
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୋଟ କୁକୁର ଛୁଆ ଓଟକୁ ଦେଖି ଭୁକୁଛି। ଏତେବଡ଼ ଓଟକୁ ଦେଖି ସେ ଭୋ ଭୋ ହୋଇ ଓଟ ପାଖକୁ ପଳାଉଛି । ପରେ ଓଟଟି ତାକୁ ଗେଲ କରି ଦେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Communicating in the language of love 👩❤️👨 pic.twitter.com/kC1T0K5J5w
— Susanta Nanda IFS (@susantananda3) September 16, 2021