Posted inଭଦ୍ରକ

ଚର୍ଚ୍ଚ ପରିସରରେ ୧୪୪ ଜାରି

ଭଦ୍ରକ ଅଫିସ, ୨୨ା୫: ଅଧିକାଂଶ ସମୟରେ ଗୋଷ୍ଠୀ ବିବାଦ ଲାଗି ରହୁଥିବା ଭଦ୍ରକ ସଦର ବ୍ଲକର ଗେଲଟୁଆଠାରେ ଥିବା ଚର୍ଚ୍ଚ ପରିସରରେ ଶନିବାର ପୂର୍ବାହ୍ନରେ ୧୪୪ ଧାରା ଜାରି କରାଯାଇଛି। ଗୋଷ୍ଠୀ ବିବାଦ କାରଣରୁ ସମ୍ଭାବ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି କଟକଣା ଲାଗୁ କରିଛି। ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ତଥା ଉପଜିଲାପାଳ ମନୋଜ ପାତ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମାକୁ ଭଦ୍ରକ ତହସିଲଦାର ପକ୍ଷରୁ ପୋଲିସ ଉପସ୍ଥିତିରେ କାର୍ଯ୍ୟକାରୀ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସେଠାରେ ଜନସମାଗମ ଉପରେ କଟକଣା ରହିଛି। ଚର୍ଚ୍ଚ ପରିସର ଓ ଏହା ଆଖପାଖରେ ୩ଜଣରୁ ଅଧିକ ଲୋକ ଏକାଠି ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?