ଦ୍ୱିତୀୟ ଲହର ବେକାବୁ: ହସ୍ପିଟାଲରେ ବେଡ୍‌-ଭେଣ୍ଟିଲେଟର ଅଭାବ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ଏହା ପୂର୍ବାପେକ୍ଷା ୩ଗୁଣା ଅଧିକ ବେଗରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହେଉଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଦେଶର ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ, ଚଣ୍ଡିଗଡ଼ ଆଦି ବଡ଼ ସହରରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏସବୁ ସହରରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ମୁମ୍ବାଇରେ ୫୧୭୧ କୋଭିଡ୍‌ ବେଡ୍‌ ଖାଲି ରହିଛି। ଅପରପକ୍ଷରେ ୧୭ ହଜାରରୁ ଅଧିକ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। ଏବେ ମୁମ୍ବାଇରେ ଆକ୍ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ପାଖାପାଖି ଥିବାବେଳେ ଏଠାରେ ୫୮ ଭେଣ୍ଟିଲେଟର ବେଡ୍‌ ଖାଲି ରହିଛି। ସେହିପରି ଦିଲ୍ଲୀରେ ୪୫୮୫ ବେଡ୍‌ ଖାଲି ରହିଥିବାବେଳେ ୪୨୩୮ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। ୩୧୪ ଭେଣ୍ଟିଲେଟର ଖାଲି ରହିଛି। ଅପରପକ୍ଷରେ ୬୪୩ ଭେଣ୍ଟିଲେଟରରେ ଆକ୍ରାନ୍ତଙ୍କୁ ରଖାଯାଇଛି। ଗୁଜରାଟର ଅହମଦାବାଦରେ ୨୭୦୦ କୋଭିଡ୍‌ ବେଡ୍‌ ବୃଦ୍ଧି କରାଯାଇଛି। ଚଣ୍ଡିଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ଅବସ୍ତା ଅସମ୍ଭାଳ ହେବାରେ ଲାଗିଛି। ଏଠାରେ ଥିବା ଧନ୍ବନ୍ତରୀ କେୟାର ସେଣ୍ଟରରେ ଥିବା ୫୦ ବେଡ୍‌ ମଧ୍ୟରୁ କେବଳ ଗୋଟିଏ ଖାଲି ରହିଛି। ସେହିପରି ପିଜିଆଇରେ ଥିବା ୩୦୦ ବେଡ୍‌ ମଧ୍ୟରୁ ୧୬୮ରେ ଆକ୍ରାନ୍ତ ରହିଛନ୍ତିି। ବେଡ୍‌ ଏବଂ ଭେଣ୍ଟିଲେଟର ଅଭାବ ଯୋଗୁ ଅଗାମୀ ଦିନରେ ସମସ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?