ଏହି ୪ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, କମ୍‌ ବୟସରେ ହୁଅନ୍ତି ଧନୀ; ଜାଣନ୍ତୁ…

କିଛି ଲୋକ କମ୍‌ ପରିଶ୍ରମରେ ସଫଳତାର ସ୍ବାଦ ଚାଖିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗହ-ନକ୍ଷତ୍ରର ଚଳନ ଯୋଗୁ ବ୍ୟକ୍ତିଟିଏ ସଫଳ ହୋଇପାରେ। ଆମେ କଥା ହେବା ସେଭଳି ୪ ରାଶି ବିଷୟରେ, ଯେଉଁମାନେ ମୂଳତଃ ଭାଗ୍ୟଶାଳୀ ହୋଇଥାନ୍ତି।

ମେଷ: ମେଷ ରାଶି ଜାତକଧାରୀ ବ୍ୟକ୍ତିବିଶେଷଙ୍କୁ ଅଧିକ ଭାଗ୍ୟଶାଳୀ ବୋଲି କୁହାଯାଏ। କାରଣ ସେମାନେ କମ୍‌ ପ୍ରୟାସରେ ସଫଳତା ପାଇଥାନ୍ତି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମଙ୍ଗଳଙ୍କ ବିଶେଷ କୃପା ଥାଏ। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ଥାଏ। ଯେଉଁଠିକୁ ଏମାନେ ଯାଆନ୍ତୁ ନା କାହିଁକି ଲିଡର୍‌ ଭଳି ରୁହନ୍ତି। ଏମାନେ ବହୁତ ପରିଶ୍ରମୀ ଥାଆନ୍ତି।

ବିଛା: ବିଛା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମଙ୍ଗଳଙ୍କ ବିଶେଷ କୃପା ଥାଏ। ଏମାନେ ନିର୍ଭୟୀ ଏବଂ ସାହସୀ ହୋଇଥାନ୍ତି। ସଫଳତା ପାଇବା ପାଇଁ ଏମାନେ ଯଥାସମ୍ଭବ ପ୍ରୟାସ କରିବାରୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଯୋଜନାନୁଯାୟୀ ଏମାନେ କାର୍ଯ୍ୟ କରନ୍ତି। ନିଜ ସଚ୍ଚୋଟତାକୁ ନେଇ ଏମାନେ ପ୍ରତିଟି କ୍ଷେତ୍ରରେ ସଫଳ ହୋଇଥାନ୍ତି। ଭାଗ୍ୟ ମଧ୍ୟ ଏମାନଙ୍କ ସାଙ୍ଗରେ ଥାନ୍ତି।

ମକର: ଏହି ରାଶିର ଜାତକଧାରୀ ବ୍ୟକ୍ତିଙ୍କ ଉପରେ ଶନିଙ୍କ ବିଶେଷ କୃପା ଥାଏ। ଏଣୁ ଏମାନଙ୍କ ମନରେ ଆତ୍ମବିଶ୍ୱାସ ଭରପୂର ଥାଏ। କଠିନ ପରିଶ୍ରମ କରି ଏମାନେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି। ସଠିକ ଉପାୟରେ ଯାଇ କାମ କରିବା ଉପରେ ଏମାନେ ବିଶ୍ୱାସ କରିଥାନ୍ତି। ଭୂଲ ବାଟରେ ଯିବା ତଥା ଭୂଲ କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ।

କୁମ୍ଭ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶନି ଦେବତାଙ୍କ କୃପା ଥାଏ। କାରଣ ଏହା ଶନିଙ୍କ ସ୍ବାମୀତ୍ୱ ଥିବା ରାଶି। ସ୍ବଭାବରେ ଏମାନେ ସରଳ ଏବଂ ପରିଶ୍ରମୀ ହୋଇଥାନ୍ତି। ନିଜର ବୁଦ୍ଧି ପ୍ରୟୋଗ କରି ଏମାନେ ସହଜରେ ସଫଳତା ହାସଲ କରିଥାନ୍ତି। ଶନିଙ୍କ କୃପା ଥିବା କାରଣରୁ ଏଭଳି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri