Posted inଜାତୀୟ

ଗୁପ୍‌କାର ଗ୍ୟାଙ୍ଗ୍‌ ଅପବିତ୍ର ମେଣ୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଜିଲା ବିକାଶ ପରିଷଦ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ବିରୋଧୀଙ୍କୁ ଘେରିଛନ୍ତି। ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ୍‌ (ପିଏଜିଡି)କୁ ଶାହା ଏକ ଅପବିତ୍ର ମେଣ୍ଟ ଭାବେ ଅଭିହିତ କରିବା ସହ ଏହି ଗୋଷ୍ଠୀ କଂଗ୍ରେସ ସହ ମିଶି ଉପତ୍ୟକାକୁ ଆତଙ୍କ ଓ ଅଚଳାବସ୍ଥା ଭିତରକୁ ଟାଣିନେବା ପାଇଁ ଚାହୁଁଥିବା ସମାଲୋଚନା କରିଛନ୍ତି। ଶାହାଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ, ନ୍ୟାଶନାଲ କଂଗ୍ରେସ (ଏନ୍‌ସି), ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି।
ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଏକାଧିକ ଟୁଇଟ୍‌ କରି ନବଗଠିତ ରାଜନୈତିକ ମେଣ୍ଟ ପିଏଜିଡିକୁ ‘ଗୁପ୍‌କାର ଗ୍ୟାଙ୍ଗ୍‌’ ବୋଲି କହିଛନ୍ତି। ଶାହାଙ୍କ ମତରେ ଏହି ମେଣ୍ଟ ଏବେ ଗ୍ଲୋବାଲ୍‌ ହେବାରେ ଲାଗିଛି। ଗୁପ୍‌କାର ଗ୍ୟାଙ୍ଗ୍‌ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଦେଶୀ ଶକ୍ତିଗୁଡ଼ିକର ହସ୍ତକ୍ଷେପ ଚାହୁଁଛି। କଂଗ୍ରେସ ଓ ଗୁପ୍‌କାର ଗ୍ୟାଙ୍ଗ୍‌ ଜମ୍ମୁ-କଶ୍ମୀରକୁ ଆତଙ୍କ ଓ ବରବାଦର ରାସ୍ତାରେ ନେବାକୁ ଚାହୁଁଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଦଳିତ, ମହିଳା ଓ ଆଦିବାସୀମାନଙ୍କୁ ଦିଆଯାଇଥିବା ଅଧିକାରଗୁଡ଼ିକୁ ସେମାନେ ଛଡ଼ାଇନେବା ପାଇଁ ଉଦ୍ୟମ କରୁଛନ୍ତି। ଏହି କାରଣରୁ ସେମାନେ ସାରା ଦେଶର ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାରେ ଲାଗିଛନ୍ତି। ଗୁପ୍‌କାର ଗ୍ୟାଙ୍ଗ୍‌ ଜାତୀୟ ଭାବଧାରାରେ ନ ରହିଲେ ଲୋକେ ସେମାନଙ୍କୁ ଡୁବାଇଦେବେ ବୋଲି ଶାହା କହିଛନ୍ତି। ପିଏଜିଡିକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀ ସମର୍ଥନ କରୁଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଶାହା ଦାବି କରିଛନ୍ତି।
କଂଗ୍ରେସ ଟୁଇଟରରେ ଦୁଇପୃଷ୍ଠା ସମ୍ବଳିତ ବିବୃତି ଜାରି କରି ଏହାର ଜବାବ ରଖିବା ସହ ଶାହାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ଏଥିରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ସପକ୍ଷରେ କଂଗ୍ରେସ କେବେ ରହିନାହିଁ। ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ତ୍ରିରଙ୍ଗା ପ୍ରତି ଦଳ ଅଙ୍ଗୀକାରବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଜାତୀୟତାବାଦ ଉପରେ ଏକ ନୂଆ ଶିକ୍ଷା ଆବଶ୍ୟକ ଥାଇପାରେ। କାରଣ ସେମାନଙ୍କ ମୂଳ ସଙ୍ଗଠନ ଆର୍‌ଏସ୍‌ଏସ୍‌ ସ୍ବାଧୀନତାର ୫୨ ବର୍ଷ ପର୍ଯ୍ୟନ୍ତ ନିଜ ମୁଖ୍ୟାଳୟରେ ତ୍ରିରଙ୍ଗା ପତାକା ଉଡ଼ାଇ ନ ଥିଲା। ସୁର୍ଜଓ୍ବୋଲାଙ୍କ ମତରେ ଭାଜପା ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିଡିପି ସହ ୨୦୧୪ରେ ମେଣ୍ଟ କରିଥିବାବେଳେ ତାକୁ ଭୁଲିଯାଇ ଏବେ ସମାଲୋଚନା କରୁଛି। ସେହିପରି ଶ୍ରୀନଗରରେ ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି (ଜେକେପିସିସି) ମଧ୍ୟ ଦଳ ପିଏଜିଡିରେ ସାମିଲ ନ ଥିବା କହିଛି।
ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତି ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଭିଯୋଗକୁ ହତାଶାପୂର୍ଣ୍ଣ ଅଭିଯୋଗ ବୋଲି କହିଛନ୍ତି। ଆମେ ଏକ ଗ୍ୟାଙ୍ଗ୍‌ ନୋହୁଁ, ବରଂ ଏକ ରାଜନୈତିକ ମେଣ୍ଟ। ଆମେ ପୂର୍ବରୁ ନିର୍ବାଚନ ଲଢ଼ିଛୁ ଓ ଏବେ ମଧ୍ୟ ଲଢ଼ିବାକୁ ଯାଉଛୁ ବୋଲି ଏନ୍‌ସି ଉପାଧ୍ୟକ୍ଷ ଓମାର ଟୁଇଟ୍‌ କରିଛନ୍ତି। ସେ ଆହୁରି କହିଛନ୍ତି, ପିଏଜିଡି ନିର୍ବାଚନ ବର୍ଜନ କରିବାକୁ ଯାଉଛି ବୋଲି ଶାହା ଶୁଣିଥିଲେ। ଏପରି ହୋଇଥିଲେ ଭାଜପା ଓ ରାଜାଙ୍କ ନୂଆ ଦଳ ଜମ୍ମୁ-କଶ୍ମୀରରେ ଜିତିବା ସୁଯୋଗ ପାଇଥାନ୍ତେ। ତେବେ ସେପରି ହେଉ ନ ଥିବାରୁ ଶାହା ଫ୍ରଷ୍ଟ୍ରେଶନରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେହିପରି ମେହବୁବା ମଧ୍ୟ ଏକାଧିକ ଟୁଇଟ୍‌ କରି କହିଛନ୍ତି, ପୁରୁଣା ଅଭ୍ୟାସ ମୁସ୍କିଲରେ ଶେଷ ହୋଇଥାଏ। ଭାଜପା ପୂର୍ବରୁ ଆମକୁ ଟୁକୁଡେ ଟୁକୁଡେ ଗ୍ୟାଙ୍ଗ୍‌ କହୁଥିଲା। ଏହି ଗ୍ୟାଙ୍ଗ୍‌ ଯୋଗୁ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସେମାନେ କହୁଥିଲେ। ଏବେ ଗୁପ୍‌କାର ଗ୍ୟାଙ୍ଗ୍‌ କହି ଆମକୁ ଦେଶବିରୋଧୀ ଦର୍ଶାଉଛନ୍ତି। ଭାଜପା ସମ୍ବିଧାନକୁ ଉଲ୍ଲଂଘନ କରି ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଦେଶକୁ ବିଭାଜନ କରିବା ପାଇଁ ଭାଜପାର ଏହା ପୁରୁଣା କୌଶଳ ବୋଲି ମେହବୁବା ଶାହାଙ୍କୁ ଜବାବ ଦେଇଛନ୍ତି। କ୍ଷମତା ଲୋଭୀ ଭାଜପା ଯାହା ସହିତ ଚାହିଁବ ମେଣ୍ଟ କରିପାରିବ। ଆମେ ମେଣ୍ଟ କଲେ କିପରି ଦେଶବିରୋଧୀ ବୋଲି ସେ ପ୍ରଶ୍ନ କରିଛନ୍ତି।
ନଭେମ୍ବର ୨୫ରେ ପ୍ରଥମ ପର୍ଯ୍ୟାୟ ଜିଲା ବିକାଶ ପରିଷଦ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଶାହା ଏପରି ମନ୍ତବ୍ୟ ଦେଇଛନ୍ତି। ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏହା ହେଉଛି ଉପତ୍ୟକାରେ ପ୍ରଥମ ନିର୍ବାଚନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?