Posted inଫୁରସତ

ଏମିତି ନିମନ୍ତ୍ରଣ କାର୍ଡ ଦେଖି ଅତିଥି ଆଶ୍ଚର୍ଯ୍ୟ, ଯିବେ କି ନାହିଁ ପଡ଼ିଲେ ଦ୍ୱନ୍ଦ୍ୱରେ

ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ମାସମାସ ଧରି ପରିଶ୍ରମ କରାଯାଇଥାଏ। ବରକନ୍ୟାଙ୍କ ଡ୍ରେସ କିଣିବାଠାରୁ ଆରମ୍ଭ କରି ସବୁକିଛି ସ୍ବତନ୍ତ୍ର ଭାବରେ ବଛା ଯାଇଥାଏ। ଯଦି ଏଥିରେ ସାମାନ୍ୟ ତ୍ରୁଟି ଥାଏ, ତେବେ କରାଯାଇଥିବା ସମସ୍ତ କାର୍ଯ୍ୟ ନଷ୍ଟ ହୋଇଯାଏ। ଏକ ବିବାହ ପାଇଁ ଛପା ଯାଇଥିବା କାର୍ଡ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଯେତେବେଳେ ଏକ ବିବାହ କାର୍ଡ ଗ୍ରହଣ କରାଯାଏ, ଜଣେ ବ୍ୟକ୍ତି ଏହାକୁ ଭଲ ଭାବରେ ପଢ଼ନ୍ତି। ଫଳରେ ପ୍ରକୃତ ଦିନ, ବାର, ତିଥି ଏବଂ ସ୍ଥାନ ସମ୍ପର୍କରେ ଜଣାପଡ଼େ। କାର୍ଡରେ କେବଳ ସ୍ଥାନ ଏବଂ ତାରିଖ ବ୍ୟତୀତ, ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ କିଛି ଶାୟରୀ ମଧ୍ୟ ଲେଖାଯିବାର ଦେଖାଯାଇଥାଏ। ଏବେ ଏମିତି ଏକ କାର୍ଡରେ କେତେଧାଡ଼ି କବିତା ଲେଖାଯାଇଛି, ଯାହାକୁ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ଲେଖାଯାଇଛି ‘ମୁଁ ସ୍ନେହ ନିମନ୍ତ୍ରଣ ପଠାଉଛି, ତୁମକୁ ଡାକିବାକୁ ପ୍ରିୟ, ହେ ମାନସର ରାଜହଂସ ତୁମେ ଆସିବାକୁ ଭୁଲିଯିବ’। ଭୁଲ ଏହି ଯେ, ଏଥିରେ ତୁମେ ଆସିବାକୁ ଭୁଲବନି ସ୍ଥାନରେ ଆସିବାକୁ ଭୁଲିଯିବ ଛପା ହୋଇଛି। ଯାହା ଦେଖି ଅତିଥି ଯିବେ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଏହି କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନେ କହିଛନ୍ତି, ଏହା ଏକ ବଡ଼ ଅପମାନ। ଏପ୍ରିଲ ୧୩ରେ ଶେୟାର ହୋଇଥିବା ଏହି କାର୍ଡକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ‘ଏହା ଏକ ବଡ଼ ଅପମାନ’। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ଯିଏ କାର୍ଡ ଛାପିଛି, ସେ ନିମନ୍ତ୍ରଣ କରୁଥିବା ଲୋକଙ୍କ ମନକଥା ଛାପି ଦେଇଛନ୍ତି। ଅନେକ ୟୁଜର ଏହା ଦେଖି ହସି ହସି ବେଦମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri