Posted inଖେଳ

ଟେଷ୍ଟୋଷ୍ଟେରୋନ ନିୟମ: ଲମ୍ବା ଲଢେଇରେ ହାରିଲେ ସିମେନ୍ୟା

ଜେନିଭା,୧୦।୯ (ଏପି): ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ମିଡିଲ ଡିଷ୍ଟାନ୍ସ ରନର କାଷ୍ଟର ସିମେନ୍ୟା ଏକ ଲମ୍ବା ତଥା ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢେଇରେ ପରାସ୍ତ ହୋଇଛନ୍ତି। ପୁରୁଷ ହରମୋନ ଟେଷ୍ଟୋଷ୍ଟେରୋନ ନିୟମ ନେଇ ସେ ଏହି ଲଢେଇ ସୁଇଜରଲାଣ୍ଡ ସୁପ୍ରିମ୍‌କୋର୍ଟରେ ଦୀର୍ଘବର୍ଷ ଧରି ଲଢି ଆସୁଥିଲେ। ଟ୍ରାକ୍‌ ଆଣ୍ଡ ଫିଲ୍ଡ୍‌ ନିୟମ ଅନୁସାରେ ଯେଉଁ ମହିଳା ଆଥଲେଟଙ୍କ ଶରୀରରେ ଆବଶ୍ୟକଠାରୁ ଅଧିକ ଟେଷ୍ଟୋଷ୍ଟେରୋନ ରହିଥିବ ସେମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ନାହିଁ। ଫଳରେ ସିମେନ୍ୟା ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ୮୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିସହିତ ସେ ୪୦୦ମି ଓ ଏକ ମାଇଲ୍‌ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ତେବେ ଆସ୍ତ୍ରୋପଚାର ବା ଚିକିତ୍ସା ମାଧ୍ୟମରେ ତାଙ୍କର ଟେଷ୍ଟୋଷ୍ଟେରୋନ ମାତ୍ରା କମାଇଲେ ସେ ଅଂଶଗ୍ରହଣ କରିପାରିବେ ବୋଲି ସର୍ତ୍ତ ରଖାଯାଇଛି।
ଗତବର୍ଷ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ର ରୁଲିଂ ବିରୋଧରେ ସେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ତେବେ ଜଜ୍‌ମାନେ ସିମେନ୍ୟାଙ୍କ ଏହି ଅପିଲକୁ ଖାରଜ କରିଛନ୍ତି ବୋଲି ସୁଇଜରଲାଣ୍ଡ ସୁପ୍ରିମକୋର୍ଟ କହିଛନ୍ତି। ଟ୍ରାକ୍‌ ଆଣ୍ଡ ଫିଲ୍ଡର ନିୟମ ଅନୁସାରେ ଯେଉଁ ମହିଳା ଆଥଲେଟଙ୍କ ଶରୀରରେ ଏହି ହରମୋନ ଅଧିକ ରହିଥିବ ସେମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ନିୟମୁ କାସ୍‌ ବଜାୟ ରଖିଥିଲା ଓ ଏବେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ୭୧ ପୃଷ୍ଠା ସମ୍ବଳିତ ରାୟରେ ଏହାକୁ ସମର୍ଥନ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟରେ ନିରାଶ ହୋଇଛି ବୋଲି ସେ କହିଛନ୍ତି। ଏଥି ସହିତ ସେ ଓ୍ବାଲର୍‌ଡ ଆଥଲେଟିକ୍ସ ବିରୋଧରେ ସେ ଅସନ୍ତୋଷ ଜାହିର କରିଛନ୍ତି। ୨୦୧୯ ମେ’ରେ କାସ୍‌ର ୩ ଜଣିଆ ଜଜ୍‌ ୨-୧ରେ ସିମେନ୍ୟାଙ୍କ ଅପିଲକୁ ଖାରଜ କରିଥିଲେ। ଉଲ୍ଲେଖଥାଉ କି, ଟେଷ୍ଟୋଷ୍ଟେରୋନ ହେଉଛି ଏକ ହରମୋନ। ଏହା ମସଲ ଟୋନ୍‌ ଓ ବୋନ୍‌ ମାସ ବଢାଇବାରେ ସହାୟ ହୋଇଥାଏ। ଯଦି ଟେଷ୍ଟୋଷ୍ଟେରୋନ ଇଞ୍ଜେକ୍‌ଶନ ମାଧ୍ୟମରେ ନିଆଯାଏ ଏହା ଡୋପିଂ ଜନିତ ନିଷିଦ୍ଧ ପଦାର୍ଥରୂପେ ବିବେଚିତ ହୋଇଥାଏ। ମହିଳା ଆଥଲେଟଙ୍କ ମାନବିକ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ ବୋଲି ସିମେନ୍ୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏବେ ସେ କି ନିଷ୍ପତ୍ତି ନେବେ ସେ ନେଇ ସ୍ପଷ୍ଟ କରିନାହାନ୍ତି। ତେବେ ସେ ୧୦୦ କିମ୍ବା ୨୦୦ କିମ୍ବା ଏକ ମାଇଲ୍‌ରୁ ଅଧିକ ଦୂରତା ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ...

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅନ୍ତର୍ଜାତୀୟ କ୍ରିକେଟର୍‌ ଗିରଫ

କାଠମାଣ୍ଡୁ,୬।୧୦: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେଙ୍କୁ ଗୁରୁବାର କାଠମାଣ୍ଡୁ ବିମାନବନ୍ଦରରେ ପୋଲିସ ଗିରଫ କରଛି। ସନ୍ଦୀପଙ୍କ ନାଁରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କାଠମାଣ୍ଡୁ...

ନିକାରାଗୁଆରେ ବକ୍ସିଂ ଆରମ୍ଭ

ମାନାଗୁଆ (ନିକାରାଗୁଆ), ୨୭ା୪ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଥିବାବେଳେ  ନିକାରାଗୁଆରେ ବକ୍ସିଂ ଆରମ୍ଭ ହୋଇଛି।  ୮ଟି ଫାଇଟ୍‌...

କଳିଙ୍ଗରେ ହକି କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା...

ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ଭାନ୍‌ ଡିକ୍‌, ରୋନାଲ୍ଡୋ, ମେସି

ରୋମ୍‌, ୨ା୯ (ଏଏଫ୍‌ପି)-ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କରାଯାଇଥିବା ସଂକ୍ଷିପ୍ତ ତାଲିକାରେ ଲିଭରପୁଲ୍‌ ସେଣ୍ଟର ବ୍ୟାକ୍‌ ଭର୍ଗିଲ ଭାନ୍‌...

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି...

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି...

୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି: ସୁଶୀଲ କୁମାର

ନୂଆଦିଲ୍ଲୀ, ୬।୪(ପି.ଟି.): ‘ମୋ ଖେଳ ଶେଷ ହୋଇଗଲା ବୋଲି ଲୋକେ ଭାବୁଛନ୍ତି। ମୋ ସଫଳତାକୁ ଲୋକ ମଧ୍ୟ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି। ତେବେ...

Advertisement
Archives

Model This Week