ସ୍ବୟଂସିଦ୍ଧା ଉଦ୍ୟୋଗୀ

ନେହା ନାର୍ଖେଡେ

ଆଠ ବର୍ଷ ବୟସ ହୋଇଥିଲା ବେଳେ ପିତା ତାଙ୍କ ପାଇଁ ଏକ କମ୍ପ୍ୟୁଟର ଆଣି ଦେଇଥିଲେ। ଏହାକୁ ଦେଖି ପିଲାଟି ମନରେ କୌତୂହଳ ସୃଷ୍ଟି ହୋଇଥିଲା। ଫଳରେ ସେ ଟେକ୍ନୋଲୋଜି ସହ କାର୍ଯ୍ୟ କରିବାକୁ ସ୍ବପ୍ନ ଦେଖିଥିଲେ। ସମାଜରେ ପ୍ରତିଷ୍ଠିତ ହେବା ପରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ପିତା ସର୍ବଦା ତାଙ୍କୁ ବଡ଼ ହେବା ପାଇଁ ପ୍ରେରଣା ଦେଉଥିଲେ। ‘ତୁ ସବୁ କିଛି କରିପାରିବୁ’ ଭଳି ପିତାଙ୍କ ବାଣୀ ଓ ତାଙ୍କ ଉପରେ ପ୍ରଚଣ୍ଡ ଭରସା ଥିବାରୁ ତାହାକୁ ସୁଚାରୁରୂପେ କାର୍ଯ୍ୟରେ ପରିଣତ କରିବାରେ ସେ ସକ୍ଷମ ହୋଇଛନ୍ତି। ଭାରତର ଏହି ସର୍ବକନିଷ୍ଠା ସ୍ବୟଂସିଦ୍ଧା (ନିଜ ଉଦ୍ୟମ ବଳରେ) ଉଦ୍ୟୋଗୀ ହେଲେ ନେହା ନାର୍ଖେଡେ। ଆଇଆଇଏଫ୍‌ଏଲ୍‌ ଓ୍ବେଲ୍‌ଥ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ ୨୦୨୨ରେ ନେହା ନିଜସ୍ବ ପ୍ରଚେଷ୍ଟାରେ ସର୍ବକନିଷ୍ଠା ମହିଳା ଉଦ୍ୟୋଗୀ ହେବାର ଗୌରବ ଅର୍ଜନ କରିବା ପରେ ତାଙ୍କ ସଫଳତାର କାହାଣୀ ଏକ ଉଦାହରଣୀୟ ସ୍ଥାନରେ ପହଞ୍ଚତ୍ପାରିଛି।
ମହାରାଷ୍ଟ୍ରର ପୁଣେରେ ନେହା ୧୯୮୫ରେ ଜନ୍ମଗ୍ରହଣ କରିଥିଲେ। ୟୁନିଭର୍ସିଟି ଅଫ୍‌ ପୁଣେ ଅଧୀନ ପୁଣେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପ୍ୟୁଟର ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ୨୦୦୭ରେ ଆମେରିକାର ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ସ୍ନାତକୋତ୍ତର ସାର୍ଟିଫିକେଟ୍‌ଧାରୀ ହୋଇଥିଲେ। ଏହା ପରେ ଓରାକଲ୍‌ରେ ସେ ପ୍ରିନ୍ସିପାଲ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଲିଙ୍କଡ୍‌ ଇନ୍‌ରେ ଯୋଗ ଦେଇଥିଲେ। ସେଠାରେ ୨୦୧୧ରେ ସେ ଜୁନ୍‌ ରାଓ ଓ ଜୟ କ୍ରେପ୍‌ସଙ୍କ ସହ ମିଶି ‘କାଫ୍‌କା’ ନାମରେ ଏକ ଓପନ୍‌ ସୋର୍ସ ପ୍ଲାଟଫର୍ମ ତିଆରି କରିଥିଲେ। ତାହା ନେହାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ଏହା ପରେ ୨୦୧୪ରେ ସେ କାଲିଫର୍ନିଆର ପାଲୋ ଅଲ୍‌ଟୋରେ ଜୁନ୍‌ ରାଓ ଓ ଜୟ କ୍ରେପ୍‌ସଙ୍କ ସହ ମିଶି ‘କନ୍‌ଫ୍ଲୁଏଣ୍ଟ’ ନାମରେ ଏକ ଷ୍ଟାର୍ଟଅପ୍‌ କମ୍ପାନୀ ପ୍ରତିଷ୍ଠା କରିଥିଲେ। ସେ ଏହାର ଚିଫ୍‌ ଟେକ୍ନୋଲୋଜି ଅଫିସର (ସିଟିଓ) ଥିଲେ। ୨୦୨୦ ଯାଏ କନ୍‌ଫ୍ଲୁଏଣ୍ଟର ଚିଫ୍‌ ପ୍ରଡକ୍ଟ ଅଫିସର ରହିଥିବା ନେହା ବର୍ତ୍ତମାନ ଏହାର ବୋର୍ଡ ସଦସ୍ୟ ରହିଛନ୍ତି। କିଛି ବର୍ଷ ଭିତରେ କମ୍ପାନୀର ଅଭିବୃଦ୍ଧି ଘଟି ୨୦୨୦ ଏପ୍ରିଲ ବେଳକୁ ପାଣ୍ଠି ସମୁଦାୟ ୪୫୬ ମିଲିୟନ୍‌ ଡଲାରରେ ପହଞ୍ଚତ୍ଥିଲା। ଏହା ପରେ କମ୍ପାନୀ ୧ ଜୁନ୍‌ ୨୦୨୧ରେ ଆଇପିଓ ମାଧ୍ୟମରେ ୪.୫ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ସଂସ୍ଥାର ଏଭଳି ଅଭିବୃଦ୍ଧି କ୍ଷେତ୍ରରେ ଗୋଲ୍‌ଡମାନ୍‌ ସାଚ୍ସ, ନେଟ୍‌ପ୍ଲିକ୍ସ ଓ ଉବର ଭଳି କମ୍ପାନୀର ଯୋଗଦାନ ରହିଛି। କାରଣ ଏହି କମ୍ପାନୀଗୁଡ଼ିକ ତଥ୍ୟଭିତ୍ତିକ କାର୍ଯ୍ୟକୁ ସୁଦୃଢ଼ କରିବା ଲାଗି କନ୍‌ଫ୍ଲୁଏଣ୍ଟ୍‌ର ପର୍ଯ୍ୟାପ୍ତ ସହାୟତା ନେଇଥାଆନ୍ତି। କନ୍‌ଫ୍ଲୁଏଣ୍ଟର ସହ-ପ୍ରତିଷ୍ଠାତା ଭାବେ ନେହାଙ୍କ ନେଟ୍‌ ଓ୍ବର୍ଥ ୪,୭୦୦ କୋଟି ଟଙ୍କାରେ ପହଞ୍ଚତ୍ବା ଜଣେ ୩୭ ବର୍ଷୀୟା ମହିଳା ଉଦ୍ୟୋଗୀଙ୍କ ପକ୍ଷରେ ବଡ଼ ସଫଳତା ବୋଲି କୁହାଯାଉଛି।
ଅନବରତ ପରିଶ୍ରମ ଓ ମେଧା ବଳରେ ନେହା ଆଜି ଉପରକୁ ଉଠିପାରିଛନ୍ତି। ସେ କହନ୍ତି, ମାତାପିତା ପ୍ରଥମେ ତାଙ୍କ ମନୋବଳ ବଢ଼ାଇବା ଲାଗି ସବୁ ପ୍ରକାର ସହଯୋଗ କରିଥିଲେ। ଦ୍ୱିତୀୟରେ ଶିକ୍ଷାର ପ୍ରକୃତ ମୂଲ୍ୟ କ’ଣ ଶିଖାଇଥିଲେ ଏବଂ ତୃତୀୟରେ ମହିଳା ରୋଲ୍‌ ମଡେଲ୍‌ଙ୍କ କାହାଣୀ ଶୁଣାଇଥିଲେ। ଏସବୁ ଯୋଗୁ ସେ ଆଜି ଏହି ସ୍ତରରେ ପହଞ୍ଚତ୍ପାରିଛନ୍ତି ବୋଲି ନେହା କହିଛନ୍ତି। ବଡ଼ ହେବା ପାଇଁ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବିଶିଷ୍ଟ ଉଦ୍ୟୋଗୀ ଇନ୍ଦ୍ରା ନୂଇ ଓ ଜଣାଶୁଣା ପୋଲିସ ପ୍ରଶାସିକା କିରଣ ବେଦୀଙ୍କ ବିଷୟରେ ବହୁତ ପଢ଼ିଥିଲେ। ସେହିମାନଙ୍କ ଜୀବନୀ ତାଙ୍କ କ୍ୟାରିୟର ଉପରେ ବଡ଼ ପ୍ରଭାବ ପକାଇପାରିଛି ବୋଲି ସେ କହିଛନ୍ତି।
ଟେକ୍ନୋଲୋଜିକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବା ଦିଗରେ ଆପାଚି କାଫ୍‌କା ସଫ୍ଟଓ୍ବେରର ଯୋଗଦାନ ବହୁମାତ୍ରାରେ ରହିଆସିଛି। ଏଭଳି ସଫ୍ଟଓ୍ବେର ବିକାଶ କରିବା ଦିଗରେ କାର୍ଯ୍ୟ କରିଥିବା ଟିମ୍‌ର ଜଣେ ସଦସ୍ୟ ହୋଇପାରିଥିବାରୁ ନେହା ଖୁସି ବ୍ୟକ୍ତ କରିଥାଆନ୍ତି। ପ୍ରଯୁକ୍ତି କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିବାରୁ ତାଙ୍କୁ ବିଭିନ୍ନ ପୁରସ୍କାର ମିଳିଛି। ୨୦୧୭ରେ ଏମ୍‌ଆଇଟି ଟେକ୍ନୋଲୋଜି ରିଭ୍ୟୁ ତାଲିକାରେ ୩୫ ବର୍ଷରୁ କମ୍‌ ଜଣେ ନବପ୍ରବର୍ତ୍ତକ ବା ଇନୋଭେଟର ଭାବେ ନେହା ସ୍ଥାନ ପାଇଥିଲେ। ପରବର୍ତ୍ତୀ ସମୟରେ ଆମେରିକା ତଥା ବିଶ୍ୱର ଶ୍ରେଷ୍ଠ ୫୦ ଟେକ୍‌ ମହିଳା ଉଦ୍ୟୋଗୀ ଭାବେ ଫୋର୍ବସ୍‌ ତାଲିକାରେ ତାଙ୍କ ନାମ ସ୍ଥାନିତ ହୋଇଥିଲା। ସାନ୍‌ ଫ୍ରାନ୍ସିସ୍‌କୋଠାରେ ଓରାକଲ୍‌ କୋଡ୍‌ ଓ୍ବାନ୍‌ କନ୍‌ଫରେନ୍ସରେ ସେ ଓରାକଲ୍‌ ଗ୍ରାଉଣ୍ଡ୍‌ବ୍ରେକର ଆଓ୍ବାର୍ଡ ମଧ୍ୟ ହାସଲ କରିଛନ୍ତି। ଅକ୍ଟୋବର ୨୦୨୦ରେ ନେହା ଫୋର୍ବସ୍‌ର ଆମେରିକାର ସେଲ୍ଫ ମେଡ୍‌ ଓ୍ବିମେନ୍‌ ତାଲିକାର ୩୩ ସ୍ଥାନରେ ରହି ଭାରତର ନାମକୁ ଉଜ୍ଜ୍ୱଳ କରିଥିଲେ। ନେହା ଆଜି କମ୍‌ ବୟସରେ ଯେଉଁ ବଡ଼ ସଫଳତା ପାଇଛନ୍ତି, ତାହା ପଛରେ ରହିଛି-ଆତ୍ମବିଶ୍ୱାସ ଓ ଆହ୍ବାନକୁ ସମ୍ମୁଖୀନ ହେବାର ସାହସ। ଯୁବ ଉଦ୍ୟୋଗୀ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ନେହାଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଅଧ୍ୟୟନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?