ଏହି ୪ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, କମ୍‌ ବୟସରେ ହୁଅନ୍ତି ଧନୀ; ଜାଣନ୍ତୁ…

କିଛି ଲୋକ କମ୍‌ ପରିଶ୍ରମରେ ସଫଳତାର ସ୍ବାଦ ଚାଖିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗହ-ନକ୍ଷତ୍ରର ଚଳନ ଯୋଗୁ ବ୍ୟକ୍ତିଟିଏ ସଫଳ ହୋଇପାରେ। ଆମେ କଥା ହେବା ସେଭଳି ୪ ରାଶି ବିଷୟରେ, ଯେଉଁମାନେ ମୂଳତଃ ଭାଗ୍ୟଶାଳୀ ହୋଇଥାନ୍ତି।

ମେଷ: ମେଷ ରାଶି ଜାତକଧାରୀ ବ୍ୟକ୍ତିବିଶେଷଙ୍କୁ ଅଧିକ ଭାଗ୍ୟଶାଳୀ ବୋଲି କୁହାଯାଏ। କାରଣ ସେମାନେ କମ୍‌ ପ୍ରୟାସରେ ସଫଳତା ପାଇଥାନ୍ତି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମଙ୍ଗଳଙ୍କ ବିଶେଷ କୃପା ଥାଏ। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ଥାଏ। ଯେଉଁଠିକୁ ଏମାନେ ଯାଆନ୍ତୁ ନା କାହିଁକି ଲିଡର୍‌ ଭଳି ରୁହନ୍ତି। ଏମାନେ ବହୁତ ପରିଶ୍ରମୀ ଥାଆନ୍ତି।

ବିଛା: ବିଛା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମଙ୍ଗଳଙ୍କ ବିଶେଷ କୃପା ଥାଏ। ଏମାନେ ନିର୍ଭୟୀ ଏବଂ ସାହସୀ ହୋଇଥାନ୍ତି। ସଫଳତା ପାଇବା ପାଇଁ ଏମାନେ ଯଥାସମ୍ଭବ ପ୍ରୟାସ କରିବାରୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଯୋଜନାନୁଯାୟୀ ଏମାନେ କାର୍ଯ୍ୟ କରନ୍ତି। ନିଜ ସଚ୍ଚୋଟତାକୁ ନେଇ ଏମାନେ ପ୍ରତିଟି କ୍ଷେତ୍ରରେ ସଫଳ ହୋଇଥାନ୍ତି। ଭାଗ୍ୟ ମଧ୍ୟ ଏମାନଙ୍କ ସାଙ୍ଗରେ ଥାନ୍ତି।

ମକର: ଏହି ରାଶିର ଜାତକଧାରୀ ବ୍ୟକ୍ତିଙ୍କ ଉପରେ ଶନିଙ୍କ ବିଶେଷ କୃପା ଥାଏ। ଏଣୁ ଏମାନଙ୍କ ମନରେ ଆତ୍ମବିଶ୍ୱାସ ଭରପୂର ଥାଏ। କଠିନ ପରିଶ୍ରମ କରି ଏମାନେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି। ସଠିକ ଉପାୟରେ ଯାଇ କାମ କରିବା ଉପରେ ଏମାନେ ବିଶ୍ୱାସ କରିଥାନ୍ତି। ଭୂଲ ବାଟରେ ଯିବା ତଥା ଭୂଲ କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ।

କୁମ୍ଭ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶନି ଦେବତାଙ୍କ କୃପା ଥାଏ। କାରଣ ଏହା ଶନିଙ୍କ ସ୍ବାମୀତ୍ୱ ଥିବା ରାଶି। ସ୍ବଭାବରେ ଏମାନେ ସରଳ ଏବଂ ପରିଶ୍ରମୀ ହୋଇଥାନ୍ତି। ନିଜର ବୁଦ୍ଧି ପ୍ରୟୋଗ କରି ଏମାନେ ସହଜରେ ସଫଳତା ହାସଲ କରିଥାନ୍ତି। ଶନିଙ୍କ କୃପା ଥିବା କାରଣରୁ ଏଭଳି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri