Posted inଫୁରସତ

ସେଲ୍‌ଫି ଏବେ ନୁହେଁ ଅନେକ ଆଗରୁ

ଆଜିର ସମୟରେ ସେଲଫି ଶବ୍ଦଟି କାହା ପାଇଁ ଅଜଣା କି ଅଶୁଣା ନୁହେଁ। ବିଶେଷକରି ଯୁବପିଢ଼ିଙ୍କ ପାଇଁ ଏହା ଏକ ଅତି ପରିଚିତ ଶବ୍ଦ। କେହିକେହି ତ ଆଜିର ସମୟକୁ ସେଲ୍‌ଫିର ଯୁଗ ବୋଲି ବି କହିଥାନ୍ତି। ଟେକ୍ନୋଲୋଜିର ବିକାଶ ସହିତ ସ୍ମାର୍ଟଫୋନ୍‌ର ବ୍ୟବହାର ସେଲ୍‌ଫି ଟ୍ରେଣ୍ଡକୁ ଅଧିକ ସହଜ କରିଦେଇଛି। ତେବେ ଆମେ ଯଦି ଭାବିବା ଯେ, ସ୍ମାର୍ଟଫୋନ୍‌ ଆସିବା ପରେ ବା ମୋବାଇଲ୍‌ ଫୋନ୍‌ ଉଦ୍ଭାବିତ ହେବା ପରେ ହିଁ ଏହି ସେଲ୍‌ଫି ସଂସ୍କୃତିର ସୃଷ୍ଟି ହୋଇଛି ତା’ହେଲେ ଆମେ ଭୁଲ୍‌ ଭାବିବା। କାରଣ ସେଲ୍‌ଫିର ଇତିହାସ ଆଜି ବା କାଲିର ନୁହେଁ, ଶହଶହ ବର୍ଷ ତଳର।
ବିଶ୍ୱର ପ୍ରଥମ ସେଲ୍‌ଫି : ଆଜି ଆମେ ସଭିଏଁ ସେଲ୍‌ଫି ନେବାରେ ବ୍ୟସ୍ତ। ହେଲେ ଆମେ ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବା ଯେ, ବିଶ୍ୱର ପ୍ରଥମ ସେଲ୍‌ଫି ନିଆଯାଇଥିଲା ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅର୍ଥାତ୍‌ ୧୮୩୯ ମସିହାରେ। ଏହି ସେଲ୍‌ଫି ନେଇଥିଲେ ଆମେରିକାର ପ୍ରସିଦ୍ଧ କେମିଷ୍ଟ ରବର୍ଟ କର୍ଣ୍ଣେଲିଅସ୍‌। ରବର୍ଟ ଜଣେ କେମିଷ୍ଟ ହୋଇଥିଲେ ବି ଫଟୋଗ୍ରାଫିରେ ତାଙ୍କର ସୌକ୍‌ ଥିଲା। ସେ ସବୁବେଳେ ନିଜ ପାଖରେ ଗୋଟିଏ କ୍ୟାମେରା ରଖୁଥିଲେ। ଦିନକର କଥା। ତାଙ୍କର ଆସିଷ୍ଟାଣ୍ଟ ନଥାଏ। ସପ୍ତାହକ ପାଇଁ ଛୁଟିନେଇ ଘରକୁ ଯାଇଥାଏ। ସେତିକିବେଳେ ରବର୍ଟଙ୍କର ନିଜର ଏକ ଫଟୋ ଦରକାର ପଡ଼ିଲା। କ୍ୟାମେରା ସିନା ଅଛି। ହେଲେ ଫଟୋ ଉଠେଇବ କିଏ? ତାଙ୍କ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ସେ ଭାବିଲେ ମୁଁ ମୋ ନିଜ ଫଟୋ ଉଠେଇ ପାରିବିନି କ’ଣ ପାଇଁ? ବାସ୍‌, ସେ ଚେଷ୍ଟାକଲେ। ଦୁଇଦିନ ଲାଗିଥିଲା ତାଙ୍କର ନିଜ ଫଟୋ ନିଜେ ଉଠେଇବା ପାଇଁ। ଅନେକ ଭୁଲ ପୋଜ୍‌ ଆସିବା ପରେ ଶେଷରେ ଗୋଟିଏ ଭଲ ପୋଜ୍‌ ମିଳିଥିଲା ତାଙ୍କୁ। ସେହି ଫଟୋଟିକୁ ଗବେଷକମାନେ ବିଶ୍ୱର ପ୍ରଥମ ସେଲଫି ବୋଲି ଦାବି କରନ୍ତି। ରବର୍ଟଙ୍କ ସେହି ଫଟୋଟି ଏବେ ସୁଦ୍ଧା ଲାଇବ୍ରେରି ଅଫ୍‌ କଂଗ୍ରେସ୍‌ରେ ମହଜୁଦ ହୋଇ ରହିଛି।
ପ୍ରଥମ ସେଲ୍‌ଫି କିଶୋରୀ : ଗୋଟିଏ ସର୍ବେକ୍ଷଣରୁ ଜଣାଯାଇଛି ଯେ, ଟିନ୍‌ଏଜର୍‌ ବା କିଶୋରୀ ଠୁ ଆରମ୍ଭ କରି ଯୁବତୀ ତଥା ମହିଳାମାନଙ୍କର ସେଲ୍‌ଫି ପ୍ରଥମ ପସନ୍ଦ। ତେବେ ମହିଳା ବା କିଶୋରୀ ତଥା ଯୁବତୀମାନଙ୍କର ନିଜର ଫଟୋ ନିଜେ ଉଠେଇବାର ନିଶା ଆଜି ବା କାଲିର ନୁହେଁ। ତଥ୍ୟ ଅନୁଯାୟୀ ୧୯୦୦ ମସିହାରେ ଜଣେ ମହିଳା ନିଜେ ନିଜର ଫଟୋ ଉଠେଇଥିଲେ। ଅବଶ୍ୟ ସେହି ମହିଳାଙ୍କର ନାମ ତଥା ପରିଚୟ ଅଦ୍ୟାବଧି ଜଣା ପଡ଼ିନାହିଁ। ତେବେ ଏହାର ପ୍ରାୟ ୧୪ବର୍ଷ ପରେ ଜଣେ ୧୩ ବର୍ଷିୟା କିଶୋରୀ ସେଲଫି ନେଇଥିବା ରେକର୍ଡ଼ ମହଜୁଦ ରହିଛି। ଏହି କିଶୋରୀ ଜଣକ ହେଉଛନ୍ତି ରୁଷିଆର ସାର ଦ୍ୱିତୀୟ ନିକୋଲାସ୍‌ଙ୍କ କନିଷ୍ଠା କନ୍ୟା ଆନାସ୍ତେସିଆ ନିକୋଲାୟେଭନା। ଜଣେ ବାନ୍ଧବୀଙ୍କ ନିକଟକୁ ତାଙ୍କର ଏକ ଫଟୋ ପଠେଇବା ପାଇଁ ଆନାସ୍ତେସିଆ ଏପରି କରିଥିଲେ। ତେବେ ଏଥିପାଇଁ ତାଙ୍କୁ କିଛି କମ୍‌ ପରିଶ୍ରମ କରିବାକୁ ପଡ଼ି ନଥିଲା। ସେ ପ୍ରଥମେ କ୍ୟାମେରାକୁ ଏକ ଖୁଣ୍ଟରେ ବାନ୍ଧିଥିଲେ। ପୁଣି ନିଜର ପୋଜ୍‌ ଠିକ୍‌ କରିବା ପାଇଁ ଗୋଟିଏ ଆଇନାର ସାହାଯ୍ୟ ନେଇଥିଲେ। ଅନେକ କସରତ କରିବା ପରେ ଯାଇ ସେ ତାଙ୍କର ଫଟୋ ଉଠେଇବାରେ ସଫଳ ହୋଇଥିଲେ। ଆଉ ବାନ୍ଧବୀଙ୍କ ନିକଟକୁ ଫଟୋଟିକୁ ପଠେଇ ଲେଖିଥିଲେ ଯେ, ମୁଁ ନିଜେ ମୋ ଫଟୋ ଉଠେଇଛି। ଅବଶ୍ୟ ଆଇନାର ସାହାଯ୍ୟ ନେଇଛି। ତଥାପି ହାତ ଥରୁଥିବାରୁ ଫଟୋଟି ଟିକିଏ ଖରାପ ଉଠିଛି।
ବନ୍ୟପ୍ରାଣୀଙ୍କ ସେଲ୍‌ଫି ପ୍ରବୃତ୍ତି: ସେଲଫି ପ୍ରବୃତ୍ତି ଯେ କେବଳ ମଣିଷର ତାହା ନୁହେଁ। ପ୍ରାଣୀମାନଙ୍କ କ୍ଷେତ୍ରରେ ମଧ୍ୟ ନିଜ ଫଟୋ ନିଜେ ଉଠେଇବାର ପ୍ରବୃତ୍ତି ରହିଛି। ଏକଥା କହନ୍ତି, ପ୍ରସିଦ୍ଧ ବନ୍ୟପ୍ରାଣୀ ଫଟୋଗ୍ରାଫର ଡେଭିଡ଼ ସ୍ଲାଟର। ସେ ତାଙ୍କର ଏକ ଅନୁଭୂତି ବଖାଣି କହନ୍ତି ଯେ, ୨୦୧୧ ମସିହାରେ ସେ ଇଣ୍ଡୋନେସିଆ ଜଙ୍ଗଲରେ କାମ କରୁଥିଲେ। ଥରେ ସେ ତାଙ୍କ ଶିବିରରେ କ୍ୟାମେରାଟିକୁ ଛାଡ଼ି ଯାଇଥାନ୍ତି। ସେହି କ୍ୟାମେରାଟି ପଡ଼ିଗଲା ମାକାଓ ପ୍ରଜାତିର ଗୋଟିଏ ମାଙ୍କଡ଼ ହାତରେ। ଏକଥା ଦେଖି ଡରିଗଲେ ସେ। କାରଣ ମାଙ୍କଡ଼ଟି ହୁଏତ କ୍ୟାମେରାଟିକୁ ଭାଙ୍ଗିଦେଇପାରେ। ବହୁକଷ୍ଟରେ ସେ ମାଙ୍କଡ଼ ନିକଟରୁ କ୍ୟାମେରା ଉଦ୍ଧାର କଲେ। ତେବେ କ୍ୟାମେରାରେ ସେ ଯାହା ଦେଖିଲେ ସେଥିରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେଥିରେ ମାକାଓ ନିଜର ସେଲଫି ଉଠେଇଥିଲା। ଗୋଟିଏ ନୁହେଁ, ଶହେରୁ ଅଧିକ ସ୍ନାପ୍‌ ନେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri