୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ମୃତ୍ୟୁ ବୀମାର ଲାଭ ଉଠାଇଲେ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା

କେସିଙ୍ଗା,୨୯।୫(ତୁମେଶ୍ବର ସାହୁ): କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି l ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାଧ୍ୟମରେ ଭାରତସରକାର ସମସ୍ତ ଜନସାଧାରଣ ମାନଙ୍କୁ ୪୩୬ ଟଙ୍କା ବିନିମୟରେ ୨ ଲକ୍ଷ ମୃତ୍ୟୁ ବୀମା ଯୋଜନା କରିଛନ୍ତି l ଉକ୍ତ ଯୋଜନାର ଲାଭ ଉଠାଇଛନ୍ତି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ଫଲସାପଡା ଗ୍ରାମର ନର ଭୋଇଙ୍କ ଝିଅ ମଞ୍ଜୁରୀ ଭୋଇl ମଞ୍ଜୁରୀ ଭୋଇ ଦୀର୍ଘ ଦିନରୁ ଗ୍ରାମର ଚୈତନ୍ୟ ଠାକୁର ସ୍ବୟଂ ସହାୟକ ଗୋଷ୍ଠୀରେ ସଭ୍ୟା ଭାବରେ କାମ କରି ଆସୁଥିଲେ। ସେ ଓଡିଶା ଗ୍ରାମୀଣ ବ୍ୟାଙ୍କ ବେଲଖଣ୍ଡି ଶାଖାରେ ଗୋଟିଏ ସଞ୍ଚୟ ଖାତା ଖୋଲି ୪୩୬ ଟଙ୍କା ବିନିମୟରେ ଏକ ଜୀବନ ବୀମା ଜମା କରିଥିଲେ l କୌଣସି କାରଣ ବଶତଃ ଗତ ୨୦୨୪ ମସିହା ନଭେମ୍ବର ୨୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। କିଛି ଦିନ ପରେ ତାଙ୍କ ଭଣଜା ନିମାଇ ଚରଣ ଭୋଇ ମୃତ୍ୟୁ ପ୍ରମାଣ ପତ୍ର ନେଇ ବ୍ୟାଙ୍କରେ ମୃତ୍ୟୁ ବୀମା ପାଇଁ ଆବେଦନ କରିଥିଲେ l ଗତ ମଙ୍ଗଳବାର ଓଡିଶା ଗ୍ରାମୀଣ ବ୍ୟାଙ୍କ ବେଲଖଣ୍ଡି ଶାଖାପକ୍ଷରୁ ମୃତକଙ୍କ ପରିବାର କୁଶାଖା ପରିଚାଳକ ସୌରଭ ସିକଦାର,କ୍ୟାସିଅର ଶିବଶଙ୍କର ମାଝୀ, ରିଙ୍କୁ ଚନ୍ଦନ, ବ୍ୟାଙ୍କ ମିତ୍ର ସୁନନ୍ଦା ରେଡି ପ୍ରମୁଖ ଉପସ୍ଥିତ ରହି ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନ ମାନଙ୍କରେ ସମସ୍ତେ ଏହି ବୀମା କରି ଉପକୃତ ହୁଅନ୍ତୁ ବୋଲି ଶାଖା ପରିଚାଳକ ସୌରଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା…

ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri