Posted inଫୁରସତ

ସେଲ୍ଫ ବାଲାନ୍ସିଂ ସାଇକେଲ

ନୂଆ ସାଇକେଲ ଶିଖିବାବେଳେ ସନ୍ତୁଳନ ରକ୍ଷା କରି ନ ପାରି ଅବା ସାମାନ୍ୟ ଅବହେଳା ଯୋଗୁ ସନ୍ତୁଳନ ହରାଇ ସାଇକେଲରୁ ଅନେକଥର ପଡ଼ିଥିବେ। ସେମିତି ଥରେ ଚାଇନାର ଯୁବ ଇଞ୍ଜିନିୟର ସାଇକେଲରୁ ପଡ଼ିଥିଲେ। ଆଉ ମୁହଁରେ କ୍ଷତ ହୋଇଯାଇଥିଲା। ତା’ପରେ ସେ ନିଜର ବଳକା ସମୟକୁ ବ୍ୟବହାର କରି ଲାଗିପଡିଥିଲେ ଏମିତି ଏକ ସାଇକେଲ ତିଆରି କରିବା ପାଇଁ, ଯାହାକୁ ଚଳାଇଲେ ପଡ଼ିବାର ଭୟ ଜମାରୁ ରହିବନି। ଝି ହୁଇ ଜୁନ୍‌ ନାମକ ଏହି ଇଞ୍ଜିନିୟର୍‌ ୨୦୧୯ରେ ବେଜିଂର ସିଙ୍ଘୁଆ ୟୁନିଭର୍ସିଟିରେ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ସେଲ୍ଫ ଡ୍ରାଇଭିଂ ବାଇକ ଦେଖିଥିଲେ। ସେଇଠୁ ପ୍ରେରଣା ପାଇ ନିଜେ ଏକ ସେଲ୍ଫ ବାଲାନ୍ସିଂ ସାଇକେଲ ତିଆରି କରିବାକୁ ଚେଷ୍ଟା କଲେ। ଖାସ୍‌କରି ସପ୍ତାହାନ୍ତରେ ସେ ଏଇ କାମରେ ଲାଗୁଥିଲେ। ଆଉ ଚାରି ମାସର କଷ୍ଟ ପରେ ଏକ ସେଲ୍ଫ ବାଲାନ୍ସିଂ ସାଇକେଲ ତିଆରି କରିବାରେ ସଫଳ ହେଲେ। ଏଥିରେ ସେ ଆସେଲେରୋମିଟର୍‌ ଓ ଗାୟରୋସ୍କୋପ୍‌ ବ୍ୟବହାର କରିଛନ୍ତି, ଯାହା କି ସାଇକେଲର ଗତିବିଧିକୁ ଅନୁଧ୍ୟାନ କରି ତାକୁ ପଡ଼ିବା, ଏମିତି କି ନଇଁବାକୁ ଦେଇ ନ ଥାଏ। ଏଥିରେ ଲିଥିୟମ ବ୍ୟାଟେରି ବ୍ୟବହାର କରାଯାଇଛି। ସାଇକେଲ ଖାଲିରେ ଠିଆ ହୋଇଥାଉ ଅବା ଗତିଶୀଳ ଥାଉ ଏହାର ସନ୍ତୁଳନ ଠିକ୍‌ ରହେ। ଫଳରେ ଏହା ପଡ଼ି ନ ଥାଏ। ଏହା ଉପରେ ହଠାତ୍‌ ଭାରି ଜିନିଷ ରଖିଦେଲେ ବି ଏହାର ସନ୍ତୁଳନ ବିଗିଡ଼ି ନ ଥାଏ। କେବଳ ସେତିକି ନୁହେଁ ଉକ୍ତ ବାଇସାଇକେଲରେ ଆର୍‌ଜିବି ଡେପ୍‌ଥ ସେନ୍ସିଂ କ୍ୟାମେରା ଓ ଲିଡାର ସେନ୍ସର ଲାଗିଛି। ତେଣୁ ରାସ୍ତାରେ ଗଲାବେଳେ କୌଣସି ବାଧାବିଘ୍ନ ଆସିଲେ ବି ଏହାର ସନ୍ତୁଳନ ବିଗାଡ଼ିପାରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri