ସ୍ବୟଂସିଦ୍ଧା ଉଦ୍ୟୋଗୀ

ନେହା ନାର୍ଖେଡେ

ଆଠ ବର୍ଷ ବୟସ ହୋଇଥିଲା ବେଳେ ପିତା ତାଙ୍କ ପାଇଁ ଏକ କମ୍ପ୍ୟୁଟର ଆଣି ଦେଇଥିଲେ। ଏହାକୁ ଦେଖି ପିଲାଟି ମନରେ କୌତୂହଳ ସୃଷ୍ଟି ହୋଇଥିଲା। ଫଳରେ ସେ ଟେକ୍ନୋଲୋଜି ସହ କାର୍ଯ୍ୟ କରିବାକୁ ସ୍ବପ୍ନ ଦେଖିଥିଲେ। ସମାଜରେ ପ୍ରତିଷ୍ଠିତ ହେବା ପରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ପିତା ସର୍ବଦା ତାଙ୍କୁ ବଡ଼ ହେବା ପାଇଁ ପ୍ରେରଣା ଦେଉଥିଲେ। ‘ତୁ ସବୁ କିଛି କରିପାରିବୁ’ ଭଳି ପିତାଙ୍କ ବାଣୀ ଓ ତାଙ୍କ ଉପରେ ପ୍ରଚଣ୍ଡ ଭରସା ଥିବାରୁ ତାହାକୁ ସୁଚାରୁରୂପେ କାର୍ଯ୍ୟରେ ପରିଣତ କରିବାରେ ସେ ସକ୍ଷମ ହୋଇଛନ୍ତି। ଭାରତର ଏହି ସର୍ବକନିଷ୍ଠା ସ୍ବୟଂସିଦ୍ଧା (ନିଜ ଉଦ୍ୟମ ବଳରେ) ଉଦ୍ୟୋଗୀ ହେଲେ ନେହା ନାର୍ଖେଡେ। ଆଇଆଇଏଫ୍‌ଏଲ୍‌ ଓ୍ବେଲ୍‌ଥ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ ୨୦୨୨ରେ ନେହା ନିଜସ୍ବ ପ୍ରଚେଷ୍ଟାରେ ସର୍ବକନିଷ୍ଠା ମହିଳା ଉଦ୍ୟୋଗୀ ହେବାର ଗୌରବ ଅର୍ଜନ କରିବା ପରେ ତାଙ୍କ ସଫଳତାର କାହାଣୀ ଏକ ଉଦାହରଣୀୟ ସ୍ଥାନରେ ପହଞ୍ଚତ୍ପାରିଛି।
ମହାରାଷ୍ଟ୍ରର ପୁଣେରେ ନେହା ୧୯୮୫ରେ ଜନ୍ମଗ୍ରହଣ କରିଥିଲେ। ୟୁନିଭର୍ସିଟି ଅଫ୍‌ ପୁଣେ ଅଧୀନ ପୁଣେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପ୍ୟୁଟର ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ୨୦୦୭ରେ ଆମେରିକାର ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ସ୍ନାତକୋତ୍ତର ସାର୍ଟିଫିକେଟ୍‌ଧାରୀ ହୋଇଥିଲେ। ଏହା ପରେ ଓରାକଲ୍‌ରେ ସେ ପ୍ରିନ୍ସିପାଲ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଲିଙ୍କଡ୍‌ ଇନ୍‌ରେ ଯୋଗ ଦେଇଥିଲେ। ସେଠାରେ ୨୦୧୧ରେ ସେ ଜୁନ୍‌ ରାଓ ଓ ଜୟ କ୍ରେପ୍‌ସଙ୍କ ସହ ମିଶି ‘କାଫ୍‌କା’ ନାମରେ ଏକ ଓପନ୍‌ ସୋର୍ସ ପ୍ଲାଟଫର୍ମ ତିଆରି କରିଥିଲେ। ତାହା ନେହାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ଏହା ପରେ ୨୦୧୪ରେ ସେ କାଲିଫର୍ନିଆର ପାଲୋ ଅଲ୍‌ଟୋରେ ଜୁନ୍‌ ରାଓ ଓ ଜୟ କ୍ରେପ୍‌ସଙ୍କ ସହ ମିଶି ‘କନ୍‌ଫ୍ଲୁଏଣ୍ଟ’ ନାମରେ ଏକ ଷ୍ଟାର୍ଟଅପ୍‌ କମ୍ପାନୀ ପ୍ରତିଷ୍ଠା କରିଥିଲେ। ସେ ଏହାର ଚିଫ୍‌ ଟେକ୍ନୋଲୋଜି ଅଫିସର (ସିଟିଓ) ଥିଲେ। ୨୦୨୦ ଯାଏ କନ୍‌ଫ୍ଲୁଏଣ୍ଟର ଚିଫ୍‌ ପ୍ରଡକ୍ଟ ଅଫିସର ରହିଥିବା ନେହା ବର୍ତ୍ତମାନ ଏହାର ବୋର୍ଡ ସଦସ୍ୟ ରହିଛନ୍ତି। କିଛି ବର୍ଷ ଭିତରେ କମ୍ପାନୀର ଅଭିବୃଦ୍ଧି ଘଟି ୨୦୨୦ ଏପ୍ରିଲ ବେଳକୁ ପାଣ୍ଠି ସମୁଦାୟ ୪୫୬ ମିଲିୟନ୍‌ ଡଲାରରେ ପହଞ୍ଚତ୍ଥିଲା। ଏହା ପରେ କମ୍ପାନୀ ୧ ଜୁନ୍‌ ୨୦୨୧ରେ ଆଇପିଓ ମାଧ୍ୟମରେ ୪.୫ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ସଂସ୍ଥାର ଏଭଳି ଅଭିବୃଦ୍ଧି କ୍ଷେତ୍ରରେ ଗୋଲ୍‌ଡମାନ୍‌ ସାଚ୍ସ, ନେଟ୍‌ପ୍ଲିକ୍ସ ଓ ଉବର ଭଳି କମ୍ପାନୀର ଯୋଗଦାନ ରହିଛି। କାରଣ ଏହି କମ୍ପାନୀଗୁଡ଼ିକ ତଥ୍ୟଭିତ୍ତିକ କାର୍ଯ୍ୟକୁ ସୁଦୃଢ଼ କରିବା ଲାଗି କନ୍‌ଫ୍ଲୁଏଣ୍ଟ୍‌ର ପର୍ଯ୍ୟାପ୍ତ ସହାୟତା ନେଇଥାଆନ୍ତି। କନ୍‌ଫ୍ଲୁଏଣ୍ଟର ସହ-ପ୍ରତିଷ୍ଠାତା ଭାବେ ନେହାଙ୍କ ନେଟ୍‌ ଓ୍ବର୍ଥ ୪,୭୦୦ କୋଟି ଟଙ୍କାରେ ପହଞ୍ଚତ୍ବା ଜଣେ ୩୭ ବର୍ଷୀୟା ମହିଳା ଉଦ୍ୟୋଗୀଙ୍କ ପକ୍ଷରେ ବଡ଼ ସଫଳତା ବୋଲି କୁହାଯାଉଛି।
ଅନବରତ ପରିଶ୍ରମ ଓ ମେଧା ବଳରେ ନେହା ଆଜି ଉପରକୁ ଉଠିପାରିଛନ୍ତି। ସେ କହନ୍ତି, ମାତାପିତା ପ୍ରଥମେ ତାଙ୍କ ମନୋବଳ ବଢ଼ାଇବା ଲାଗି ସବୁ ପ୍ରକାର ସହଯୋଗ କରିଥିଲେ। ଦ୍ୱିତୀୟରେ ଶିକ୍ଷାର ପ୍ରକୃତ ମୂଲ୍ୟ କ’ଣ ଶିଖାଇଥିଲେ ଏବଂ ତୃତୀୟରେ ମହିଳା ରୋଲ୍‌ ମଡେଲ୍‌ଙ୍କ କାହାଣୀ ଶୁଣାଇଥିଲେ। ଏସବୁ ଯୋଗୁ ସେ ଆଜି ଏହି ସ୍ତରରେ ପହଞ୍ଚତ୍ପାରିଛନ୍ତି ବୋଲି ନେହା କହିଛନ୍ତି। ବଡ଼ ହେବା ପାଇଁ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବିଶିଷ୍ଟ ଉଦ୍ୟୋଗୀ ଇନ୍ଦ୍ରା ନୂଇ ଓ ଜଣାଶୁଣା ପୋଲିସ ପ୍ରଶାସିକା କିରଣ ବେଦୀଙ୍କ ବିଷୟରେ ବହୁତ ପଢ଼ିଥିଲେ। ସେହିମାନଙ୍କ ଜୀବନୀ ତାଙ୍କ କ୍ୟାରିୟର ଉପରେ ବଡ଼ ପ୍ରଭାବ ପକାଇପାରିଛି ବୋଲି ସେ କହିଛନ୍ତି।
ଟେକ୍ନୋଲୋଜିକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବା ଦିଗରେ ଆପାଚି କାଫ୍‌କା ସଫ୍ଟଓ୍ବେରର ଯୋଗଦାନ ବହୁମାତ୍ରାରେ ରହିଆସିଛି। ଏଭଳି ସଫ୍ଟଓ୍ବେର ବିକାଶ କରିବା ଦିଗରେ କାର୍ଯ୍ୟ କରିଥିବା ଟିମ୍‌ର ଜଣେ ସଦସ୍ୟ ହୋଇପାରିଥିବାରୁ ନେହା ଖୁସି ବ୍ୟକ୍ତ କରିଥାଆନ୍ତି। ପ୍ରଯୁକ୍ତି କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିବାରୁ ତାଙ୍କୁ ବିଭିନ୍ନ ପୁରସ୍କାର ମିଳିଛି। ୨୦୧୭ରେ ଏମ୍‌ଆଇଟି ଟେକ୍ନୋଲୋଜି ରିଭ୍ୟୁ ତାଲିକାରେ ୩୫ ବର୍ଷରୁ କମ୍‌ ଜଣେ ନବପ୍ରବର୍ତ୍ତକ ବା ଇନୋଭେଟର ଭାବେ ନେହା ସ୍ଥାନ ପାଇଥିଲେ। ପରବର୍ତ୍ତୀ ସମୟରେ ଆମେରିକା ତଥା ବିଶ୍ୱର ଶ୍ରେଷ୍ଠ ୫୦ ଟେକ୍‌ ମହିଳା ଉଦ୍ୟୋଗୀ ଭାବେ ଫୋର୍ବସ୍‌ ତାଲିକାରେ ତାଙ୍କ ନାମ ସ୍ଥାନିତ ହୋଇଥିଲା। ସାନ୍‌ ଫ୍ରାନ୍ସିସ୍‌କୋଠାରେ ଓରାକଲ୍‌ କୋଡ୍‌ ଓ୍ବାନ୍‌ କନ୍‌ଫରେନ୍ସରେ ସେ ଓରାକଲ୍‌ ଗ୍ରାଉଣ୍ଡ୍‌ବ୍ରେକର ଆଓ୍ବାର୍ଡ ମଧ୍ୟ ହାସଲ କରିଛନ୍ତି। ଅକ୍ଟୋବର ୨୦୨୦ରେ ନେହା ଫୋର୍ବସ୍‌ର ଆମେରିକାର ସେଲ୍ଫ ମେଡ୍‌ ଓ୍ବିମେନ୍‌ ତାଲିକାର ୩୩ ସ୍ଥାନରେ ରହି ଭାରତର ନାମକୁ ଉଜ୍ଜ୍ୱଳ କରିଥିଲେ। ନେହା ଆଜି କମ୍‌ ବୟସରେ ଯେଉଁ ବଡ଼ ସଫଳତା ପାଇଛନ୍ତି, ତାହା ପଛରେ ରହିଛି-ଆତ୍ମବିଶ୍ୱାସ ଓ ଆହ୍ବାନକୁ ସମ୍ମୁଖୀନ ହେବାର ସାହସ। ଯୁବ ଉଦ୍ୟୋଗୀ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ନେହାଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଅଧ୍ୟୟନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri