ପ୍ରିୟଙ୍କାଙ୍କ ପାଇଁ ଗୀତ ଲେଖୁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ପୁସ୍ତକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ତେବେ ଆମେରିକୀୟ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିବା ପରଠାରୁ ଏହି ଯୋଡି ଅଧିକାଂଶ ସମୟରେ ଆସି ଯାଆନ୍ତି ଚର୍ଚ୍ଚାକୁ । ନିକ୍ ଜଣେ ଭଲ ସିଙ୍ଗର ହୋଇଥିବା ବେଳେ ବିଶ୍ୱରେ ରହିଛନ୍ତି ତାଙ୍କର କୋଟି କୋଟି ପ୍ରଶଂସକ । ଏବେ ନିକ୍ ତାଙ୍କ ନୂଆ ଗୀତ ‘ସ୍ପେସମ୍ୟାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଗୀତ ପୂର୍ବରୁ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଛି । ନିକ୍ କହିଛନ୍ତି ଏବେ ସେ ଅଧିକାଂଶ ଗୀତ ପ୍ରିଙ୍କାଙ୍କ ପାଇଁ ଲେଖୁଛନ୍ତି । କାରଣ ମୋର ଅଧିକାଂଶ ଗୀତ ତାଙ୍କୁ ପସନ୍ଦ ଆସୁଥିବା ବେଳେ ଗୀତ ଗୁଡିକ ତାଙ୍କ ପାଇଁ ସତେ ଯେପରି ପ୍ରେମ ପତ୍ର । ମୋତେ ଲାଗେ ମୋ ଶବ୍ଦ ମ୍ୟୁଜିକ ବିନା ଯେମିତି ଅଧା । ସେଥିପାଇଁ ଅଧିକାଂଶ ସମୟରେ ମୁଁ ଷ୍ଟୁଡିଓ ଚାଲିଯାଇଥାଏ । ଆଉ ଏଥିରେ ପ୍ରିୟଙ୍କା ଖୁବ୍ ଖୁସି ହୋଇଥାଆନ୍ତି ଯାହା ମୋ ପାଇଁ ଜରୁରୀ । ସାକ୍ଷାତ୍‌କାର ସମୟରେ ନିକ୍ ଆଉ ଏକ କଥା ବି କହିଛନ୍ତି । ଯେତେବେଳେ ପ୍ରିୟଙ୍କା ୟୁକେରେ ଶୁଟିଂରେ ବ୍ୟସ୍ତ ଥିଲେ ଓ ତାଙ୍କଠାରୁ ଦୂରରେ ଥିଲେ ସେତେବେଳେ ସେ ତାଙ୍କ ଫିଲିଙ୍ଗସ୍‌କୁ ଗୀତ ମାଧ୍ୟମରେ ରେକର୍ଡ କରିଛନ୍ତି । ଏମିତିରେ ବି ପ୍ରିୟଙ୍କା ନିକ୍‌ଙ୍କୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ପୁସ୍ତକ ‘ଅନଫିନିସ୍‌ଡ’ରେ ନିକଙ୍କ ସମ୍ପର୍କରେ ବହୁତ କିଛି ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri