିଂସା ସହ ଜଡ଼ିତ। ଜଣେ କିଛି ନ ଖାଇବା ଅର୍ଥ ପ୍ରକୃତିକୁ ପୁଣି ସୃଷ୍ଟିକରିବାକୁ ଅନୁମତି ଦେବା। ସେଥିପାଇଁ ଜୀବନର ଚତୁର୍ଥ ଅବସ୍ଥା କୁହାଯାଉଥିବା ସନ୍ନ୍ୟାସରେ ଉପବାସ ଏକ ପ୍ରମୁଖ ଭୂମିକା ନେଇଥାଏ। ଗାଈକୁ ପୂଜା କରିବା ପଛରେ ବି ଏକ ମୁଖ୍ୟ କାରଣ ହେଉଛି, ଗାଈଠାରୁ କ୍ଷୀର ପାଇବା ଲାଗି କୌଣସି ଜୀବକୁ ମାରିବାକୁ ପଡ଼ୁନାହିଁ କିମ୍ବା କୌଣସି ଜଙ୍ଗଲ ନଷ୍ଟ କରିବାକୁ ହେଉନାହିଁ। କିନ୍ତୁ ଯେତେବେଳେ କ୍ଷୀରର ବ୍ୟାପକ ଉପତ୍ାଦନ ହେଉଛି ସେତେବେଳେ ଏହି ଧାରାରେ ପରିବର୍ତ୍ତନ ହୋଇଯାଉଛି। ବାଇବେଲରେ ଆବ୍ରାହମ୍‌ ହୃଦୟଙ୍ଗମ କରିଛନ୍ତି ଯେ ତାଙ୍କର ଛେଳିମାନଙ୍କୁ ମରିବାକୁ ପଡିବ ଯାହାଦ୍ୱାରା ତାଙ୍କ ପିଲାମାନେ ଖାଦ୍ୟ ପାଇପାରିବେ ଏବଂ ମରୁଭୂମିରେ ବଞ୍ଚିପାରିବେ। ସେ ତାଙ୍କ ପଶୁଙ୍କ ବଳିଦାନ ଏବଂ ଭଗବାନ୍‌ଙ୍କ ଉଦାରତା ପାଇଁ କୃତଜ୍ଞ ହୋଇଛନ୍ତି।
ମହାଭାରତର ଏକ ବିଷୟକୁ ଆସିବା। ସେଥିରେ ଏକ କପୋତକୁ ବାଜପକ୍ଷୀ ଖାଇବାକୁ ଗୋଡ଼ାଉଥିବା ସମୟରେ ରାଜା ଶିବି ତାକୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି। ଏହା ଦେଖି ବାଜପକ୍ଷୀ କହିଛି, ମୁଁ ବର୍ତ୍ତମାନ କ’ଣ ଖାଇବି? ଶିବି ସେହି ବାଜପକ୍ଷୀକୁ ତାଙ୍କ ଶରୀରର ମାଂସ ପ୍ରଦାନ କରିଛନ୍ତି ଏବଂ ହୃଦୟଙ୍ଗମ କରିଛନ୍ତି ଯେ ବାଜପକ୍ଷୀକୁ ଖାଇବାକୁ ଦେବାକୁ ହେଲେ କାହାକୁ ମରିବାକୁ ପଡ଼ିବ। ଏହା ପରେ ଶିବିଙ୍କୁ ସୂଚିତ କରାଯାଇଛି ଯେ କପୋତକୁ ବଞ୍ଚାଇବା ପାଇଁ କାହାକୁ ମଧ୍ୟ ମରିବାକୁ ହେବ ଏବଂ ରାଜାଙ୍କୁ ବଞ୍ଚାଇବାକୁ ହେଲେ ଅନ୍ୟକୁ ମରିବାକୁ ପଡ଼ିବ। ମଣିଷ ମଧ୍ୟ କ୍ଷେତ, ବଗିଚା ଏବଂ ଉଦ୍ୟାନ ସୃଷ୍ଟିକରି ପ୍ରକୃତିର ଚକ୍ରରେ ହସ୍ତକ୍ଷେପ କରେ। ସେଥିପାଇଁ ଉପବାସ ସମୟରେ ଜଣେ ଜଙ୍ଗଲୀ ମୂଳ ଏବଂ ଗଛରୁ ଖସିପଡ଼ିଥିବା ଫଳ ଖାଇବାକୁ ଉତ୍ସାହିତ ହୁଏ। ଅନ୍ୟ ଅର୍ଥରେ, ଜଙ୍ଗଲରେ ମିଳୁଥିବା ଖାଦ୍ୟ,ଯୋଗୀମାନେ ଖାଉଥିବା ଖାଦ୍ୟ କୌଣସି ସଂସ୍କୃତି ଦ୍ୱାରା ଉତ୍ପାଦିତ ଖାଦ୍ୟ ନୁହେଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri