ଗଞ୍ଜାମର ଦେଶୀ ମଦ ରାଜଧାନୀରେ ଜବତ

ଭୁବନେଶ୍ୱର,୨୩ା୮(ସୂର୍ଯ୍ୟକାନ୍ତ ବେହେରା):ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଇତିମଧ୍ୟରେ ଅବକାରୀ ବିଭାଗ ମଧ୍ୟ ବେଆଇନ ମଦ ଚୋରା ଚାଲାଣକାରୀଙ୍କ ବିରୋଧରେ ନଜର ରଖି ଚଢାଉ ପ୍ରକ୍ରିୟାକୁ ଜୋରଦାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାସତ୍ତ୍ୱେ ପୋଲିସ ଓ ଅବକାରୀ ଟିମ୍‌କୁ ଭୟ ନ କରି ଗୁରୁବାର ଜଣେ ବ୍ୟକ୍ତି ଗଞ୍ଜାମ ଖଲ୍ଲିକୋଟରୁ ବେଆଇନ ଭାବେ ଅଟୋ ଯୋଗେ ରାଜଧାନୀ ଭୁବନେଶ୍ୱରକୁ ଦେଶୀ ମଦ ଚୋରାଚାଲାଣ କରୁଥିବା ବେଳେ ଅବକାରୀ ଟିମ୍‌ ହାତରେ ଧରାପଡ଼ିଛନ୍ତି। ଅଟୋରୁ ବାଇକ୍‌କୁ ମଦ କଢ଼ାଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଅବକାରୀ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଗଞ୍ଜାମର ଅଟୋ ଚାଳକ ଚକ୍ରଧର ପ୍ରଧାନ ଓ ମୁଖ୍ୟ ଅଭିଯୁକ୍ତ ତଥା ବାଇକରେ ନେବାକୁ ଉଦ୍ୟମ କରୁଥିବା ବିପିନ ନାହକଙ୍କୁ ମଧ୍ୟ ଗିରଫ କରିଛି। ଉଭୟଙ୍କଠାରୁ ୫୫୦ ଲିଟର ଦେଶୀ ମଦ ଜବତ କରିଛି। ବିପିନ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ମଦ ବିକ୍ରି କରିଥାନ୍ତି ବୋଲି ଅବକାରୀ ଟିମ୍‌ ତଦନ୍ତ ବେଳେ ଜାଣିବାକୁ ପାଇଛି।
ଅନ୍ୟପଟେ ଭୁବନେଶ୍ୱରର କାର୍‌ଗିଲ ବସ୍ତି, ସିଆର୍‌ପି ଛକସ୍ଥିତ ମୁଣ୍ଡାସାହି ଆଦି ଅଞ୍ଚଳରେ ଚଢାଉ କରି ୨୫୦ ଲିଟର ଦେଶୀ ମଦ ସହ ମୋଟ ୮ଜଣଙ୍କୁ ଅବକାରୀ ଟିମ୍‌ ଗିରଫ କରିଛି। ଏନେଇ ଅବକାରୀ ଡିଏସ୍‌ପି ରାଜକିଶୋର ସ୍ବାଇଁ କହିଛନ୍ତି, ରାଜଧାନୀରେ ବେଆଇନ ନିଶାଦ୍ରବ୍ୟ ଉପରେ ନଜର ରଖାଯାଇ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି। ଦେଶୀ ମଦ ଚୋରା ଚାଲାଣ ଓ ବେଆଇନ ମଦ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ମଧ୍ୟ ଏହି ଚଢାଉ ଜୋରଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri