Posted inଖେଳ

ଡି ଭିଲିୟର୍ସଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ବାଙ୍ଗାଲୋର,୧।୪: ଆଇପିଏଲର ୧୪ତମ ସଂସ୍କରଣ ପୂର୍ବରୁ ସର୍ବକାଳୀନ ଆଇପିଏଲ ଦଳ ଘୋଷଣା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ। ଦଳରେ ୭ ଭାରତୀୟ ଓ ୪ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଆଉ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି ଏହି ଦଳର ନେତୃତ୍ୱ ଭାର। ନିଜ ଆଇପିଏଲ ଦଳରେ ନିଜକୁ ଯାଗା ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ଏହି ମହାନ ଖେଳାଳି।

ଦିଲ୍ଲୀ ପାଇଁ ଖେଳୁଥିବାବେଳେ ମୁଁ ବୀରୁ (ବୀରେନ୍ଦ୍ର ସେହ୍ବାଗଙ୍କ ସହ ଓପନିଂ କରୁଥିଲି। ଏଣୁ ଓପନିଂ ପାଇଁ ମୁଁ ତାଙ୍କୁ ମୋ ଦଳରେ ନେବି। ତାଙ୍କ ସହ ଖେଳିବେ ଗତ ୫ ବର୍ଷରେ ବିଶ୍ୱରେ ସବୁଠୁ ଭଲ ଖେଳିଥିବା ରୋହିତ ଶର୍ମା। ୩ୟ କ୍ରମ ପାଇଁ ଆରସିବି ଅଧିନାୟକ ତଥା ବନ୍ଧୁ ବିରାଟ କୋହଲିଙ୍କୁ ବାଛିଛନ୍ତି ଡି ଭିଲିୟର୍ସ। ଆଉ ନିଜକୁ ରଖିଛନ୍ତି ୪ର୍ଥ ପୋଜିଶନରେ। ଯଦି ତାଙ୍କ ବଦଳ ଖେଳାଳି ଦରକାର ପଡ଼େ ଷ୍ଟିଭ ସ୍ମିଥ ଓ କେନ ଓ୍ବିଲିୟମସନଙ୍କୁ ମଧ୍ୟ ଦଳରେ ରଖିଛନ୍ତି। ୫ମ କ୍ରମରେ ବେନ ଷ୍ଟୋକ୍ସ ଓ ଦଳର ନେତୃତ୍ୱ ନେବେ ମହେନ୍ଦ୍ର ସିଂ ଧୋନୀ। ବୋଲିଂ ବିଭାଗରେ ରହିବେ ରବୀନ୍ଦ୍ର ଜାଡେଜା, ରଶିଦ ଖାନ, ଭୁବନେଶ୍ୱର କୁମାର, କାଗିସୋ ରବାଡା ଓ ଯଶପ୍ରୀତ ବୁମରା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ...

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ଅଶ୍ୱିନ

ବିଶାଖାପାଟଣା,୫।୧୦(ପି.ଟି.)- ଭାରତୀୟ ଅଭିଜ୍ଞ ସ୍ପିନର ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରି ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଉଇକେଟ...

ଆସନ୍ତାବର୍ଷ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ

ଓ୍ବେଲିଂଟନ,୮।୬(ପି.ଟି.)- ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ପ୍ରଥମେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ...

୭ ମ୍ୟାଚ୍‌ରୁ ୭୩୭ ରନ୍‌ କରିଥିବା କ୍ରିକେଟର୍‌ଙ୍କୁ ନିଜ ଦଳରୁ ବାଦ୍‌ ଦେଲେ ଲକ୍ଷ୍ମଣ

ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ...

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ...

ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ

ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ...

ଭାରତ-ଅଷ୍ଟ୍ରେଲିଆ ଖେଳିବେ ବିଶ୍ୱକପ୍‌ ଫାଇନାଲ…

ବ୍ରିସବେନ,୧୮।୧୦: ଆରମ୍ଭରୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଟି -୨୦ ବିଶ୍ୱକପ ୨୦୨୨। ଦୁଇ ଦିନରେ ଦୁଇଟି ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗୋଟିଏ...

କ୍ରିକେଟ୍‌ ପାଇଁ ପୁଣି ଖରାପ ଖବର

ନୂଆଦିଲ୍ଲୀ,୧୭।୩: ପୁଣି କରୋନା ମହାମାରୀ ଫେରିବା ପରେ ସାରା ଦେଶରେ କଟକଣା ଜାରି କରାଯାଇଛି। ଦେଶର ଅନେକ ସହରରେ ଲକଡାଉନ ଲାଗୁ କରାଯାଇଛି, ଯାହା କ୍ରୀଡା...

Advertisement
Archives

Model This Week