ସିକ୍ରେଟ୍‌ ପ୍ରେଗ୍‌ନାନ୍ସି, ଏଥିରେ ମହିଳାଙ୍କୁ ଦେଖାଦିଏ ନାହିଁ ଗର୍ଭଧାରଣର କୌଣସି ଲକ୍ଷଣ, ଜାଣନ୍ତୁ କାହିଁକି…

ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁ ସ୍ବତନ୍ତ୍ର, କିନ୍ତୁ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି ସେ ଏହା ଜାଣିପାରନ୍ତି ନାହିଁ ସେତେବେଳେ ଏହା ଆଶ୍ଚର୍ଯ୍ୟଜନକ ଲାଗିଥାଏ।  ଆଜ୍ଞା ହଁ ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି, ଅନେକ ମହିଳା ଜାଣି ପାରି ନ ଥାନ୍ତି କି ସେ ଗର୍ଭବତୀ ଅଛନ୍ତି କିମ୍ବା ବିଳମ୍ବରେ ଏହା ଜାଣିପାରନ୍ତି। ଏହାକୁ ସିକ୍ରେଟ୍‌ ପ୍ରେଗ୍‌ନାନ୍ସି ବା ଗୁପ୍ତ ଗର୍ଭଧାରଣ ମଧ୍ୟ କୁହାଯାଏ। ଏହା ଏପରି ଏକ ଅବସ୍ଥା ଯେଉଁଥିରେ ମହିଳାଙ୍କଠାରେ ଗର୍ଭଧାରଣର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେବେ ଜାଣନ୍ତୁ ଏହା କାହିଁକି ଏବଂ କିପରି ହୋଇଥାଏ…

ସାଧାରଣତଃ ମହିଳାମାନେ ୪ରୁ ୧୨ ସପ୍ତାହ ମଧ୍ୟରେ ଗର୍ଭଧାରଣ ଅନୁଭବ କରନ୍ତି, କିନ୍ତୁ ସିକ୍ରେଟ୍‌ ପ୍ରେଗ୍‌ନାନ୍ସିରେ ମହିଳା ଗର୍ଭଧାରଣର କୌଣସି ଅନୁଭବ କରନ୍ତି ନାହିଁ, କେତେକ ସମୟରେ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ଯେ, ସେ ଗର୍ଭବତୀ ଅଛନ୍ତି। ପ୍ରକୃତରେ ଗୁପ୍ତ ଗର୍ଭଧାରଣ ସାଧାରଣ ଗର୍ଭଧାରଣଠାରୁ ଭିନ୍ନ କାରଣ ଏଥିରେ ଗର୍ଭଧାରଣର ସାଧାରଣ ଲକ୍ଷଣଗୁଡ଼ିକ ଯେପରିକି ଋତୁସ୍ରାବ ବନ୍ଦ ହେବା, ପେଟ ବଢ଼ିବା କିମ୍ବା ଗର୍ଭଧାରଣ ପରୀକ୍ଷାରେ ସକାରାତ୍ମକ ଫଳାଫଳ। ବହୁତ ହାଲୁକା କିମ୍ବା ସହଜରେ ଅଣଦେଖା ହୋଇପାରେ।

ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ସିକ୍ରେଟ୍‌ ପ୍ରେଗ୍‌ନାନ୍ସିର ଅନେକ କାରଣ ହୋଇପାରେ, କିନ୍ତୁ ସବୁଠାରୁ ବଡ଼ କାରଣ PCOD କିମ୍ବା PCOS ରୋଗ ହୋଇପାରେ। ଏପରି ମହିଳାଙ୍କର ନିୟମିତ ଋତୁସ୍ରାବ ହୁଏ ନାହିଁ କିମ୍ବା ସେମାନଙ୍କର ଋତୁସ୍ରାବ ଦୁଇରୁ ତିନି ମାସ ବିଳମ୍ବ ହୁଏ। ଏହି ପରିସ୍ଥିତିରେ ଏପରି ମହିଳାମାନେ ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। କିଛି ମହିଳାଙ୍କର HCG (ହ୍ୟୁମାନ କୋରିଓନିକ୍‌ ଗୋନାଡୋଟ୍ରୋପିନ) ହରମୋନର ସ୍ତର କମ ଥାଏ, ଯାହା ଗର୍ଭଧାରଣ ପରୀକ୍ଷାକୁ ପ୍ରଭାବିତ କରେ। ଏହି କାରଣରୁ ପରୀକ୍ଷା ନେଗେଟିଭ୍‌ ରହୁଥିବାରୁ ମହିଳା ଜାଣିପାରନ୍ତି ନାହିଁ ଯେ ସେ ଗର୍ଭବତୀ। କେତେକ ସମୟରେ ୪୦ ବର୍ଷ ବୟସ ପରେ, ମହିଳାଙ୍କଠାରେ ମେନୋପଜ୍ର ଲକ୍ଷଣ ଆରମ୍ଭ ହୁଏ, ଏପରି ପରିସ୍ଥିତିରେ ମହିଳାମାନେ ସନ୍ଦେହରେ ରୁହନ୍ତି ଯେ, ଏହି ବୟସରେ ଗର୍ଭଧାରଣ ସମ୍ଭବ ନୁହେଁ, କିନ୍ତୁ ସେମାନେ ଗର୍ଭଧାରଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?