Posted inଖେଳ

ଦ୍ୱିତୀୟ ଟେଷ୍ଟ: ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ

ଆବୁଧାବି,୧୫।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ହାଶମାତୁଲ୍ଲା ଶାହିଦିଙ୍କ ୨୦୦ ରନର ଅପରାଜିତ ଦ୍ୱିଶତକୀୟ ପାଳି ବଳରେ ୧୬୦.୪ ଓଭରରେ ୪ ଉଇକେଟ ହରାଇ ୫୪୫ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଜିମ୍ବାଓ୍ବେ ପ୍ରଥମ ଇନିଂସ ଆରମ୍ଭ କରି ୯୧.୩ ଓଭରରେ ୨୮୭ ରନକରି ଅଲଆଉଟ ହୋଇଥିଲା। ଜିମ୍ବାଓ୍ବେ ପ୍ରଥମ ଇନିଂସ ଭିତ୍ତିରେ ୨୫୮ ରନ ପଛରେ ପଡି ଫଲୋଅନ ହୋଇଥିଲା। ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜିମ୍ବାଓ୍ବେ ରବିବାର ପଞ୍ଚମ ତଥା ଅନ୍ତିମ ଦିବସରେ ୧୪୮.୫ ଓଭରରେ ୩୬୫ ରନକରି ଅଲଆଉଟ ହୋଇଥିଲା। ଫଳରେ ଆଫଗାନିସ୍ତାନ ସମ୍ମୁଖରେ ୧୦୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଫଗାନିସ୍ତାନ ୨୬.୧ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ରେ ଅମୀମାଂସିତ ରହିଛି। ହାଶମାତୁଲ୍ଲା ଶାହିଦି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ଜିମ୍ବାଓ୍ବେ ଅଧିନାୟକ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି।
ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ତରଫରୁ ରହମଦ ଶାହ ୫୮ ଓ ଇବ୍ରାହିମ ଜଡ୍ରାନ ୨୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ଜିମ୍ବାଓ୍ବେର ବ୍ଲେସିଂ ମୁଜାରବାନୀ ଓ ରିଆନ ବର୍ଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୬୬/୭ରୁ ଜିମ୍ବାଓ୍ବେ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସିନ ଓ୍ବିଲିୟମ୍ସ ୧୦୬ ରନରୁ ଖେଳ ଆରମ୍ଭ କରି ୧୫୧ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ୬୩ ରନରୁ ଖେଳ ଆରମ୍ଭ କରି ଡୋନାଲ୍ଡ ଟିରିପାନୋ ୯୫ ରନକରି ଆଉଟ ହେବା ସହ ଶତକରୁ ବଞ୍ଚିତ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ତାରକା ସ୍ପିନର ରସିଦ ଖାଁ ସର୍ବାଧିକ ୭ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ:
୧୬୦.୪ ଓଭରରେ ୫୪୫/୪ (ଇନିଂସ ଘୋଷଣା)।
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୯୧.୩ ଓଭରରେ ୨୮୭
ଜିମ୍ବାଓ୍ବେ ଦ୍ୱିତୀୟ ଇନିଂସ(ଫଲୋଅନ): ୧୪୮.୫ ଓଭରରେ ୩୬୫ ଅଲଆଉଟ
(ସିନ୍‌ ଓ୍ବିଲିୟମ୍ସ- ୧୫୧*, ଡୋନାଲ୍ଡ ଟିରିପାନୋ- ୯୫*, ରସିଦ- ୭/୧୩୭)।
ଆଫଗାନିସ୍ତାନ ଦ୍ୱିତୀୟ ଇନିଂସ: ୨୬.୧ ଓଭରରେ ୧୦୮/୪
(ରହମଦ- ୫୮, ଇବ୍ରାହିମ- ୨୯, ମୁଜାରବାନି- ୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ୍‌ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨।୨: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଟେଷ୍ଟ ଭିତ୍ତିକ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ।...

ଧୋନୀ ଖେଳିବା ଉଚିତ୍‌: କୁଲଦୀପ

ନୂଆଦିଲ୍ଲୀ,୮।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ରିଷ୍ଟ ସ୍ପିନର କୁଲଦୀପ ଯାଦବ। ତାଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି...

ଭାରତକୁ ବିଜୟ ଦେଲା ଗୁରଜିତ୍‌ଙ୍କ ଗୋଲ

ମାର୍‌ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍‌ରେ ଗୁରଜିତ୍‌ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ...

ଫୁଟବଲ ମ୍ୟାଚ୍‌ ବ୍ୟାନ୍‌କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ

ମସ୍କୋ,୨।୪(ଏଏଫ୍‌ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍‌ଏଫ୍‌ଏସ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍‌କୁ ବ୍ୟାନ୍‌...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ,୨୪।୭(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।...

କରୋନା ଭାଇରସ୍‌ ଭୟ: ଚାଇନା ମାଷ୍ଟର୍ସ ବାତିଲ

ବେଜିଂ,୧।୨(ଏଏଫ୍‌ପି)- ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିସାରିଛି। ଏହାର ପ୍ରଭାବ କ୍ରୀଡ଼ାଜଗତ ଉପରେ ମଧ୍ୟ ପଡ଼ିଛି। ୨୦୨୦ ବିଶ୍ୱ ଟୁର ସିଜନରେ ଚାଇନାର ପ୍ରଥମ...

ପାକିସ୍ତାନ ଏକ ଶକ୍ତିଶାଳୀ ଦଳ : କୋହଲି

ଦୁବାଇ,୨୩।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ପାକିସ୍ତାନକୁ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି। ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ...

ମାତ୍ର ୪୦ ବଲ୍‌ରେ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଏକ ଖୁସି ଖବର ଅଛ। ଦଳର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଜବରଦସ୍ତ...

Advertisement
Archives

Model This Week