ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ରାସ୍ତାରେ ଯାଉଥିବା ବେଳେ ସେହି ରାସ୍ତାରେ ଏକ ବିଲେଇ ଶୋଇଥିବା ଦେଖିବାକୁ ମିଳୁଛି। ପରେ ହାତୀଟି ବିଲେଇକୁ ଦେଖି ତାକୁ କଡ଼େଇ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
In chains…
Still more humane🙏🙏Free all wild animals from chains & cages. pic.twitter.com/KBQy6WqyRp
— Susanta Nanda IFS (@susantananda3) February 27, 2021