ଦକ୍ଷିଣଦିଆରେ ଗୋଚର ଜମି ଜବରଦଖଲ

ପଟ୍ଟାମୁଣ୍ଡାଇ, ୧୪ା୪(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଦକ୍ଷିଣଦିଆ ଗ୍ରାମରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋଚର, ଅନାବାଦୀ କିସମ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ଉକ୍ତ ଜମିକୁ ପ୍ଳଟିଂ କରି ବିକ୍ରି କରୁଥିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ନିକଟରେ ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ପାଖରେ ଥିବା ପ୍ଲଟ୍‌ କିଣି ଗୋଚର ଜମିକୁ ମିଶାଇ ବିକ୍ରିପଟ୍ଟା କରୁଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କୁ ଦିଆଯାଇଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୋରାଞ୍ଚଳ ଅନ୍ତର୍ଗତ ଦକ୍ଷିଣାଦିଆ ଗ୍ରାମରେ କେଉଁ ଅନାଦି କାଳରୁ ଏହି ଗୋଚର ପଡ଼ିଆ ପଡ଼ି ରହିଥିବାରୁ ଏଠାରେ ଗୋରୁ ଚରିବା ସହ ଗ୍ରାମର ପିଲାମାନେ କ୍ରିକେଟ, ଭଲିବଲ ଆଦି ଖେଳିଥାନ୍ତି। ମାତ୍ର ଆଳି ଅଞ୍ଚଳର ଜଣେ ବ୍ୟକ୍ତି ଏକ (ରିଆଲିଟି ରିୟାଲ ଇଷ୍ଟେଟ ପ୍ରାଇଭେଟି ଲିମିଟେଡ୍‌) ନାମକ ଏକ କମ୍ପାନୀ କରି ସେ ପାଖରୁ ୭୩୪ ନମ୍ବର ପ୍ଲଟ୍‌ କିଣି ତାକୁ ବିକ୍ରି କରିବା ସହ ୭୬୬ ନଂ. ପ୍ଲଟର କିଛି ଅଂଶ ବିକ୍ରି କରିବାର ଲାଗିଛନ୍ତି। ସେହି ପ୍ଲଟ୍‌ରେ ଏବେ ଏକ ଘର ହେଉଥିବାର ଦେଖି ଗ୍ରାମର କେତେଜଣ ଲୋକ ପ୍ରତିବାଦ କରିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଜଣକ କେତେଜଣ ବ୍ୟକ୍ତିଙ୍କୁ ଗ୍ରାମ ମଧ୍ୟକୁ ଆଣି ଗ୍ରାମବାସୀଙ୍କୁ ଭୟଭୀତ କରାଇଛନ୍ତି। ତେବେ ଏହି ସ୍ଥାନରୁ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନନ୍ତ ନାୟକ, ପରମାନନ୍ଦ ନାୟକ, ସୁଶାନ୍ତ ମଳିକ, ଦୁର୍ଯ୍ୟୋଧନ ମଳିକ, ନିରାକାର ମଳିକ, ତୁଷାର ନାୟକ, ଅମୂଲ୍ୟ ମଳିକ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏହାର ଏକକିତା ନକଲ ୫-ଟି ସଚିବ ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲାପାଳ ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ପଠାଇ ଦିଆଯାଇଛି। ତେବେ ତହସିଲଦାର ଦିଲୀପ କୁମାର ସେଠୀ ଘଟଣାସ୍ଥଳକୁ ଯାଇ ସମସ୍ତ ଅନୁସନ୍ଧାନ କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ଗାଁକୁ ଫେରିବା ବାଟରେ ବନ୍ୟାପାଣିରେ ଭାସିଗଲେ କୁଶାସନ, ତାପରେ….

ରାଜନଗର,୧୮।୮(ଭାସ୍କର ରାଉତରାୟ ): ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା ଆସିବା ଫଳରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳରରେ ଲୋକଙ୍କ ମନରେ ଭୟର ବାତାବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri