୧୬ ଚୋରି ବାଇକ୍‌ ଜବତ, ୫ ଗିରଫ

ଭଦ୍ରକ ଅଫିସ, ୫।୫: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬ଟି ଚୋରି ବାଇକ୍‌ ଜବତ କରିଛି। ଏଥିସହ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତିହିଡ଼ି ଥାନା ଅଞ୍ଚଳର ଚନ୍ଦନ ବେହେରା, ସାବରଙ୍ଗ ଥାନା ଅଞ୍ଚଳର ନିଲୁ ଓ ଉତ୍ତମ ଜେନା, ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳର ସୁବ୍ରତ ଗିରି ଓ ବାବୁଲା ରାଉଳ। ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଭଦ୍ରାକାଳୀ ପୀଠରୁ ଏକ ବାଇକ୍‌ ଚୋରି ହୋଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ତଦନ୍ତ କରି ଚନ୍ଦନଙ୍କ ଘରୁ ଚୋରି ବାଇକ୍‌ ସହ ଆଉ ଦୁଇଟି ବାଇକ୍‌ ଜବତ କରିଥିଲା। ପରେ ଚନ୍ଦନଠାରୁ ସୂଚନା ପାଇ ନିଲୁ ଓ ଉତ୍ତମଙ୍କ ଘରେ ଚଢ଼ାଉ କରାଯାଇଥିଲା। ସେହିପରି ରୂପ୍‌ସା ଥାନା ଅଞ୍ଚଳର ସୁବ୍ରତ ଓ ବାବୁଲାଙ୍କୁ ପଚରାଉଚରା କରିବା ସହ ୧୩ଟି ଚୋରା ବାଇକ୍‌ ଜବତ କରାଯାଇଥିଲା। ଗିରଫ ୫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ ହସ୍‌ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା,୧୨୦ ବେଡ ପ୍ରସ୍ତୁତ, କାର୍ଯ୍ୟରେ ଅବହେଳା ଲାଗି ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ନିଲମ୍ବିତ

ଭଦ୍ରକଅଫିସ, ୮।୪- କରୋନା ମହାମାରୀର ମୁକାବିଲା କରିବା ଲାଗି ଜାରି ରହିଥିବା ଲକ୍ ଡାଉନ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟା ଠାରୁ ଦିନ ୧ଟା...

୩ରୁ ପଞ୍ଚାୟତ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ଆର.ଉଦୟଗିରି,୧ା୩(ଡି.ଏନ.ଏ.)-ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉ ନ ଥିବାରୁ...

ବାଲିଯାତ୍ରା: ଦିନ ବିତୁଛି, ଭିଡ଼ ଜମୁଛି

କଟକ ଅଫିସ,୧୭।୧୧: ଐତିହାସିକ କଟକ ବାଲିଯାତ୍ରା ଶନିବାର ପଞ୍ଚମ ଦିନରେ ପହଞ୍ଚିଛି। ଦିନ ଯେତିକି ବିତିବାରେ ଲାଗିଛି ସେହି ଅନୁସାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି।...

କେନ୍ଦ୍ରାପଡାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ, ୧୬।୬- କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛିା...

ଓ୍ବେବସାଇଟରେ ମିଛ ତଥ୍ୟ

ଭଦ୍ରକ ଅଫିସ,୧୯।୪:  ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ସ୍ଲୋଗାନ ଦେଇ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଇନ୍‌ଫରମେଶନ...

କରୋନା ପ୍ରଭାବ: ଖାଦ୍ୟ ସଙ୍କଟରେ ଯାଯାବର ପରିବାର

କେନ୍ଦୁଝର, ୨୮ା୩ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଘୋଷଣା, ଅନେକ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି। ଲକ ଡାଉନ୍‌ ଘୋଷଣା ହେବା ପରେ ପ୍ଲାଷ୍ଟର...

ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ: ପରେଡରେ ଅଂଶ ଗ୍ରହଣ କଲେ ୪୭ ଦଳ

କାମାକ୍ଷାନଗର, ୧୫ । ୮ , (ସୁଧିର କୁମାର ପରିଡା) : ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଉପଖଣ୍ଡ...

କେନ୍ଦ୍ରାପଡ଼ା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୦୦ ଟପିଲା: ୨୦ ଦିନରେ ୧୦୦ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଅଫିସ,୨୧ା୬: କେନ୍ଦ୍ରାପଡା ଜିଲାରେ ରବିବାର ୫ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ଅପ୍ରେଲ...

Advertisement
Archives

Model This Week