ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଓଟକୁ ଦେଖିବାକୁ ମିଳୁଛି। ଓଟଟି ରାସ୍ତା ଉପରେ ଶୋଇଥିବା ବେଳେ ଜଣେ ବ୍ୟକ୍ତି ଆସି ତାକୁ ବୋତଲରେ ପାଣି ପିଆଉଛନ୍ତି। ଯାହାକୁ ଦେଖିଲେ ଲାଗିବ ସେ ଯେପରି ଶୋଷିଲା ଅଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Being human is given,
But keeping our humanity is a choice😌 pic.twitter.com/tgnD3KXFuG— Susanta Nanda IFS (@susantananda3) July 10, 2021